ETV Bharat / sports

VIRAL ALERT: ଭଗବତ ଗୀତା ସହିତ ନଜର ଆସିଲେ ଧୋନି, ସଫଳ ହେଲା ଆଣ୍ଠୁ ସର୍ଜରୀ

author img

By

Published : Jun 1, 2023, 10:32 PM IST

ଷ୍ଟାର କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟିକତ୍ବରେ ୫ମ ଥର ପାଇଁ IPL ଟାଇଟଲ ହାତେଇଛି ଚେନ୍ନାଇ ସୁପର କିଙ୍ଗସ । ଏନେଇ ଚର୍ଚ୍ଚାରେ ରହିଥିବା ଧୋନିଙ୍କ ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ସେ ହାତରେ ଧରିଛନ୍ତି ପବିତ୍ର ଭାଗବତ ଗୀତା । ଜାଣନ୍ତୁ ଏହାର କାରଣ

MS Dhoni spotted with Bhagavad Gita
MS Dhoni spotted with Bhagavad Gita

ହାଇଦ୍ରାବାଦ: ଚଳିତ ଆଇପିଏଲ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ହରାଇ ରେକର୍ଡ ବିଜୟ ହାସଲ କରିଛି ଚମ୍ପିଆନ ଟିମ ଚେନ୍ନାଇ ସୁପର କିଙ୍ଗସ । ଏ ନେଇ ଫ୍ୟାନଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରି । ଏହି ବିଜୟ ସହିତ CSK ପଞ୍ଚମ ଥର ଟାଇଟଲ ହାତେଇଛି । ବିଜୟ ପରେ ବିଶେଷ କରି ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଫ୍ୟାନ୍‌ ବେଶ୍‌ ଉତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା । IPL ୨୦୨୩ରେ ବିଜୟକୁ ନେଇ ଧୋନି ଏବେ ବେଶ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଠି ଧୋନି ପବିତ୍ର ଭଗବତ ଗୀତା ସହିତ ନଜର ଆସିଛନ୍ତି । ହାତରେ ପବିତ୍ର ଗୀତାକୁ ଧରି ପୋଜ ଦେଇଛନ୍ତି ଧୋନି ।

ଧୋନି କାର ଭିତରେ ବସିଥିବା ବେଳେ ହାତରେ ପବିତ୍ର ଭାଗବତ ଗୀତା ବହି ଧରିଥିଲେ । ଆଣ୍ଠୁ ସର୍ଜରୀ ପୂର୍ବରୁ ଧୋନିଙ୍କ ଏହି ଫଟୋ ଖୁବ ଭାଇରାଲ ହୋଇଥିଲା । ଆଣ୍ଠୁରେ ଆଘାତର ପ୍ରଭାବ ଧୋନିଂଙ୍କ ବ୍ୟାଟିଂ ଉପରେ ପଡ଼ିଥିଲା । ଆଇପିଏଲର ପୁରା ସିଜନ ମଧ୍ୟରେ ଏହି ଆଘାତ ସହିତ ସେ ମ୍ୟାଚ ଖେଳିଥିଲେ ଓ କ୍ୟାପ୍ଟେନ୍ସି କରିଥିଲେ । ଏହି ଆଘାତ ତାଙ୍କ କିପିଂ ଉପରେ ସେତେଟା ପ୍ରଭାବ ପକାଇନଥିବା ବେଳେ ବ୍ୟାଟିଂରେ ପ୍ରଭାବ ପକାଇଥିଲା । ଏପରିକି ରନ୍‌ ନେବାରେ ମଧ୍ୟ କଷ୍ଟ ଅନୁଭବ କରିଥିଲେ ଧୋନି । ଏ ନେଇ ଚେନ୍ନାଇ ସିଇଓ କାଶୀ ବିଶ୍ବନାଥନ ସୂଚନା ଦେଇଥିଲେ । ଭାଇରାଲ ଫଟୋ ସମ୍ପର୍କରେ ଆଲୋଚନା କଲେ ଏହି ଫଟୋଟି ମୁମ୍ବାଇର ବୋଲି କୁହାଯାଉଛି । ଧୋନି ଆଣ୍ଠୁ ସର୍ଜରୀ ଲାଗି ମୁମ୍ବାଇରେ ଥିବା ବେଳେ ଏହି ଫଟୋ ସେଠାରେ କ୍ଲିକ ହୋଇଥିବା ରିପୋର୍ଟରୁ ସୂଚନା ମିଳିଛି ।

ଧୋନିଙ୍କ ଆଣ୍ଠୁ ସର୍ଜରୀ ସଫଳ:- ଆଜି (ଗୁରୁବାର) ମୁମ୍ବାଇ ହସ୍ପିଟାଲରେ ଧୋନିଙ୍କ ସର୍ଜରୀ ସଫଳତାର ସହ ଶେଷ ହୋଇଥିବା ସୂଚନା ମିଳିଛି । ଆଇପିଏଲ ଫାଇନାଲ ମ୍ୟାଚ ପରେ ଧୋନି ଗୁଜୁରାଟ ଅହମ୍ମଦାବାଦରୁ ମୁମ୍ବାଇକୁ ସର୍ଜରୀ ପାଇଁ ଯାତ୍ରା କରିଥିଲେ । ସର୍ଜରୀ ନେଇ BCCIର ମେଡିକାଲ ପ୍ୟାନେଲଙ୍କର ମଧ୍ୟ ପରାମର୍ଶ ନେଇଥିଲେ । ତେବେ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ତାଙ୍କର ସର୍ଜରୀ ସଫଳ ହୋଇଥିବା ସିଏସକେ ସିଇଓ ବିଶ୍ବନାଥନ ସ୍ପଷ୍ଟ କରିଛନ୍ତି । କୋକିଲାବେନରେ ଧୋନିଙ୍କ ଆଣ୍ଠୁ ସର୍ଜରୀ ସଫଳ ହେବା ପରେ ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ମଧ୍ୟ ଜଣାପଡ଼ିଛି । ତେବେ ସେ କିଛି ଦିନ ଲାଗି ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

MS Dhoni
ଆଇପିଏଲ ୨୦୨୨ ସିଜନରୁ ଥିଲା ଧୋନିଙ୍କ ଆଣ୍ଠୁ ସସମ୍ୟା

ଏହା ବି ପଢନ୍ତୁ- ଧୋନୀଙ୍କ ଆଣ୍ଠୁ ସମସ୍ୟା ଓ ଅବସର ନେଇ ଏହା କହିଲେ CSK ସିଇଓ

ଏହାପରେ ସେ ଧୀରେ ଧୀରେ ଚାଲିବା ସହିତ ଆଗାମୀ ଆଇପିଏଲ ମ୍ୟାଚ ଲାଗି ଫିଟ୍‌ ହେବେ ବୋଲି ଜଣାପଡ଼ିଛି । ସୂଚନା ଥାଉ କି ଧୋନିଙ୍କୁ ଆଣ୍ଠୁରେ ଆଘାତ ଲାଗିବା ସତ୍ତ୍ବେ ସେ ପୁରା ଆଇପିଏଲ ସିଜନ ଖେଳିଥିଲେ । ଆଉ ନିଜର ବଳିଷ୍ଠ କ୍ୟାପ୍ଟେନ୍ସି ଦ୍ବାରା ଟିମକୁ ବିଜୟ ପାହାଚ ଚଢାଇଥିଲେ । ୨୦୨୨ ଆଇପିଏଲ ମ୍ୟାଚରେ ଧୋନିଙ୍କୁ ଆଣ୍ଠୁ ଚାରିପାଖରେ ଏକ ଷ୍ଟ୍ରାପ ପିନ୍ଧିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଫଳରେ ଲୋୟର ପୋଜିସନରେ ବ୍ୟାଟିଂ କରିବା ତାଙ୍କ ଲାଗି କଷ୍ଟସାଧ୍ୟ ରହିଥିଲା । ଏଥିଲାଗି ସେ ଅଷ୍ଟମ ବ୍ୟାଟର ଭାବେ ବ୍ୟାଟିଂ କରିବାକୁ ଆସୁଥିବା ବେଳେ ରନ୍‌ ନେବା ସମୟରେ କଷ୍ଟ ଅନୁଭବ କରୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.