ETV Bharat / sports

Indian Wells Open: ବୋପାନ୍ନା-ଏବଡେନ ଡବଲ୍ସ ଚାମ୍ପିଅନ

author img

By

Published : Mar 20, 2023, 1:36 PM IST

Indian Wells Open
ବୋପାନ୍ନା-ଏବଡେନ ଡବଲ୍ସ ଚାମ୍ପିଅନ

ଇଣ୍ଡିଆନ ୱେଲ୍ସ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ତାରକା ରୋହନ ବୋପାନ୍ନା ଓ ମାଥ୍ୟୁ ଏବଡେନ ଡିବଲ୍ସ ଚାମ୍ପିଅନ ହୋଇଛନ୍ତି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ରୋହନ ବୋପାନ୍ନାଙ୍କ ରେକର୍ଡ । ଜାରି ରହିଥିବା ଇଣ୍ଡିଆନ ୱେଲ୍ସ ମାଷ୍ଟର୍ସ ଟେନିସ ଟୁର୍ଣ୍ଣାମେଣ୍ଟରେ ସଫଳତା ହାସଲ କରିଛନ୍ତି ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା । ଅଷ୍ଟ୍ରେଲୀୟ ସାଥୀ ଖେଳାଳି ମାଥ୍ୟୁ ଏବଡେନଙ୍କ ସହ ବୋପାନ୍ନା ପୁରୁଷ ଯୁଗଳ ଟାଇଟଲ ହାତେଇଛନ୍ତି । ଏହା ସହ ବୋପାନ୍ନା ATP ମାଷ୍ଟର୍ସ 1000 ଟ୍ରଫି ଜିତିବାରେ ବୟୋଜ୍ୟେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି ।

ରବିବାର ଅନୁଷ୍ଠିତ ଡବଲ୍ସର ଫାଇନାଲ ମୁକାବିଲାରେ 6-3, 2-6, 10-8 ସେଟରେ ନେଦରଲାଣ୍ଡସର ୱେସଲି କୁଲହଫ ଓ ବ୍ରିଟେନର ନିଲ ସ୍କୁପସ୍କିଙ୍କୁ ପରାସ୍ତ କରି ଚମ୍ପିଅନ ହୋଇଛନ୍ତି । 43 ବର୍ଷୀୟ ରୋହନ ବୋପାନ୍ନା ସବୁଠୁ ବୟସ୍କ ଖେଳାଳି ଯିଏକି ଏଟିପି ମାଷ୍ଟର 1000 ଟ୍ରଫି ଜିତିଛନ୍ତି । ରୋହନ ବୋପାନ୍ନା ତାଙ୍କ କ୍ରୀଡା ଜୀବନରେ 10ମ ଏଟିପି ମାଷ୍ଟର୍ସ 1000 ଫାଇନାଲ ଖେଳିବାର ସଫଳତା ହାସଲ କରିଛନ୍ତି । ଏହି କ୍ରମରେ ବୋପାନ୍ନା କାନାଡାର ଡାନିଏଲ ନେଷ୍ଟୋରଙ୍କୁ ପଛରେ ପକାଇଛନ୍ତି ।

42 ବର୍ଷ ପରେ ପୁଣି ଚାମ୍ପିଅନ ହୋଇଥିବାରୁ ଖୁସି ଜାହିର କରିଛନ୍ତି ରୋହନ । ନିଜର ପ୍ରଦର୍ଶନକୁ ନେଇ ଖୁସି ବ୍ୟକ୍ତ କରିବା ସହ ବିଜୟ ସ୍ବତନ୍ତ୍ର ବୋଲି କହିଛନ୍ତି । ବୋପାନ୍ନା 5ମ ମାଷ୍ଟର୍ସ ଟାଇଟଲ ଅର୍ଜନ କରିଛନ୍ତି । ଏହା ପୂର୍ବରୁ 2017ରେ ମୋଣ୍ଟୋ କାର୍ଲୋରେ ମାଷ୍ଟର୍ସ ଟାଇଟଲ ଜିତିଥିଲେ । ଆମେରିକା ଯୋଡି ଜ୍ୟାକ ସକ ଓ ଜନ ଇସ୍କରଙ୍କୁ 7-6,7-6 ସେଟରେ ପରାସ୍ତ କରି ଫାଇନାଲ ଟିକେଟ ହାସଲ କରିଥିଲେ ରୋହନ ଓ ଏବଡେନ । କ୍ବାର୍ଟରରେ ଏହି ଯୋଡି କାନାଡାର ଫେଲିକ୍ସ ଓ ଡେନିସ ସାପୋପାଲୋଭଙ୍କୁ ହରାଇ ସେମିରେ ସ୍ଥାନ ପକ୍କା କରିଥିଲେ ।

ଅନ୍ୟପଟେ ଇଣ୍ଡିଆନ ୱେଲ୍ସ ମାଷ୍ଟର୍ସ ଟେନିସରେ ସିଙ୍ଗଲ୍ସ ଲାଇନ ଅଫ ଚୂଡାନ୍ତ ହୋଇଛି । ସ୍ପେନର କାର୍ଲୋସ ଅଲକାରାଜ ଓ ରୁଷିଆରେ ଡାନିଲ ମେଡଭେଡେଭଙ୍କ ମଧ୍ୟରେ ଆଜି ଫାଇନାଲ ମୁକାବିଲା ହେବ । ଉଭୟଙ୍କ ନିକଟରେ ବିଏନବି ପରିବାସ ଓପନ ଟାଇଟଲ ଜିତିବାର ସୁଯୋଗ ରହିଛି । ସେମିଫାଇନାଲରେ କାର୍ଲୋସ ଅଲକାରାଜ ଇଟାଲୀର ଜାନିକ ସିନରଙ୍କୁ 7-6, 6 -3 ସେଟରେ ପରାସ୍ତ କରିଥିଲେ ।

ଏହା ବି ପଢନ୍ତୁ...ମିଚେଲ ଷ୍ଟାର୍କଙ୍କ ବୋଲିଂ ଆଗରେ ଭାରତୀୟ ବ୍ୟାଟରଙ୍କ ଆତ୍ମସମର୍ପଣ, ଏମିତି କହିଲେ ରୋହିତ

ନିକଟରେ ଅଷ୍ଟ୍ରେଲିଆ ଓପନରେ ସାଥୀ ଖେଳାଳି ସାନିଆ ମିର୍ଜାଙ୍କ ସହ ଫାଇନାଲକୁ ଯାଇଥିଲେ । ଚଳିତ ବର୍ଷ ଜାନୁଆରୀରେ ଅନୁଷ୍ଠିତ ଅଷ୍ଟ୍ରେଲିଆ ଓପନରେ ସାନିଆ ଓ ରୋହନ ରନର୍ସଅପ ହୋଇଥିଲେ । ଶେଷ ଗ୍ଲାଣ୍ଡସ୍ଲାମ ଖେଳୁଥିବା ସାନିଆ ମିର୍ଜା ରୋହନଙ୍କ ସହ ମିଶି ବ୍ରାଜିଲର ଲୁଇସା ଷ୍ଟୋଫାନି ଓ ରାଫେଲ ମାଟାଓସଙ୍କଠୁ ମିକ୍ସଡ ଡବଲ୍ସରେ ପରାସ୍ତ ହୋଇଥିଲେ । ଦ୍ବିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.