ETV Bharat / sports

ISL 2021-22: ଓଡିଶା ଏଫସିର ଷଷ୍ଠ ବିଜୟ, ସେମିଫାଇନାଲ ଆଶା ଉଜ୍ଜୀବିତ

author img

By

Published : Feb 8, 2022, 4:14 PM IST

ISL 2021-22: Odisha FC keep semi-final hopes alive with win against SC East Bengal
ISL 2021-22: ଓଡିଶା ଏଫସିର ଷଷ୍ଠ ବିଜୟ, ସେମିଫାଇନାଲ ଆଶା ଉଜ୍ଜୀବିତ

ଚଳିତ ଇଣ୍ଡିଆନ ସୁପର ଲିଗ(ISL) ୨୦୨୧-୨୨ ସଂସ୍କରଣର ଟୁର୍ନାମେଣ୍ଟରେ ଓଡିଶା ଏଫସିର ଷଷ୍ଠ ବିଜୟ । ଏସସି ଇଷ୍ଟ ବେଙ୍ଗଲ(SC East Bengal)କୁ ୨-୧ଗୋଲ୍‌ରେ ହରାଇ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିବା ସହ ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଛି ଓଡିଶା । ଅଧିକ ପଢନ୍ତୁ

ଭାସ୍କୋ(ଗୋଆ): ଚଳିତ ଇଣ୍ଡିଆନ ସୁପର ଲିଗ(ISL) ୨୦୨୧-୨୨ ସଂସ୍କରଣର ଟୁର୍ନାମେଣ୍ଟରେ ଓଡିଶା ଏଫସିର ଷଷ୍ଠ ବିଜୟ । ତିଳକ ମୈଦାନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ଏସସି ଇଷ୍ଟ ବେଙ୍ଗଲ(SC East Bengal)କୁ ୨-୧ଗୋଲ୍‌ରେ ହରାଇଛି ଓଡିଶା । ଫଳରେ ଆଇଏସଏଲ(Indian Super League) ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ପହଞ୍ଚିବା ସହ ଓଡିଶାର ସେମିଫାଇନାଲ ଆଶା ଉଜ୍ଜୀବିତ ରହିଛି । ଏହି ମ୍ୟାଚ୍‌ରୁ ସଂପୂର୍ଣ୍ଣ ୩ ପଏଣ୍ଟ ମଧ୍ୟ ଓଡିଶା ଏଫସି ହାସଲ କରିବାରେ ସଫଳ ହୋଇଛି ।

ଏହାମଧ୍ୟ ପଢନ୍ତୁ: T20 WC 2022: କିଛି ମିନିଟ୍‌ରେ ଶେଷ ହୋଇଗଲା ଭାରତ-ପାକ୍ ମ୍ୟାଚ୍‌ ଟିକେଟ୍‌

ଓଡିଶା ଏଫସି ପକ୍ଷରୁ ଜୋନାଥାସ(Jonathas) ମ୍ୟାଚ୍‌ର ୨୩ତମ ମିନିଟ୍‌ରେ ଗୋଲ୍‌ କରିବା ସହ ଆରମ୍ଭରୁ ଆଗୁଆ କରିଥିଲେ । ଏହାପରେ ଇଷ୍ଟ ବେଙ୍ଗଲ ପକ୍ଷରୁ ଆଣ୍ଟୋନିଓ ପେରୋସେଭିକ(Antonio Perosevic) ୬୪ତମ ମିନିଟ୍‌ରେ ଗୋଲ୍‌ କରିବା ସହ ସ୍କୋର ବରାବର କରିଥିଲେ । ତେବେ ଓଡିଶା ପକ୍ଷରୁ ଜାଭିଅର ହର୍ନାଣ୍ଡେଜ୍‌(Javier Hernandez) ମ୍ୟାଚ୍‌ର ୭୫ତମ ମିନିଟ୍‌ରେ ଏକ ଦମଦାର ଗୋଲ୍‌ କରିବା ସହ ବିଜୟ ସୁନିଶ୍ଚିତ କରିଥିଲେ ।

ପରବର୍ତ୍ତୀ ମ୍ୟାଚ୍‌ରେ ଓଡିଶା ଏଫସି ଶକ୍ତିଶାଳୀ ମୁମ୍ବାଇ ସିଟି(Mumbai City FC) ଏଫସିକୁ ରବିବାର PJN ଷ୍ଟାଡିୟମରେ ଭେଟିବ । ସେହିପରି ଏସସି ଇଷ୍ଟ ବେଙ୍ଗଲ ତିଳକ ମୈଦାନ ଷ୍ଟାଡିୟମରେ ସୋମବାର ଫର୍ମରେ ଥିବା କେରଳ ବ୍ଳାଷ୍ଟର୍ସ ସହ ମୁହାଁମୁହିଁ ହେବ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.