ETV Bharat / sports

T20 World Cup : ୭୧ ରନରେ ହାରିଲା ଜିମ୍ବାୱେ, ଗୃପ୍‌ 2 ଶୀର୍ଷରେ ଭାରତ

author img

By

Published : Nov 6, 2022, 5:08 PM IST

Updated : Nov 6, 2022, 9:39 PM IST

ଗୃପ୍‌ 2 ଶୀର୍ଷରେ ଭାରତ । ଜିମ୍ବାୱେକୁ ୭୧ ରନରରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଜିମ୍ବାୱେ ମାତ୍ର ୧୭.୨ ଓଭରରେ ୧୧୫ ରନ କରି ଅଲ୍‌ଆଉଟ ହୋଇଛି । ଅଧିକ ପଢନ୍ତୁ

T20 World Cup : ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି  ୮ ପଏଣ୍ଟ ହାସଲ କଲା ଭାରତ
T20 World Cup : ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି ୮ ପଏଣ୍ଟ ହାସଲ କଲା ଭାରତ

ମେଲବର୍ଣ୍ଣ: ଜିମ୍ବାୱେ ବିପକ୍ଷରେ ଜବରଦସ୍ତ ବିଜୟ ଭାରତ ହାସଲ କରିଛି । ଜିମ୍ବାୱେକୁ ୭୧ ରନରରେ ପରାସ୍ତ କଲା ଟିମ୍ ଇଣ୍ଡିଆ । ଏହି ବିଜୟ ସହ ରୋହିତ ବାହିନୀ ୮ ପଏଣ୍ଟ ସହିତ ଗ୍ରୁପ ୨ର ଶୀର୍ଷରେ ରହି ସେମିରେ ପ୍ରବେଶ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ଆଗରେ ୧୮୭ ରନର ଟାର୍ଗେଟ ରଖିଥିଲା । ଏହାର ଜବାବରେ ଜିମ୍ବାୱେ ମାତ୍ର ୧୭.୨ ଓଭରରେ ୧୧୫ ରନ କରି ଅଲ୍‌ଆଉଟ ହୋଇଛି । ଗୃପ୍‌ 2ରୁ ଭାରତ ଓ ପାକିସ୍ତାନ ସେମିରେ ପ୍ରବେଶ କରିଛନ୍ତି ।

୧୮୭ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଜିମ୍ବାୱେ । ହେଲେ ଭାରତୀୟ ବୋଲରଙ୍କ ଶାଣିତ ବୋଲିଂରେ ଧରାଶୟୀ ହୋଇଥିଲେ ଜିମ୍ବାୱେ ବ୍ୟାଟର । ଜିମ୍ବାୱେ ଟିମର ନିୟମିତ ବ୍ୟାବଧାନରେ ୱିକେଟ ପତନ ଘଟିଥିଲା । ରବିଚନ୍ଦ୍ରନ ଅଶ୍ବୀନଙ୍କ ଘାତକ ସ୍ପିନ୍ ଆଗରେ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଯାଇଥିଲା । ଭୁବନେଶ୍ବର କୁମାର ଓଭରର ପ୍ରଥମ ବଲରେ ୱିକେଟ ନେଇ ଜିମ୍ବାୱେକୁ ଝଟକା ଦେଇଥିଲେ । ସିକନ୍ଦର ରାଜା ଓ ର୍ୟାନ୍ ବର୍ଲଙ୍କ ଇନିଂସ ବଳରେ ଦଳ ୧୧୫ ରନ କରିବାରେ ସକ୍ଷମ ହୋଇପାରିଥିଲା । ସେହିପରି ଅଧିନାୟକ କ୍ରେଗ୍ ଏରଭିନ ୧୩ ରନ ଓ ସିନ୍ ୱିଲିୱମ୍ସ ୧୧ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ବିଫଳ ରହିଥିଲେ ।

ଭାରତ ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଭାରତ ପୂର୍ବରୁ ସେମିଫାଇନାଲ ପାଇଁ ଯୋଗ୍ୟତା ହାସଲ କରିସାରିଥିଲା ତଥାପି ତଥାପି ଗୃପ୍‌ 2ର ଚମ୍ପିଆନ ଟିମ୍ ଭାବରେ ନିଜର ଭାବ ମୂର୍ତ୍ତି ବଜାୟ ରଖିବାକୁ ଚେଷ୍ଟା ଜାରି ରଖିଥିଲା ରୋହିତ ବାହିନୀ । ତେଣୁ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । କେଏଲ ରାହୁଲ ଓ ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ଟିମ୍ ଇଣ୍ଡିଆ ୧୮୬ ରନ କରିବାରେ ସକ୍ଷମ ହୋଇପାରିଥିଲା । SKY ୨୫ ବଲରୁ ୬ ଟି ଚୌକା ଓ ୪ ଟି ଛକା ସହିତ ସର୍ବାଧିକ ୬୧ ରନର ଧୂଆଁଧାର ଇନିଂସ ଖେଳିଥିଲେ । ସେହିପରି ଲୋକେଶ ରାହୁଲ ୩୫ ବଲରୁ ୩ ଟି ଚୌକା ଓ ୩ ଟି ଛକା ସହିତ ୫୧ ରନର ଦନଦାର ଇନିଂସ ଖେଳିଥିଲେ । ରୋହିତ ଶର୍ମା ୧୫ ରନ, ବିରାଟ କୋହିଲ ୨୬ ରନ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରିଥିଲେ । ସୂର୍ଯ୍ୟକୁମାର ଯାଦବ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ସୁପର ୧୨ ପର୍ଯ୍ୟାୟର ସମସ୍ତ ମ୍ୟାଚ ଶେଷ ହୋଇଛି । କେଉଁ ଶୀର୍ଷ ଚାରୋଟି ଦଳ ସେମିଫାଇନାଲ ଖେଳିବେ ତାହାର ଚିତ୍ର ସ୍ପଷ୍ଟ ହୋଇଛି । ନଭେମ୍ବର ୯ ତାରିଖ ସିଡନୀରେ ପ୍ରଥମ ସେମିଫାଇନାଲ ମ୍ୟାଚ ନ୍ୟୁଜିଲାଣ୍ଡ ବନାମ ପାକିସ୍ତାନ ମ୍ୟାଚ ଖେଳାଯିବ । ନଭେମ୍ବର ୧୦ ତାରିଖ ଆଡିଲେଡରେ ଖେଳାଯିବାକୁ ଥିବା ଦ୍ବିତୀୟ ସେମିଫାଇନାଲରେ ଭାରତ ଇଂଲଣ୍ଡକୁ ଭେଟିବ ।

Last Updated : Nov 6, 2022, 9:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.