ETV Bharat / sports

ଜୋକୋଭିକଙ୍କ ରେକର୍ଡ, ହାତେଇଲେ 23ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ

author img

By

Published : Jun 12, 2023, 9:12 AM IST

ଫ୍ରେଞ୍ଚ ଓପନ ଚମ୍ପିଆନ ସହ 23ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତି ଇତିହାସ ରଚିଛନ୍ତି ନୋଭାକ ଜୋକୋଭିକ । ଅଧିକ ପଢନ୍ତୁ

Novak djokvic wins grand slam title
Novak djokvic wins his 23rd grand slam title

ପ୍ୟାରିସ: ରେକର୍ଡ ରେକର୍ଡ.... ଗ୍ରାଣ୍ଡ ସ୍ଲାମ ଟାଇଟାଲ ହାତେଇବାରେ ନୋଭାକ ଜୋକୋଭିକ ଐତିହାସିକ ରେକର୍ଡ ସୃଷ୍ଟି କରିଛନ୍ତି । ଫ୍ରେଞ୍ଚ ଓପନ ଚମ୍ପିଆନ ସହ ରେକର୍ଡ 23ତମ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତିଛନ୍ତି ନୋଭାକ ଜୋକୋଭିକ । ରାଫେଲ ନାଦାଲଙ୍କ ରେକର୍ଡ ଭାଙ୍ଗିଛନ୍ତି ସର୍ବିୟାର ଅଭିଜ୍ଞ ଖେଳାଳି ନୋଭାକ । ନରୱେର କାସ୍ପେର ରୁଡଙ୍କୁ 7-6, 6-3, 7-5 ସେଟରେ ହରାଇ ଏହି ସଫଳତା ହାସଲ କରିଛନ୍ତି ନୋଭାକ ଜୋକଭିକ ।

ବର୍ଷର ଦ୍ବିତୀୟ ଗ୍ରାଣ୍ଡ ସ୍ଲାମ ଟୁର୍ଣ୍ଣାମେଣ୍ଟ ପ୍ରେଞ୍ଚ ଓପନରେ ନୋଭାକ ଜୋକୋଭିକ ଫାଇନାଲ ମୁକାବିଲାରେ ନରୱେର କାସ୍ପେର ରୁଡଙ୍କୁ ପରାସ୍ତ କରି ଟାଇଟଲ ହାତେଇଛନ୍ତି । ଫାଇନାଲ ଫାଇଟରେ ତୃତୀୟ ସିଡ ଜୋକୋଭିକ 7-6, 6-3, 7-5 ସେଟରେ ଚତୁର୍ଥ ସିଡ କାସ୍ପେର ରୁଡଙ୍କୁ ପରାସ୍ତ କରି ଚମ୍ପିଆନ ହୋଇଛନ୍ତି । ଫାଇନାଲ ମ୍ୟାଚ ପ୍ରାୟ 3 ଘଣ୍ଟା 16 ମିନିଟ ଧରି ଚାଲିଥିଲା । ପ୍ରଥମ ସେଟ ସଂଘର୍ଷପୂର୍ଣ୍ଣ ହୋଇଥିବାବେଳେ ପରବର୍ତ୍ତୀ 2ଟି ସେଟକୁ ସହଜରେ ଜିତି ନେଇଥିଲେ ନୋଭାକ । 3ଟି ବ୍ରେକ ପଏଣ୍ଟ ହାସଲ କରିଥିଲେ । ଏହି ମ୍ୟାଚରେ ଜୋକୋଭିକଙ୍କୁ କଡା ସଂଘର୍ଷ କରିବାକୁ ପଡିଥିଲା ।

ଚମ୍ପିଆନ ହେବା ସହ ଜୋକୋଭିକ ବିଶ୍ବର ସର୍ବାଧିକ ଗ୍ରାଣ୍ଡ ସ୍ଲାମ ହାସଲକାରୀ ପୁରୁଷ ଟେନିସ ଖେଳାଳି ହେବାର ଗୌରବ ଲାଭ କରିଛନ୍ତି । ଏହା ସହ ତାଙ୍କ ନାମରେ ଆହୁରି ଅନେକ ରେକର୍ଡ ଯୋଡି ହୋଇଛି । ଜୋକୋଭିକଙ୍କୁ ପ୍ରଥମ ଖେଳାଳି ଭାରେ 4ଟି ଗ୍ରାଣ୍ଡ ସ୍ଲାମ ହ୍ୟାଟ୍ରିକ ଟାଇଟଲ ଜିତିଛନ୍ତି । ନୋଭାକ ଜୋକୋଭିକ ମୋଟ 23ଟି ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତି ରାଫେଲ ନାଦାଲଙ୍କୁ ଟପିଛନ୍ତି । ଏହା ସହ ତୃତୀୟ ଫ୍ରେଞ୍ଚ ଓପନ ଟାଇଟଲ ଜିତି ଇତିହାସ ରଚିଛନ୍ତି ଜୋକୋଭିକ ।

ଏହା ବି ପଢନ୍ତୁ...Asia Cup 2023: ପାକିସ୍ତାନ ଓ ଶ୍ରୀଲଙ୍କାରେ ହେବ ସମସ୍ତ ମ୍ୟାଚ୍‌ !

ଏହା ବି ପଢନ୍ତୁ...WTC Final 2023: ହାରିବା ପରେ ୩ ମ୍ୟାଚ୍‌ ବିଶିଷ୍ଟ ଫାଇନାଲ ହେଉ କହିଲେ ରୋହିତ

ପୂର୍ବରୁ ନୋଭାକ ଜୋକୋଭିକ 2016 ଓ 2021ରେ ଫ୍ରେଞ୍ଚ ଓପନ ଚମ୍ପିଆନ ହୋଇଥିଲେ । 36ବର୍ଷୀୟ ଜୋକୋଭିକ ସର୍ବାଧିକ ଗ୍ରାଣ୍ଡ ସ୍ଲାମ ଟାଇଟଲ ଜିତି ରେକର୍ଡ କରିଛନ୍ତି । ଏହା ସହ ମହିଳା କିମ୍ବଦନ୍ତୀ ଖେଳାଳି ସେରେନା ୱିଲିୟମସଙ୍କ ସମକକ୍ଷ ହୋଇଛନ୍ତି । କାସ୍ପେର ରୁଡ ଦ୍ବିତୀୟ ଥର ପାଇଁ ଫ୍ରେଞ୍ଚ ଓପନ ଟାଇଟଲରୁ ବଞ୍ଚିତ ହୋଇଛନ୍ତି । ଗତ ବର୍ଷ ଟାଇଟଲ ମୁକାବିଲାରୁ ସେ ନାଦାଲଙ୍କଠୁ ପରାସ୍ତ ହୋଇଥିଲେ । କ୍ଲେ କୋର୍ଟର ରାଜା ନାଦାଲ ଆହତଜନିତ ସମସ୍ୟା ପାଇଁ ଖେଳି ନଥିଲେ । ସେ ମୋଟ 14ଟି ଫ୍ରେଞ୍ଚ ଓପନରେ ଚମ୍ପିଆନ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.