ETV Bharat / sports

Odisha Open badminton: କ୍ବାର୍ଟର-ଫାଇନାଲରେ ମାଳବିକା, ଅସ୍ମିତା

author img

By

Published : Jan 27, 2022, 7:17 PM IST

ଓଡିଶା ଓପନ ୨୦୨୨ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ମହିଳା ଏକକ କ୍ବାର୍ଟର-ଫାଇନାଲରେ ଭାରତୀୟ ଷ୍ଟାର ସର୍ଟଲର ମାଳବିକା ବଂଶଦ । ଅଧିକ ପଢନ୍ତୁ

Odisha Open badminton: Malvika, Ashmita advance to quarter-finals
Odisha Open badminton: କ୍ବାର୍ଟର-ଫାଇନାଲରେ ମାଳବିକା, ଅସ୍ମିତା

କଟକ: ଚଳିତ ଓଡିଶା ଓପନ ୨୦୨୨ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ(Odisha Open badminton) ଭାରତୀୟ ଷ୍ଟାର ସର୍ଟଲର ମାଳବିକା ବଂଶଦଙ୍କ ଦମଦାର ପ୍ରଦର୍ଶନ ଜାରି । ଗୁରୁବାର ମହିଳା ଏକକ କ୍ବାର୍ଟର-ଫାଇନାଲରେ ପ୍ରବେଶ କରଛନ୍ତି ମାଳବିକା । ୨୦ ବର୍ଷୀୟା ମାଳବିକା, ଜୁନିଅର ବିଶ୍ବ ନମ୍ବର ୧ ତସନିମ ମୀରଙ୍କୁ ୨୧-୧୩, ୨୧-୧୫ ସିଧାସଳଖ ସେଟ୍‌ରେ ହରାଇ କ୍ବାର୍ଟର ଟିକେଟ ହାତେଇଛନ୍ତି । ଏହି ମୁକାବିଲା ୩୩ ମିନିଟ୍‌ ଧରି ଖେଳାଯାଇଥିଲା । ଶୁକ୍ରବାର କ୍ବାର୍ଟର-ଫାଇନାଲ ମ୍ୟାଚ୍‌ରେ ସେ ୧୮ ବର୍ଷୀୟା ତନୟା ହେମନ୍ତଙ୍କୁ ଭେଟିବେ ।

ଅନ୍ୟପଟେ ଟୁର୍ନାମେଣ୍ଟର ଅନ୍ୟତମ ଟାଇଟେଲ ଦାବିଦାର ଅସ୍ମିତା ମଧ୍ୟ ଅନୁପମା ଉପାଧ୍ୟାୟଙ୍କୁ ରାଉଣ୍ଡ ୧୬ ମ୍ୟାଚ୍‌ରେ ୨୧-୧୭, ୨୧-୧୬ରେ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ଉଭୟ ମାଳବିକା ଓ ଅସ୍ମିତାଙ୍କ ବିଶ୍ବ ମାନ୍ୟତା ଯଥାକ୍ରମେ ୬୭ ଓ ୬୯ ରହିଛି । ଫଳରେ ଅଲମ୍ପିକ୍‌ ପଦକ ବିଜେତା ପିଭି ସିନ୍ଧୁ ଓ ସାଇନା ନେହୱାଲଙ୍କ ଅନୁପସ୍ଥିତିରେ ଚଳିତ ଓଡିଶା ଓପନ ସୁପର ୧୦୦ ଇଭେଣ୍ଟରେ ଶୀର୍ଷ ମାନତାଥିବା ମହିଳା ଖେଳାଳି ରହିଛନ୍ତି ମାଳବିକା ଓ ଅସ୍ମିତା ।

ଏହାମଧ୍ୟ ପଢନ୍ତୁ: FIH Pro League: 20 ଜଣିଆ ଭାରତୀୟ ପୁରୁଷ ହକି ଟିମରେ 2 ଓଡିଆ

ସେହିପରି ପୁରୁଷ ଏକକ ବର୍ଗରେ ଶୁଭଙ୍କର ଦେ ୨୧-୧୬, ୨୧-୧୪ରେ ରାହୁଲ ଯାଦବଙ୍କୁ ହରାଇଛନ୍ତି । କ୍ବାର୍ଟର-ଫାଇନାଲରେ ୨୧-୧୨, ୨୧-୧୨ ସେଟ୍‌ରେ ଚିରାଗ ସେନଙ୍କୁ ହରାଇଥିବା କିରନ ଜର୍ଜଙ୍କୁ ଭେଟିବେ ଶୁଭଙ୍କର । ପୁରୁଷ ଏକକ ବର୍ଗର ଅନ୍ୟଏକ ମ୍ୟାଚ୍‌ରେ ମିଥୁନ ମଞ୍ଜୁନାଥ ମାଲେସିୟାର ଚିଂମ ଜୁନ ୱେଇଙ୍କୁ ୨୧-୧୧, ୨୧-୧୮ରେ ହରାଇଛନ୍ତି । ଫଳରେ ଶୁକ୍ରବାର ଗତବର୍ଷ ୟୁକ୍ରେନ ଇଣ୍ଟରନ୍ୟାସନାଲର ବିଜେତା ପ୍ରିୟାଂଶୁ ରାଜୱାତଙ୍କୁ ଭେଟିବେ ମଞ୍ଜୁନାଥ ।

ମିଶ୍ରିତ ଯୁଗଳ ଇଭେଣ୍ଟରେ ଏମଆର ଅର୍ଜୁନ ଓ ତ୍ରୀଷା ଜୋଲି ୨୧-୧୮, ୨୧-୫ରେ ରାଜୁ ମହମ୍ମଦ ରେହାନ ଓ ଜାମୁଲୁଦିନ ଅନିସ କୱସରଙ୍କୁ ହରାଇ କ୍ବାର୍ଟର-ଫାଇନାଲରେ ପ୍ରବେଶ କରିଛନ୍ତି । ବିଜେତା ଯୋଡି ପରବର୍ତ୍ତୀ ମୁକାବିଲାରେ ନଜିର ଅବୁ ବକର ଓ ନିଲା ଭଲୁବନଙ୍କୁ ଭେଟିବେ ।

IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.