ETV Bharat / sports

Junior Asia Cup: ପାକିସ୍ତାନକୁ ହରାଇ ଭାରତ ଚମ୍ପିଆନ

author img

By

Published : Jun 2, 2023, 7:19 AM IST

mens hockey junior asia cup final
ପାକିସ୍ତାନକୁ ହରାଇ ଭାରତ ଚମ୍ପିଆନ

କନିଷ୍ଠ ବାଳକ ହକି ଏସିଆ କପ ଚମ୍ପିଆନ ହୋଇଛି ଭାରତ । ଫାଇନାଲ ମୁକାବିଲାରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ ହରାଇ ଚତୁର୍ଥ ଏସିଆ କପ ଟାଇଟଲ ଜିତିଛି ଜୁନିଅର ପୁରୁଷ ଭାରତୀୟ ହକି ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ବିଜୟରୁ ଅଭିଯାନ ଆରମ୍ଭ ବିଜୟରେ ଶେଷ । ଭାରତ ହାତେଇଲା ଚତୁର୍ଥ ଏସିଆ କପ ଟାଇଟଲ । ଓମାନରେ ଚାଲିଥିବା ବାଳକ ଜୁନିଅର ହକି ଏସିଆ କପରେ ଭାରତର ଚମ୍ପିଆନ ହୋଇଛି । ଫାଇନାଲ ମୁକାବିଲାରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନକୁ 2-1 ଗୋଲରେ ପରାସ୍ତ କରି ଚତୁର୍ଥ ଜୁନିଅର ହକି ଏସିଆ କପ ହାତେଇଛି ଭାରତୀୟ ଦଳ । ଭାରତ ଚତୁର୍ଥ ଥର ପାଇଁ ଏସିଆ କପ ଚମ୍ପିଆନ ହୋଇଛି । ଏହା ପୂର୍ବରୁ 2004, 2008 ଏବଂ 2015ରେ ଟ୍ରଫି ହାତେଇଥିଲା ଟିମ ଇଣ୍ଡିଆ । ଦୁଇଥର (1996, 2000) ରନର୍ସଅପ ହୋଇଛି । ଅଧିନାୟକ ଉତ୍ତମ ସିଂହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ପାକିସ୍ତାନ ବିପକ୍ଷ ଫାଇନାଲ ଫାଇଟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ପ୍ରଥମ ଓ ଦ୍ବିତୀୟ କ୍ବାର୍ଟରରେ ଭାରତ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ 2-0ରେ ଆଗୁଆ ଥିଲା । ଭାରତ ପକ୍ଷରୁ 13ତମ ମିନିଟରେ ଅଙ୍ଗଦ ବୀର ସିଂହ ପ୍ରଥମ ଓ 20ତମ ମିନିଟରେ ଅରାଜିତ ସିଂହ ଗୋଲ ସ୍କୋର କରିଥିଲେ । ତୃତୀୟ କ୍ବାର୍ଟରରେ କସରତ କରି ପାକିସ୍ତାନ ଗୋଟିଏ ଗୋଲ ପରିଶୋଧ କରିବାକୁ ସକ୍ଷମ ହୋଇଥିଲା । ଚତୁର୍ଥ କ୍ବାର୍ଟର ଗୋଲଶୂନ୍ୟ ରହିଥିଲା ଫଳରେ ଭାରତ ମ୍ୟାଚକୁ 2-1ରେ ଜିତି ନେଇ ଚମ୍ପିଆନ ହୋଇଥିଲା ।

  • With the accolades comes the rewards 🤩

    Hockey India rewards the Players and Staff for their fantastic achievement by offering a cash prize of Rs. 2 lakhs for each Player and 1 lakh for each Support Staff of the Junior Men's Hockey Team.#HockeyIndia #IndiaKaGame #AsiaCup2023pic.twitter.com/U53vOZGLHy

    — Hockey India (@TheHockeyIndia) June 1, 2023 " class="align-text-top noRightClick twitterSection" data=" ">

ଜୁନିଆର ଭାରତୀୟ ହକି ଦଳର ଏହି ସଫଳତା ପାଇଁ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସିନିୟର ହକି ଦଳ ମଧ୍ୟ ଚମ୍ପିଆନ ଜୁନିୟର ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ଚମ୍ପିଆନ ଭାରତୀୟ ଦଳର ପ୍ରତ୍ୟେକ ପ୍ଲେୟାରଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଓ ପ୍ରତି ସପୋର୍ଟ ଷ୍ଟାଫଙ୍କୁ 1 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଦିଆଯାଇଛି ।

ଏହା ବି ପଢନ୍ତୁ...VIRAL ALERT: ଭଗବତ ଗୀତା ସହିତ ନଜର ଆସିଲେ ଧୋନି, ସଫଳ ହେଲା ଆଣ୍ଠୁ ସର୍ଜରୀ

ପ୍ରକାଶ ଥାଉ କି, କନିଷ୍ଠ ବାଳକ ହକି ଏସିଆ କପରେ ଭାରତ ତାର ପ୍ରଥମ ମ୍ୟାଚରେ ଚାଇନିଜ ତାଇପେକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା । ଚାଇନିଜ ତାଇପେ ବିପକ୍ଷରେ 18-0 ଗୋଲରେ ବୃହତ ବିଜୟ ହାସଲ କରିଥିଲା ଭାରତ । ଏହା ପରେ ଦ୍ବିତୀୟ ମୁକାବିଲାରେ ଜାପାନକୁ 3-1 ଗୋଲରେ ପରାସ୍ତ କରିଥିଲା । ତୃତୀୟ ମୁକାବିଲାରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦୀ ପାକିସ୍ତାନ ସହ ମ୍ୟାଚ ଡ୍ର ହୋଇଥିଲା । ଏହି ମୁକାବିଲା 1-1ରେ ବରାବର ରହିଥିଲା । ଅନ୍ତିମ ପୁଲ ମ୍ୟାଚରେ ଥାଇଲାଣ୍ଡକୁ 17-0 ଗୋଲରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିଲା ଜୁନିଆର ପୁରୁଷ ହକି ଟିମ । ସେମିଫାଇନାଲରେ କୋରିଆକୁ 9-1 ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.