ETV Bharat / sports

Korea Open 2023: ସାତ୍ତ୍ବିକ-ଚିରାଗଙ୍କ ସଫଳତା, ହାତେଇଲେ କୋରିଆ ଓପନ ଟାଇଟଲ

author img

By

Published : Jul 23, 2023, 1:51 PM IST

Updated : Jul 23, 2023, 2:12 PM IST

କୋରିଆ ଓପନ ଟାଇଟଲ ହାତେଇଥିଲେ ଭାରତୀୟ ବ୍ୟାଡମିଣ୍ଟନ ଯୋଡି ସାତ୍ତିକ ସାଇରାଜ ରଙ୍କରେଡ୍ଡୀ ଓ ଚିରାଗ ସେଟ୍ଟୀ । ଅଧିକ ପଢନ୍ତୁ

Korea Open 2023
satwiksairaj chirag win Korea Open title

ନୂଆଦିଲ୍ଲୀ: କୋରିଆ ଓପନରେ ଭାରତୀୟ ଯୋଡିଙ୍କ କମାଲ । କୋରିଆ ଓପନ ପୁରୁଷ ଡବଲ୍ସ ଟାଇଟଲ ଜିତିଲେ ସାତ୍ତ୍ବିକ ଓ ଚିରାଗ । ଜୁନ 18ରୁ ଆରମ୍ଭ ହୋଇଥିବା କୋରିଆ ଓପନ ସୁପର 500 ବ୍ୟାଡମିଣ୍ଟନରେ ଭାରତର ସାତ୍ତ୍ବିକ ସାଇରାଜ ରଙ୍କରେଡ୍ଡୀ ଓ ଚିରାଗ ସେଟ୍ଟୀ ଚମ୍ପିଆନ ହୋଇଛନ୍ତି । ପୁରୁଷ ଡବଲ୍ସ ଫାଇନାଲରେ ଟପ୍ ସିଡ ତଥା ବିଶ୍ବର ଏକ ନମ୍ବର ଇଣ୍ଡୋନେସିଆ ଯୋଡିଙ୍କୁ 21-13, 17-21, 21-14 ସେଟରେ ପରାସ୍ତ କରିଛନ୍ତି । ଯୋଡିଙ୍କ ସଫଳତାରେ ସେମାନଙ୍କୁ ଶୁଭେଚ୍ଛାର ସୁଅ ଛୁଟିିଛି ।

ପୂର୍ବାହ୍ନ 12ଟାରୁ ଖେଳ ଆରମ୍ଭ ହୋଇଥିଲା । ପ୍ରଥମ ସେଟକୁ ଏହି ଯୋଡି 21-17ରେ ଜିତି ନେଇଥିଲେ । 10-19 ରୁ 17-20ରେ ପ୍ରଥମ ଗେମକୁ କବଜା କରିଥିଲେ ସାତ୍ତ୍ବିକ-ଚିରାଗ ଯୋଡି । ଦ୍ବିତୀୟ ଗେମର ପ୍ରଥମାର୍ଦ୍ଧରେ ଏହି ଯୋଡି 11-8ରେ ଲିଡ କରୁଥିଲେ । ଇଣ୍ଡୋନେସିଆ ଯୋଡି ଫଜର ଆଲଫିୟାନ ଓ ମହମ୍ମଦ ରିୟାନ ଆର୍ଡିଆଣ୍ଟୋ ଗେମକୁ ଫେରିବାକୁ ଉଦ୍ୟମ କରିଥିଲେ ।

ଲଗାତାର ଦ୍ବିତୀୟ ଥର ଫାଇନାଲ ଖେଳୁଥିବା ବିଶ୍ବର 3 ନମ୍ବର ଯୋଡି ସାତ୍ତ୍ବିକ ଓ ଚିରାଗ ଦ୍ବିତୀୟ ଗେମରେ ଜବରଦସ୍ତ କମବ୍ୟାକ କରିଥିଲେ । ଦ୍ବିତୀୟ ଗେମକୁ 21-13ରେ ଜିତିଥିଲେ ଏହି ଯୋଡି । କୋରିଆ ଓପନରେ ପୁରୁଷ ଡବଲ୍ସ ସେମି ମୁକାବିଲାରେ ଭାରତୀୟ ଯୋଡି ସାତ୍ତ୍ବିକ-ଚିରାଗ ଚୀନର ଲିୟାଙ୍ଗ ୱେଇ କେଙ୍ଗ ଓ ୱାଙ୍ଗ ଚାଙ୍ଗ ଯୋଡିଙ୍କୁ 21-15, 24-22 ଗେମରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଚଳିତ ବର୍ଷ ଏହି ଯୋଡିଙ୍କର ଏହା ଚତୁର୍ଥ ସଫଳତା ।

ଏହା ବି ପଢନ୍ତୁ...Indonesia Open: ଇତିହାସ ରଚିଲେ ସାତ୍ୱିକ-ଚିରାଗ ଯୋଡ଼ି, ପୁରୁଷ ଯୁଗଳ ବର୍ଗରେ ଭାରତକୁ ପ୍ରଥମ ଟାଇଟଲ୍‌

ଏହା ବି ପଢନ୍ତୁ...Badminton Asia Championships: ସ୍ବର୍ଣ୍ଣ ଜିତିଲେ ସାତ୍ତ୍ବିକ-ଚିରାଗ ଯୋଡି, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...Swiss Open 2023: ସାତ୍ତ୍ବିକ-ଚିରାଗ ଡବଲ୍ସ ଚାମ୍ପିଅନ

2023 ବ୍ୟାଡମିଣ୍ଟନ ଯୋଡି ସାତ୍ତ୍ବିକ ସାଇରାଜ ଓ ଚିରାଗ ସେଟ୍ଟୀଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଏହି ଯୋଡି ଚଳିତ ବର୍ଷ ଅନେକ ବ୍ୟାଟମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ ସୁଇସ ଓପନ ବ୍ୟାଡମିଣ୍ଟନରେ ଭାରତକୁ ବିଜୟ ଭେଟି ଦେଇଥିଲେ । ସେହିପରି ଜୁନ ମାସରେ ଇଣ୍ଡୋନେସିଆ ଓପନରେ ଭାରତୀୟ ବ୍ୟାଡମିଣ୍ଟନ ଯୋଡି କମାଲ କରିଥିଲେ । ପୁରୁଷ ଯୁଗଳ ବର୍ଗରେ ଭାରତକୁ ପ୍ରଥମ ଇଣ୍ଡୋନେସିଆ ଟାଇଟଲ ଭେଟି ଦେଇଥିଲେ । ସେହିପରି ବ୍ୟାଡମିଣ୍ଟନ ଏସିଆ ଚମ୍ପିଆନସପିରରେ ସ୍ବର୍ଣ୍ଣ ଜିତିଥିଲେ । 18 ଜୁଲାଇରୁ ଆରମ୍ଭ ହୋଇଥିବା କୋରିଆ ଓପନରେ ଚମ୍ପିଆନ ହୋଇଛନ୍ତି ଏହି ଭାରତୀୟ ଯୋଡି ।

Last Updated : Jul 23, 2023, 2:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.