ETV Bharat / sports

ବିଶ୍ବର ଶ୍ରେଷ୍ଠ ଆଥଲେଟ ପୁରସ୍କାର ଦୌଡରେ ସୁନା ପୁଅ ନୀରଜ

author img

By ETV Bharat Odisha Team

Published : Oct 13, 2023, 7:07 AM IST

ଜାଭେଲିନ ଥ୍ରୋ ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣିମ ସଫଳତା ଦେଇଥିବା ନୀରଜ ଚୋପ୍ରା ବିଶ୍ବର ଶ୍ରେଷ୍ଠ ଆଥଲେଟ ପୁରସ୍କାର ଦୌଡରେ ରହିଛନ୍ତି । ଅଧିକ ପଢନ୍ତୁ

Mens athlete of the year award 2023
ବିଶ୍ବର ଶ୍ରେଷ୍ଠ ଆଥଲେଟ ପୁରସ୍କାର ଦୌଡରେ ସୁନା ପୁଅ ନୀରଜ

ନୂଆଦିଲ୍ଲୀ: ବିଶ୍ବ ଆଥଲେଟ ପୁରସ୍କାର ଦୌଡ଼ରେ ଭାରତର ଷ୍ଟାର ଜାଭେଲିନ ପିଙ୍ଗାଳୀ ନୀରଜ ଚୋପ୍ରା । ବିଶ୍ବ ଆଥଲେଟିକ୍ସ ପକ୍ଷରୁ 2023 ବର୍ଷର ଶ୍ରେଷ୍ଠ ପୁରୁଷ ଆଥଲେଟ ପୁରସ୍କାର ପାଇଁ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ମୋଟ 11ଜଣ ଆଥଲେଟ ସାମିଲ ଅଛନ୍ତି । ଏଥିରେ ଅଲିମ୍ପିକ୍ସ ଓ ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ନାମ ରହିଛି । ଭାରତର ଷ୍ଟାର ଜାଭେଲିନ ତାରକା ନୀରଜ ଚୋପ୍ରା ଏହି ପୁରସ୍କାର ଦୌଡରେ ରହିଛନ୍ତି । 3ଟି ପର୍ଯ୍ୟାୟରେ ଭୋଟିଂ କରଯାଇ ଶ୍ରେଷ୍ଠ ଆଥଲେଟଙ୍କ ନାମ ଫାଇନାଲ କରାଯାଇଛି ।

ଅନ୍ତର୍ଜାତୀୟ ଆଥେଲେଟିକ ବିଶେଷଜ୍ଞ ପ୍ୟାନେଲ ପକ୍ଷରୁ ବିଶ୍ବର ଶ୍ରେଷ୍ଠ ଆଥଲେଟ ପୁରସ୍କାର ପାଇଁ 11ଜଣିଆ ତାଲିକା ପ୍ରକାଶ ପାଇଛି । ଆସନ୍ତା 28 ତାରିଖରେ ପ୍ରଶଂସକମାନେ ନିଜ ନିଜ ପସନ୍ଦର ଆଥଲେଟଙ୍କୁ ଭୋଟ ଦେଇ ପାରିବେ । ନଭେମ୍ବର 13ରୁ 14 ତାରିଖରେ ବିଶ୍ବ ଆଥଲେଟ ପକ୍ଷରେ ଶ୍ରେଷ୍ଠ ଆଥଲେଟିକ୍ସ ପକ୍ଷରୁ 5ଜଣ ଲେଖାଏଁ ପୁରୁଷ ଓ ମହିଳା ଆଥଲେଟ୍‌ଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର 11 ତାରିଖରେ ବିଶ୍ବ ଆଥଲେଟିକ୍ସ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜେତାଙ୍କ ନାମ ଘୋଷଣା କରାଯିବ ।

ଏହି ବି ପଢନ୍ତୁ...Asian Games 2023: ଚାଇନାରେ ଚମକିଲେ ଓଡ଼ିଆ ପୁଅ, ଜାଭେଲିନ ଥ୍ରୋରେ କିଶୋର ଜେନାଙ୍କୁ ରୌପ୍ୟ, ସ୍ବର୍ଣ୍ଣ ଆଣିଲେ ନୀରଜ

ନୀରଜଙ୍କ ବ୍ୟତୀତ ଆମେରିକାର ରିଆନ କ୍ରୋଉଜର (ସଟ୍‌ଫୁଟ), ସ୍ବିଡେନର ମୋଣ୍ଡୋ ଡୁପ୍ଲେଣ୍ଟସ (ପୋଲଭଲ୍ଟ), ମରକ୍କୋର ସୁଫିଆନ ଏଲ ବାକାଲି (300ମି ଷ୍ଟିପଲେଚେଜ), ନରୱେର ଜାକୋଭା ଇଙ୍ଗେବ୍ରିଗଷ୍ଟେନ (150ମି ଓ 500ମି ଦୌଡ଼), କେନିଆର କେଲଭିନ କିପତମ (ମାରାଥନ), କାନା଼ର ପିଏର୍ସି ଲେପେଗ (ଡେକାଥଲନ), ଆମେରିକାର ନୋଆ ଲାଇସ (100 ଓ 200ମି), ସ୍ପେନର ଆଲଭୋରା ମାର୍ଟିନ (ରେସ ୱାକର), ଗ୍ରୀସର ମିଲଟିଆଡିସ ଟେଣ୍ଟୋଗୱୋଇ (ଲଙ୍ଗଜମ୍ପ) ଓ ନରୱେର କ୍ରଷ୍ଟେନ୍‌ ୱାହୋଲମ (400 ମି ହର୍ଡଲ୍ସ ) ।

ଏହା ବି ପଢନ୍ତୁ...World Athlethics Championships: ପ୍ରଥମ ଭାରତୀୟ ଭାବେ ଐତିହାସିକ ସ୍ବର୍ଣ୍ଣ ଜିତିଲେ ନୀରଜ, ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପ୍ରକାଶ ଥାଉ କି, ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଚଳତି ବର୍ଷ ବିଶ୍ବ ଆଥଲେଟିକ ଚମ୍ପିଆନସିପ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ । 88.17 ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ । 40ବର୍ଷ ପରେ ଭାରତକୁ ଆଥଲେଟରେ ପ୍ରଥମ ସ୍ବର୍ଣ୍ଣ ପଦକ ଭେଟି ଦେଇଥିଲେ । ସେହିପରି ଚୀନର ହଙ୍ଗଝୌରେ ସଦ୍ୟ ସମାପ୍ତ 19ତମ ଏସୀୟ କ୍ରୀଡାରେ ସ୍ବର୍ଣ୍ଣିମ ସଫଳତା ହାସଲ କରିଥିଲେ ସୁନପୁଅ ନୀରଜ । ୮୮.୮୮ ମିଟର ଦୂର ଜାଭେଲିନ ଫିଙ୍ଗି ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରଥିଲେ । ନୀରଜ ତାଙ୍କ କ୍ୟାରିୟରରେ 2018 ଏସିଆ ଗେମ୍ସରେ ସ୍ବର୍ଣ୍ଣ, 2018 ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଗୋଲ୍ଟ ମେଡାଲ ସହିତ 4ଟି ଅଲଗା ଅଲଗା ଡାଇମଣ୍ଡ ଲିଗ୍‌ ଟାଇଟଲ ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.