ETV Bharat / sports

Tampere Open Tennis: ଚତୁର୍ଥ ATP ଚ୍ୟାଲେଞ୍ଜର ଟାଇଟଲ ଜିତିଲେ ସୁମିତ ନାଗଲ

author img

By

Published : Jul 24, 2023, 9:41 AM IST

Tampere Open Tennis
ତାମ୍ପେର ଓପନ ଟାଇଟଲ ଜିତିଲେ ସୁମିତ ନାଗଲ

ତାମ୍ପେର ଓପନ ଟେନିସରେ ଚମକିଲେ ଭାରତୀୟ ଟେନିସ ତାରକା । ସୁମିତ ନାଗଲ ଚତୁର୍ଥ ଏଟିପି ଟାଇଟଲ ହାସଲ କରିଛନ୍ତି ।

ନୂଆଦିଲ୍ଲୀ: ବିଦେଶରେ ଚମକିଲେ ଭାରତୀୟ ଟେନିସ ଖେଳାଳି । ଦକ୍ଷିଣ ଫିନଲାଣ୍ଡରେ ଆୟୋଜିତ ତାମ୍ପେରା ଓପନରେ ସଫଳତା ହାସଲ କରିଛନ୍ତି ଭାରତୀୟ । ତାମ୍ପେରା ଟେନିସରେ ଭାରତର ସୁମିତ ନାଗଲ ପୁରୁଷ ସିଙ୍ଗଲ୍ସ ଚମ୍ପିଆନ ହୋଇଛନ୍ତି । ତାମ୍ପେରା ଟାଇଟଲ ସହ ସେ ଚତୁର୍ଥ ଏଟିପି ଚ୍ୟାଲେଞ୍ଜର ଟାଇଟଲ ହାସଲ କରିଛନ୍ତି ।

  • 🇮🇳'S SUMIT NAGAL WINS TAMPERE OPEN TITLE 🏆@nagalsumit defeated (6-4,7-5) 5th seed 🇨🇿Dalibor Svrcina in MS final of Tampere Open to win his 4th ATP Challenger title👍

    Many Congratulations, Champ 🥳

    P.S: This is Sumit's 2nd ATP title for the year 2023 pic.twitter.com/zg96Y8pvTZ

    — SAI Media (@Media_SAI) July 23, 2023 " class="align-text-top noRightClick twitterSection" data=" ">

ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ 6-4, 7-5 ସେଟରେ ପଞ୍ଚମ ସିଡ ଚେକ ଗଣରାଜ୍ୟର ଡଲିବର ସ୍ବିସନାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବାକୁ ସୁମିତଙ୍କୁ 1 ଘଣ୍ଟା 44 ମିନିଟ ସମୟ ଲାଗିଥିଲା । ଚଳିତ ସିଜନରେ ଏହା ତାଙ୍କର ଦ୍ବିତୀୟ ଏବଂ କ୍ୟାରିୟର ଚତୁର୍ଥ ଏଟିପି ଚ୍ୟାଲେଞ୍ଜର ଟାଇଟଲ । ଗତ ଏପ୍ରିଲରେ ରୋମରେ ଅନୁଷ୍ଠିତ ଗାର୍ଡେନ ଓପନରେ ନାଗଲ ଚମ୍ପିଆନ ହୋଇଥିଲେ । ତାମ୍ପେରା ଟାଇଟଲ ହାତେଇବା ପରେ ସୁମିତ ନାଗଲଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ।

ମ୍ୟାଚ ରିପୋର୍ଟ: ସୁମିତ ନାଗଲ ପୁରୁଷ ସିଙ୍ଗଲ୍ସ ବିଶ୍ବ ମାନ୍ୟତାରେ 231ତମ ସ୍ଥାନରେ ରହିଛନ୍ତି । ତାମ୍ପେରା ଓପନ ଫାଇନାଲ ଫାଇଟରେ ଧିମା ଆରମ୍ଭ କରିଥିଲେ ନାଗଲ । ପ୍ରଥମ ଗେମରେ 0-3 ଏବଂ 4-1ରେ ପଛରେ ପଡି ଯାଇଥିଲେ । ଏହା ପରେ ଜବରଦସ୍ତ କମବ୍ୟାକ କରିଥିଲେ ନାଗଲ । ପଞ୍ଚମ ସିଡ ଚେକ ଗଣରାଜ୍ୟର ଡଲିବର ସ୍ବିସନାଙ୍କ ସର୍ଭିସ ଭାଙ୍ଗି ଥିଲେ । ବେସଲାଇନରେ ଦମଦାର ଖେଳ ପ୍ରଦର୍ଶନ କରି ସେଟକୁ 6-4ରେ ଜିତିଥିଲେ । ସମାନ ଲୟରେ ଦ୍ବିତୀୟ ସେଟ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲେ । 4-1ରେ ଆଗୁଆ ଥିଲେ । 1 ଘଣ୍ଟା 44 ମିନିଟ ଧରି ଚାଲିଥିବା ଫାଇନାଲ ମୁକାବିଲାର ଦ୍ବିତୀୟ ସେଟ ଜିତିଥିଲେ । ସୁମିତ ନାଗଲ ଆଗକୁ ଇଟାଲୀ ଓ ଭେରୋନାରେ ଖେଳିବେ ।

ଏହା ବି ପଢନ୍ତୁ...Korea Open 2023: ସାତ୍ତ୍ବିକ-ଚିରାଗଙ୍କ ସଫଳତା, ହାତେଇଲେ କୋରିଆ ଓପନ ଟାଇଟଲ

ଏହା ବି ପଢନ୍ତୁ...ହରମନପ୍ରୀତଙ୍କୁ ଆଇସିସି ଛାଟ: ଅଶୋଭନୀୟ ବ୍ୟବହାର ପାଇଁ କଟିଲା ମ୍ୟାଚ୍‌ ଫି', ମିଳିଲା ୩ ଡିମେରିଟ୍‌ ପଏଣ୍ଟ

ଏହା ବି ପଢନ୍ତୁ...Dope Test: ୨ ବର୍ଷରେ ରୋହିତ ଦେଇଛନ୍ତି ୬ ଥର, ଥରେ ବି ଦେଇନାହାନ୍ତି କୋହଲି-ପାଣ୍ଡ୍ୟା

ନାଗଲ ଗତ 5ଟି ଟୁର୍ଣ୍ଣାମେଣ୍ଟ ଖେଳି କ୍ୟାରିୟରର ଚତୁର୍ଥ ଚ୍ୟାଲେଞ୍ଜର ଟାଇଟଲ ହାସଲ କରିଛନ୍ତି । ଏହା ସହିତ ୟୁରୋପରେ ଦୁଇଟି ଚ୍ୟାଲେଞ୍ଜର ଟ୍ରଫି ଜିତିବାରେ ପ୍ରଥମ ଖେଳାଳି ସାବ୍ୟସ୍ତ ହୋଇଛନ୍ତି । ତାମ୍ପେର ଓପନ ଟେନିସରେ ନାଗଲାଙ୍କ ସଫଳତା ତାଙ୍କୁ ଆହୁରି ଆଗକୁ ଯିବାକୁ ପ୍ରେରଣା ଦେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.