ETV Bharat / sports

BWF Para Badminton: ପ୍ରମୋଦଙ୍କୁ ଡବଲ ପଦକ

author img

By

Published : Nov 7, 2022, 7:40 AM IST

BWF Para Badminton
ପ୍ରମୋଦଙ୍କୁ ଡବଲ ପଦକ

ଟୋକିଓରେ ଚାଲିଥିବା ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଅନସିପରେ ପ୍ରମୋଦ ଭଗତଙ୍କୁ ସଫଳତା ମିଳିଛି । ଦୁଇଟି ପଦକ ହାସଲ କରି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ ଭଗତ । ଅଧିକ ପଢନ୍ତୁ

ଭୁବନେଶ୍ବର: ବିଡବ୍ଲ୍ୟୁଏଫ ପାରା ବ୍ୟାଡମିଣ୍ଟନ ବିଶ୍ବ ଚମ୍ପିଅନସିପରେ(BWF Para Badminton World Championships) ପ୍ରମୋଦ ଭଗତଙ୍କୁ ସଫଳତା ମିଳିଛି । ଟୋକିଓରେ ଚାଲିଥିଲା ପାରା ବ୍ୟାଡମିଣ୍ଟନ ଚମ୍ପିଅନସିପରେ ଦୁଇଟି ପଦକ ହାସଲ କରିଛନ୍ତି ଓଡିଶାର ଷ୍ଟାର ସଟଲର ପ୍ରମୋଦ ଭଗତ(Pramod Bhagat) । ସେ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଓ ପୁରୁଷ ଡବଲ୍ସରେ ରୌପ୍ୟ ପଦକ ହାସଲ କରିଛନ୍ତି । ଏସଏଲ3 ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ପ୍ରମୋଦ 21-19, 21-19 ସେଟରେ ଅନ୍ୟତମ ଭାରତୀୟ ଖେଳାଳି ନୀତେଶ କୁମାରଙ୍କୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି ।

ମ୍ୟାଚ 53 ମିନିଟ ଧରି ଚାଲିଥିଲା । ମୁକାବିଲା ଜୋରଦାଲ ହୋଇଥିଲା । 34 ବର୍ଷୀୟ ପ୍ରମୋଦ ଏଥିରେ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଗତ ସଂସ୍କରଣରେ ମଧ୍ୟ ସିଙ୍ଗଲ୍ସରେ ସ୍ବର୍ଣ୍ଣ ଜିତିଥିଲେ ପ୍ରମୋଦ । ଚଳିତ ସଂସ୍କରଣରେ ମଧ୍ୟ ସ୍ବର୍ଣ୍ଣ ଜିତି ଧାରା ବଜାୟ ରଖିଛନ୍ତି । ପ୍ରମୋଦ ସପ୍ତମ ଥର ପାଇଁ ବିଶ୍ବ ଚମ୍ପିଅନସିପ ଖେଳିଛନ୍ତି । ଚତୁର୍ଥ ଥର ପାଇଁ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସେହିପରି ପୁରୁଷ ଡବଲ୍ସ ଏସଏଲ-3 ଓ ଏସଏଲ-4 ଇଭେଣ୍ଟରେ ପ୍ରମୋଦ ଓ ମନୋଜ ସରକାରଙ୍କ ଯୋଡି ଫାଇନାଲରେ ଇଣ୍ଡୋନେସିଆ ଯୋଡି ହିକମାତ ରାମଦାନି ଓ ଉକୁଲ ରୁକାଣ୍ତିଙ୍କୁ ପରାସ୍ତ କରି ରୌପ୍ୟ ପଦକ ହାସଲ କରିଛନ୍ତି । ଏହି ମୁକାବିଲାରେ ଭାରତୀୟ ଯୋଡି 21-14, 18-21,13-21ରେ ଇଣ୍ଡୋନେସିଆ ଯୋଡିକୁ ପରାସ୍ତ କରିଥିଲେ ।

ଏହା ବି ପଢନ୍ତୁ...T20 World Cup : ୭୧ ରନରେ ହାରିଲା ଜିମ୍ବାୱେ, ଗ୍ରୁପ 2 ଶୀର୍ଷରେ ଭାରତ

ସଫଳତା ପରେ ପ୍ରମୋଦ କହିଛନ୍ତି ଏହି ବିଜୟ ମୋ ପାଇଁ ବହୁତ ବଡ । ମୋ ପ୍ରଦର୍ଶନ ପାଇଁ ବହୁତ ଖୁସି । ଏ ନେଇ କଠିନ ପରିଶ୍ରମ କରିଥିବା କହିଛନ୍ତି ପ୍ରମୋଦ । ଏହି ମେଗା ଇଭେଣ୍ଟରେ ପ୍ରମୋଦ ଏ ପର୍ଯ୍ୟନ୍ତ 11ଟି ପଦକ ଜିତିଛନ୍ତି । ବିଶ୍ବ ଚମ୍ପିଅନସିପରେ ସିଙ୍ଗଲ୍ସ ଓ ଡବଲକୁ ମିଶାଇ ପ୍ରମୋଦ 6ଟି ସ୍ବର୍ଣ୍ଣ, 2ଟି ରୌପ୍ୟ ଓ 3ଟି କାଂସ୍ୟ ପଦକ ଜିତିଛନ୍ତି । ଟୋକିଏ ପାରା ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ ପ୍ରମୋଦ ଭଗତ । ସେହିପରି ମହିଳା ସିଙ୍ଗଲ୍ସରେ ଭାରତୀୟ ଖେଳାଳି ମନୀଷା ରାମଦାସଙ୍କୁ ସଫଳତା ମିଳିଛି । ଏସୟୁ5 ବର୍ଗ ସିଙ୍ଗଲ୍ସ ଫାଇନାଲରେ ମନୀଷା 21-15, 21-15ରେ ଜାପାନର ମାମିକୋ ଟୋୟୋଡାଙ୍କୁ ହରାଇବା ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.