ETV Bharat / sports

US Open: ଇତିହାସ ରଚିଲେ ନୋଭାକ ଜୋକୋଭିକ, ମେଡଭେଡେଭଙ୍କୁ ହରାଇ ଜିତିଲେ 24ତମ ଗ୍ରାଣ୍ଡସ୍ଲାମ୍‌

author img

By ETV Bharat Odisha Team

Published : Sep 11, 2023, 2:26 PM IST

Novak jokovic wins 24th grand slam title
US Open 2023

24ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତିଛନ୍ତି ଅଭିଜ୍ଞ ଟେନିସ୍‌ ଖେଳାଳି ସର୍ବିଆର ନୋଭାକ ଜୋକୋଭିକ । ୟୁଏସ୍‌ ଓପନ ଫାଇନାଲରେ ଋଷିଆ ଖେଳାଳିଙ୍କୁ ହରାଇ ପୁରୁଷ ଏକକ ବର୍ଗରେ ବାଜି ମାରି ନେଇଛନ୍ତି ଜୋକୋଭିକ । ଅଧିକ ପଢ଼ନ୍ତୁ

ନ୍ୟୁୟର୍କ: ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ୟୁଏସ ଓପନ ଟେନିସ ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ ପ୍ରତିଯୋଗିତା ଫାଇନାଲରେ ବାଜି ମାରିନେଇଛନ୍ତି ନେଭାକ ଜୋକୋଭିକ । ଫାଇନାଲ ମୁକାବିଲାରେ ଅଭିଜ୍ଞ ଟେନିସ୍‌ ଖେଳାଳି ସର୍ବିଆର ନୋଭାକ ଜୋକୋଭିଡ ଋଷିଆର ଡାନିଲ ମେଡଭେଡେଭଙ୍କୁ ପରାସ୍ତ କରି 24ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି । ୟୁଏସ ଓପନ 2023 ପୁରୁଷ ଫାଇନାଲରେ ଚମ୍ପିଆନ ହେବା ସହିତ ସେରେନା ୱିଲିୟମସଙ୍କ ରେକର୍ଡ ଭାଙ୍ଗିଛନ୍ତି ନୋଭାକ ।

ଏହା ବି ପଢନ୍ତୁ...US Open: ଟାଇଟଲ୍‌ ଜିତି କୋକୋ ଗୌଫଙ୍କ ବିଶ୍ବ ରେକର୍ଡ

ନ୍ୟୁୟର୍କର ଆର୍ଥର ଏସ୍‌ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଫାଇନାଲ ମ୍ୟାଚ୍‌ରେ ଦ୍ବିତୀୟ ସିଡ ଜୋକୋଭିକ ତୃତୀୟ ସିଡ ଡାନିଲ ମେଡଭେଡେଭଙ୍କୁ 6-3, 7-6(5), 6-3 ସିଧା ସେଟରେ ପରାସ୍ତ କରିଥିଲେ । ଜୋକୋଭିକ ଓ ମେଡଭେଡେଭଙ୍କ ମଧ୍ୟରେ ଫାଇନାଲ ମୁକାବିଲା 1 ଘଣ୍ଟା 17ମିନିଟ ଧରି ଚାଲିଥିଲା । ପ୍ରଥମ ସେଟରେ ଜୋକୋଭିକ ସହଜ ବିଜୟ ହାସଲ କରିଥିଲେ । ଦ୍ବିତୀୟ ସେଟରେ ମେଡଭେଡେଭ କଡା ଟକ୍କର ଦେଇଥିଲେ । 1 ଘଣ୍ଟା 44 ମିନିଟ ଯାଏଁ ଚାଲିଥିବା ଦ୍ବିତୀୟ ସେଟରେ ଜୋକୋଭିକଙ୍କ ପ୍ରଦର୍ଶନ ସମାନ୍ୟ ଖରାପ ଦେଖିବାକୁ ମିଳିଥିଲା । ମାତ୍ର ସର୍ବିଆର ଏହି ଖେଳାଳି ଜବରଦସ୍ତ କମ୍‌ବ୍ୟାକ୍‌ କରି ଟାଇବ୍ରେକରରେ ଦ୍ବିତୀୟ ସେଟକୁ ନିଜ ନାମରେ କରିଥିଲେ । ତୃତୀୟ ସେଟ୍‌ ହାତଛଡ଼ା କରିବା ପରେ ତୃତୀୟ ସେଟ୍‌ରେ ଆଉ କମ୍‌ବ୍ୟାକ୍‌ କରିପାରି ନଥିଲେ ମେଡଭେଡେଭ । ଜୋକୋଭିକ ଚତୁର୍ଥ ଆମେରିକା ଓପନ ନିଜ ନାମରେ କରି ନେଇଥିଲେ ।

ୟୁଏସ ଚମ୍ପିଆନ୍‌ ହେବା ସହ ଜୋକୋଭିକଙ୍କର ଏହା 24 ତମ ଗ୍ରାଣ୍ଡସ୍ଲମ ଟାଇଟଲ । ତାଙ୍କ କ୍ୟାରିୟର ନୋଭାକ ସବୁଠୁ ଅଧିକ ଗ୍ରାଣ୍ଡସ୍ଲମ୍‌ ଟାଇଟଲ ହାତେଇବା ଖେଳାଳି ହୋଇଛନ୍ତି । 36 ବର୍ଷୀୟ ଜୋକୋଭିକ ଆମେରିକାର ସେରେନା ୱିଲିୟମସଙ୍କୁ ପଛରେ ପକାଇଛନ୍ତି । ସେରେନା 23ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି ।

ଏହା ବି ପଢନ୍ତୁ...ଜୋକୋଭିକଙ୍କ ରେକର୍ଡ, ହାତେଇଲେ 23ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ

ଅଭିଜ୍ଞ ଟେନିସ ଖେଳାଳି ନୋଭାକ ଜୋକୋଭିକ ପୁରୁଷ ଏକକ ସେମିଫାଇନାଲରେ ଆମେରିକାର ଟେଲର ଫ୍ରିଜଙ୍କୁ ପରାସ୍ତ କରିଥିଲେ । ଦ୍ବିତୀୟ ସିଡ୍‌ ମାନ୍ୟତା ପାଇଥିବା ସର୍ବିଆର ନୋଭାକ ଜୋକୋଭିକତ କ୍ବାର୍ଟର ଫାଇନାଲରେ 9ମ ସିଡ ଆମେରିକାର ଟେଲର ଫ୍ରିଜଙ୍କୁ 6-1, 6-4, 6-4 ସେଟରେ ପରାସ୍ତ କରିଥିଲେ । ଏହା ସହିତ 13ଥର ପାଇଁ ୟୁଏସ ଓପନ ସେମି ଓ 24ତମ ଗ୍ଲାଣ୍ଡସ୍ଲାମ ସେମି ଫାଇନାଲରେ ପ୍ରବେଶ କରିବାକୁ ଯୋଗ୍ୟତା ଅର୍ଜନ କରିଥିଲେ । ୟୁଏସ ଓପନ ଫାଇନାଲରେ ତୃତୀୟ ସେଟ୍‌ରେ ଋଷିଆର ଖେଳାଳି ମେଡଭେଡେଭଙ୍କୁ ପରାସ୍ତ କରି ଇତିହାସ ରଚିଛନ୍ତି । ଚଳିତ ବର୍ଷା ଜୁନରେ ଫ୍ରେଞ୍ଚ ଓପନ ଚମ୍ପିଆନ ସହ 23ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତି ଇତିହାସ ରଚିଛନ୍ତି ନୋଭାକ ଜୋକୋଭିକ ।

ପୂର୍ବରୁ ନୋଭାକ ଜୋକୋଭିକ 2016 ଓ 2021ରେ ଫ୍ରେଞ୍ଚ୍‌ ଓପନ ଚମ୍ପିଆନ ହୋଇଥିଲେ । 36ବର୍ଷୀୟ ଜୋକୋଭିକ ସର୍ବାଧିକ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ ଜିତି ରେକର୍ଡ କରିଛନ୍ତି । ଏହାସହ ମହିଳା କିମ୍ବଦନ୍ତୀ ଖେଳାଳି ସେରେନା ୱିଲିୟମସଙ୍କ ରେକର୍ଡ ଭାଙ୍ଗିଛନ୍ତି । ବୟସ ଯେ କେବଳ ଏକ ସଂଖ୍ୟା ତାହା ପ୍ରମାଣ କରିଛନ୍ତି ଜୋକୋଭିକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.