ETV Bharat / sports

ISL: ଓଡିଶା ଏଫସିର ଆଉ ଏକ ପରାଜୟ

author img

By

Published : Jan 27, 2022, 10:45 PM IST

Hyderabad FC come from behind to jolt Odisha FC in thrilling 3-2 clash
ISL: ଓଡିଶା ଏଫସିର ଆଉ ଏକ ପରାଜୟ

ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ISL)ରେ ଓଡିଶା ଏଫସିର ଆଉ ଏକ ପରାଜୟ । ଗୁରୁବାର ତିଳକ ମଇଦାନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ହାଇଦ୍ରାବାଦ ଏଫସି(HFC) ଠାରୁ ୩-୨ ଗୋଲ୍‌ରେ ପରାସ୍ତ ହୋଇଛି ଓଡିଶା । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଚଳିତ ହିରୋ ଇଣ୍ଡିଆନ ସୁପର ଲିଗ୍‌(ISL)ରେ ଓଡିଶା ଏଫସିର ଆଉ ଏକ ପରାଜୟ । ଗୁରୁବାର ତିଳକ ମଇଦାନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ହାଇଦ୍ରାବାଦ ଏଫସି(HFC) ଠାରୁ ୩-୨ ଗୋଲ୍‌ରେ ପରାସ୍ତ ହୋଇଛି ଓଡିଶା ।

ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ହାଇଦ୍ରାବାଦ ଏଫସି ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ ଗୋଲ୍‌ କରିବାକୁ ସମର୍ଥ ହୋଇନଥିଲା । ଜେରି ମାୱିମିଙ୍ଗଥାଙ୍ଗା ମ୍ୟାଚ୍‌ର ୪୫ତମ ମିନିଟ୍‌ରେ ପ୍ରଥମ ଗୋଲ୍‌ କରି ଓଡିଶାକୁ ଆଗୁଆ କରାଇଥିଲେ । ମାତ୍ର ହାଇଦ୍ରାବାଦ ପକ୍ଷରୁ ଏହାର କିଛି ମିନିଟ ମଧ୍ୟରେ ମ୍ୟାଚ୍‌ର ୫୧ତମ ମିନିଟ୍‌ରେ ଜୋଏଲ ଚାଇନିଜ ଗୋଲ୍‌ କରିବା ସହ ସ୍କୋର୍‌ ୧-୧ରେ ବରାବର କରିଥିଲେ ।

ଏହାମଧ୍ୟ ପଢନ୍ତୁ: Odisha Open badminton: କ୍ବାର୍ଟର-ଫାଇନାଲରେ ମାଳବିକା, ଅସ୍ମିତା

ପରେ ଜାକୋ ଭିକ୍ଟର ୭୦ତମ ମିନିଟ୍‌ରେ ଓ ଆକାଶ ମିଶ୍ର ୭୩ତମ ମିନିଟ୍‌ରେ ଗୋଲ୍‌ କରି ହାଇଦ୍ରାବାଦକୁ ଆଗୁଆ କରାଇଥିଲେ । ଓଡିଶା ପରାଜୟ ଏଡାଇବାକୁ ସମସ୍ତ ପ୍ରୟାସ କରି ନିରାଶ ହୋଇଥିଲା । ମ୍ୟାଚ୍‌ର ଶେଷ ବାଗରେ ୮୪ ତମ ମିନିଟ୍‌ରେ ଜୋନାଥନ କ୍ରୀଷ୍ଟିଆନ ଗୋଲ୍‌ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା । ୩-୨ରେ ହାଇଦ୍ରାବାଦ ଏଫସି ବିଜୟୀ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.