ETV Bharat / sports

T20 WC 2022: କିଛି ମିନିଟ୍‌ରେ ଶେଷ ହୋଇଗଲା ଭାରତ-ପାକ୍ ମ୍ୟାଚ୍‌ ଟିକେଟ୍‌

author img

By

Published : Feb 7, 2022, 10:40 PM IST

icc t20 world cup 2022: india vs pakistan match tickets sold out within hours
T20 WC 2022: କିଛି ମିନିଟ୍‌ରେ ଶେଷ ହୋଇଗଲା ଭାରତ-ପାକ୍ ମ୍ୟାଚ୍‌ ଟିକେଟ୍‌

ଚୀର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ମ୍ୟାଚର କ୍ରେଜ୍ ସମସ୍ତଙ୍କୁ ଜଣା । ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୨ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଥିବାବେଳେ କିଛି ମିନିଟ୍‌ ମଧ୍ୟରେ ଭାର-ପାକିସ୍ତାନ ମ୍ୟାଚ୍‌ ଟିକେଟ ବିକ୍ରି ଶେଷ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚୀର ପ୍ରତିନ୍ଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ମ୍ୟାଚର କ୍ରେଜ୍ ସମସ୍ତଙ୍କୁ ଜଣା । ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୨ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି । ବିଶ୍ବକପ ଟୁର୍ନାମେଣ୍ଟରେ ପୁଣି ମୁହାଁମୁହାଁ ହେବେ ଦୁଇ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଫଟାଫଟ କ୍ରିକେଟ ବିଶ୍ବକପର ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୨୩ ତାରିଖରେ ଖେଳାଯିବା ନେଇ ସୂଚୀ ରହିଛି। ମାତ୍ର ଏହି ଟି-୨୦ ମ୍ୟାଚ୍‌କୁ ୮ ମାସ ବାକିଥିବାବେଳେ ଆଉ ଟିକେଟ ଉପଲବ୍ଧ ନାହିଁ । ମାତ୍ର କିଛି ମିନିଟ୍‌ ମଧ୍ୟରେ ଏହି ମ୍ୟାଚ୍‌ର ଟିକେଟ ଶେଷ ହୋଇଯାଇଛି ।

ଏହାମଧ୍ୟ ପଢନ୍ତୁ: ଯେବେ ପାକିସ୍ତାନକୁ ଏକାକୀ ଅଲଆଉଟ୍‌ କରିଥିଲେ ଅନିଲ କୁମ୍ବଲେ

ଟି-୨୦ ବିଶ୍ବକପ ଇତିହାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୬ଟି ମୁକାବିଲା ଖେଳାଯାଇଛି । ଏହାମଧ୍ୟରୁ ଭାରତ ୫ଥର ଏବଂ ପାକିସ୍ତାନ ମାତ୍ର ଥରେ ଜିତିଛି । ଗତବର୍ଷ UAEରେ ଆୟୋଜିତ ଟି-୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ଧାରା ଭାଙ୍ଗିଥିଲା। ପାକିସ୍ତାନ ୧୦ ୱିକେଟରେ ଭାରତକୁ ହରାଇଥିଲା ଏବଂ ପ୍ରଥମଥର କୌଣସି ବିଶ୍ବକପରେ ଭାରତ ବିପକ୍ଷରେ ବିଜୟ ହାସଲ କରିଥିଲା ।

ICC ପୁରୁଷ ଟି-୨୦ ବିଶ୍ବକପ ୨୦୨୨ ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୬ରୁ ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଖେଳାଯିବାନେଇ ସୂଚୀ ରହିଛି । ଷ୍ଟାଡିୟମରେ ଲାଇଭ ମ୍ୟାଚ୍‌ ଦେଖିବାକୁ ଫ୍ୟାନ୍ସ ଟିକେଟ କିଣିବା ଆରମ୍ଭ କରିସାରିଲେଣି । ଟିକେଟ୍‌ ଗୁଡ଼ିକ ଟି-୨୦ ବିଶ୍ବକପ ଡଟ୍ କମ୍ ୱେବସାଇଟରେ ଉପଲବ୍ଧ ରହିଛି। ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍‌ ସମେତ ମୋଟ ୪୫ ମ୍ୟାଚର ଟିକେଟ୍ ବିକ୍ରି କରାଯିବ । ଏନେଇ ICC ପକ୍ଷରୁ ଘୋଷଣା କରାଯାଇଛି । ଭାରତ- ପାକିସ୍ତାନ ମ୍ୟାଚ୍ ବ୍ୟତୀତ ବିଶ୍ବକପ ଫାଇନାଲ୍ ଏବଂ ଇଂଲଣ୍ଡ ତଥା ନ୍ୟୁଜିଲାଣ୍ଡ ବିପକ୍ଷ ଅଷ୍ଟ୍ରେଲିଆର ଗ୍ରୁପ୍ ମ୍ୟାଚ୍‌ର ଟିକେଟ ବିକ୍ରି ହୋଇସାରିଥିବା ସୂଚନା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.