ETV Bharat / sports

Tokyo Olympics: ଦମ୍‌ ଦେଖାଇବେ ସୁପର ମମ୍ସ

author img

By

Published : Jul 22, 2021, 5:18 PM IST

mary kom, sania mirza, Shelly-Ann Fraser-Pryce,  Allyson Felix, Alex Morgan, isabell werth, mariel zagunis,  know about the super moms of tokyo olympics,  Tokyo olympics, tokyo 2020, ଦମ୍‌ ଦେଖାଇବେ ସୁପର ମମ୍‌, ଏମସି ମେରୀ କମ୍‌, ସାନିଆ ମିର୍ଜା
Tokyo Olympics: ଦମ୍‌ ଦେଖାଇବେ ସୁପର ମମ୍‌

ଚଳିତ ଟୋକିଓ ଅଲମ୍ପିକ୍ସ (Tokyo Olympics) ରେ ଭାଗ ନେଉଥିବା ଆଥଲେଟଙ୍କ ମଧ୍ୟରେ ରହିଛନ୍ତି ଅନେକ ମା’ । ଜାଣନ୍ତୁ ସେହି ସୁପର ମମ୍ସଙ୍କ ବିଷୟରେ...

ହାଇଦ୍ରାବାଦ: ରାତି ପାହିଲେ ଆରମ୍ଭ ହେବ ବହୁ ପ୍ରିକ୍ଷିତ Tokyo Olympics । ସାରା ବିଶ୍ବର କୋଣ ଅନୁକୋଣରୁ ଖେଳାଳି ଏହି ମେଗା ଇଭେଣ୍ଟରେ ଭାଗ ନେବାପାଇଁ ପହଁଞ୍ଚି ସାରିଛନ୍ତି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଖେଳାଳି ଖେଳିବେ ଅଲମ୍ପିକ ଗେମ୍ସ, ଆଉ ସେଥି ମଧ୍ୟରେ ଅଛନ୍ତି କିଛି ମା’ । ନିଜ ଘର ପରିବାର ଛାଡ଼ି ଦେଶର ପତାକା ସାରା ବିଶ୍ବରେ ଉଚ୍ଚ କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି ଏମାନେ । ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ଏମାନଙ୍କର ସଙ୍ଘର୍ଷର କାହାଣୀ ହେଉଛି ଅତୁଳନୀୟ ଓ ପ୍ରେରଣାଦାୟୀ । ସେହିପରି କିଛି ସୁପର ମମ୍ସଙ୍କ ବିଷୟରେ ଜାଣନ୍ତୁ ଏହି ସ୍ବତନ୍ତ୍ର ଉପସ୍ଥାପନାରେ ।

ଏମସି ମେରୀ କମ୍‌ (ଭାରତ)

mary kom, sania mirza, Shelly-Ann Fraser-Pryce,  Allyson Felix, Alex Morgan, isabell werth, mariel zagunis,  know about the super moms of tokyo olympics,  Tokyo olympics, tokyo 2020, ଦମ୍‌ ଦେଖାଇବେ ସୁପର ମମ୍‌, ଏମସି ମେରୀ କମ୍‌, ସାନିଆ ମିର୍ଜା
ଏମସି ମେରୀ କମ୍‌ ଓ ତାଙ୍କ ପରିବାର

ବିଶ୍ବ ବକ୍ସିଂ ଚାମ୍ପିୟନଶିପ ଇତିହାସର ସବୁଠାରୁ ସଫଳ ବକ୍ସର ଏମସି ମେରୀ କମ୍‌ ଯିଏକି ଏହି ଇଭେଣ୍ଟରେ ରେକର୍ଡ ସଂଖ୍ୟକ ୮ଟି ପଦକ ହାତେଇଛନ୍ତି । ପ୍ରଥମ ଥର ଅଲମ୍ପିକରେ ଯେତେବେଳେ ମହିଳା ଗର୍ବ ବକ୍ସିଂ ଆରମ୍ଭ ହେଲା ମେରୀ ସେଥିରେ ଭାଗ ନେଇ ୫୧ କିଗ୍ରା ବର୍ଗରେ ଜିତିଥିଲେ କାଂଶ୍ୟ ପଦକ । ୩୮ ବର୍ଷୀୟା ଭାରତୀୟ ମୁଷ୍ଟିଯୁଦ୍ଧ ମେରୀ ହେଉଛନ୍ତି 4 ସନ୍ତାନଙ୍କ ମା’ ।

ସାନିଆ ମିର୍ଜା (ଭାରତ)

mary kom, sania mirza, Shelly-Ann Fraser-Pryce,  Allyson Felix, Alex Morgan, isabell werth, mariel zagunis,  know about the super moms of tokyo olympics,  Tokyo olympics, tokyo 2020, ଦମ୍‌ ଦେଖାଇବେ ସୁପର ମମ୍‌, ଏମସି ମେରୀ କମ୍‌, ସାନିଆ ମିର୍ଜା
ପୁଅ ସହ ସାନିଆ ମିର୍ଜା

ଟେନିସର ଅନ୍ୟଜଣେ ଯାଜୁଲ୍ୟମାନ ତାରକା ହେଉଛନ୍ତି ସାନିଆ ମିର୍ଜା । ୬ଟି ଗ୍ରାଣ୍ଡସ୍ଲାମ ରହିଛି ତାଙ୍କ ନାମରେ । ୩ଟି ଅଲମ୍ପିକ ଖୋଳି ସାରିଥିବା ସାନିଆ ଚତୁର୍ଥ ଥର ପାଇଁ ଜଣେ ମା’ ଭାବରେ ଅଲମ୍ପିକ ଖେଳିବେ । ଏଥର ଅଲମ୍ପିକ ଖେଳିବା ସହ ସାନିଆ ସର୍ବାଧିକ ଥର ଅଲମ୍ପିକ ଖେଳିଥିବା ଭାରତୀୟ ମହିଳା ହେବେ । ସାନିଆ ବର୍ତ୍ତମାନ ତିନି ବର୍ଷୀୟ ପୁଅର ଜନନୀ ।

ଇସାବେଲ ୱେର୍ଥ (ଜର୍ମାନୀ)

mary kom, sania mirza, Shelly-Ann Fraser-Pryce,  Allyson Felix, Alex Morgan, isabell werth, mariel zagunis,  know about the super moms of tokyo olympics,  Tokyo olympics, tokyo 2020, ଦମ୍‌ ଦେଖାଇବେ ସୁପର ମମ୍‌, ଏମସି ମେରୀ କମ୍‌, ସାନିଆ ମିର୍ଜା
ଘୋଡ଼ା ଉପରେ ଇସାବେଲ ୱେର୍ଥ ସାଙ୍ଗରେ ଅଛନ୍ତି ପୁଅ

ଇସାବେଲ ଅଲମ୍ପିକ ଗେମ୍ସର ସଫଳତମ ଆଥଲେଟ ମାନଙ୍କ ମଧ୍ୟରୁ ଜଣେ । ଇସାବେଲ ଅଶ୍ବାରୋହଣରେ ହାତେଇଛନ୍ତି ୬ଟି ସ୍ବର୍ଣ୍ଣ ଓ ୪ଟି ରୌପ୍ୟ ପଦକ । ଚଳିତ ଅଲମ୍ପିକରେ ୫୨ ବର୍ଷରେ ପଦାର୍ପଣ କରିଥିବା ଇସାବେଲ ରେକର୍ଡ ସଂଖ୍ୟକ ଷଷ୍ଠ ଥର ପାଇଁ ନିଜ ଦେଶର ପ୍ରତିନିଧିତ୍ବ କରିବେ । ଏହାସହ ଉଭୟ ଗ୍ରୁପ ଓ ଏକକ ବର୍ଗରେ ପଦକ ଜିତି ନିଜର ରେକର୍ଡ ମଧ୍ୟ ଭାଙ୍ଗିବାର ସୁଯୋଗ ପାଇବେ ଇସାବେଲ । ଇସାବେଲ ଜଣେ ପୁତ୍ର ସନ୍ତାନର ସୁପର ମମ୍‌ ।

ଏଲିସନ ଫେଲିକ୍ସ (ୟୁଏସ୍‌ଏ)

mary kom, sania mirza, Shelly-Ann Fraser-Pryce,  Allyson Felix, Alex Morgan, isabell werth, mariel zagunis,  know about the super moms of tokyo olympics,  Tokyo olympics, tokyo 2020, ଦମ୍‌ ଦେଖାଇବେ ସୁପର ମମ୍‌, ଏମସି ମେରୀ କମ୍‌, ସାନିଆ ମିର୍ଜା
ଝିଅ ସହ ଏଲିସନ ଫେଲିକ୍ସ

୬ଟି ସ୍ବର୍ଣ୍ଣ ଓ ୩ଟି ରୌପ୍ୟ ପଦକ ସହ ଯୁଗ୍ମ ଭାବେ ଟ୍ରାକର ସବୁଠାରୁ ସଫଳ ଆଥଲେଟ ହେଉଛନ୍ତି ଏଲିସନ । ୩୫ ବର୍ଷୀୟ ଫେଲିକ୍ସ ୨୦୧୮ରେ ମରଣ ସହ ସଂଗ୍ରାମ କରି ନିଜ ଝିଅକୁ ଜନ୍ମ ଦେଇଥିଲେ । ଏହାପରେ ସେ ୨୦୧୯ ଦୋହା ବିଶ୍ବ ଚାମ୍ପିୟନଶିପରେ ଭାଗ ନେଇଥିଲେ ଓ ଦୁଇଟି ସ୍ବର୍ଣ୍ଣ ଜିତି ଉସେନ ବୋଲ୍ଟଙ୍କୁ ଟପିଯାଇଥିଲେ । ଟୋକିଓ ଟିକେଟ ସହ ଏଲିସନ ନିଜର ୧୦ ପଦକ ଜିତି ମର୍ଲେନ ଓଟିଙ୍କ ରେକର୍ଡ ଭାଙ୍ଗିବାର ଲକ୍ଷ୍ୟ ରଖିଛନ୍ତି ।

ମାରିଏଲ ଜାଗୁନିସ (ୟୁଏସ୍‌ଏ)

mary kom, sania mirza, Shelly-Ann Fraser-Pryce,  Allyson Felix, Alex Morgan, isabell werth, mariel zagunis,  know about the super moms of tokyo olympics,  Tokyo olympics, tokyo 2020, ଦମ୍‌ ଦେଖାଇବେ ସୁପର ମମ୍‌, ଏମସି ମେରୀ କମ୍‌, ସାନିଆ ମିର୍ଜା
ମାରିଏଲ ଜାଗୁନିସ ତାଙ୍କ ସ୍ବାମୀ ଓ ଝିଅ ସହ

36 ବର୍ଷୀୟ ଖଡ୍ଗଯୋଦ୍ଧା ମାରିଏଲ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଆଥଲେଟ ଯିଏକି ଖଡ୍ଗଯୁଦ୍ଧ (Fencing) ରେ ଉଭୟ ଏଥେନ୍ସ ଓ ବେଜିଙ୍ଗ ଅଲମ୍ପିକର ଏକକ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି । ଏହାଛଡ଼ା ସେ ବେଜିଙ୍ଗ ଓ ରିଓ ଅଲମ୍ପିକର ଟିମ୍‌ ଇଭେଣ୍ଟରେ ମଧ୍ୟ କାଂଶ୍ୟ ପଦକ ଜିତିଛନ୍ତି । ଜାଗୁନିସ ଟୋକିଓ ଅଲମ୍ପିକରେ ନିଜର ପଞ୍ଚମ ଅଲମ୍ପିକ ଖେଳିବେ ଓ ନିଶ୍ଚିତ ଭାବେ ପଦକ ବିଜୟୀ ହୋଇ ନିଜ ପଦକ ସଂଖ୍ୟା ବୃଦ୍ଧି କରିବେ ବୋଲି ଆଶା ରଖିଛନ୍ତି । ମାରିଏଲ ଜଣେ କନ୍ୟା ରତ୍ନର ଜନନୀ ।

ଶେଲି-ଏନ ଫ୍ରାସର-ପ୍ରେସ (ଜାମାଇକା)

mary kom, sania mirza, Shelly-Ann Fraser-Pryce,  Allyson Felix, Alex Morgan, isabell werth, mariel zagunis,  know about the super moms of tokyo olympics,  Tokyo olympics, tokyo 2020, ଦମ୍‌ ଦେଖାଇବେ ସୁପର ମମ୍‌, ଏମସି ମେରୀ କମ୍‌, ସାନିଆ ମିର୍ଜା
ପୁଅ ସହ ଶେଲି-ଏନ ଫ୍ରାସର-ପ୍ରେସ

ଜାମାଇକାର ଧାବିକା ଶେଲି-ଏନ ଫ୍ରାସର-ପ୍ରେସ ନିଜ ନାରେ କରିଛନ୍ତି ୬ଟି ଅଲମ୍ପିକ ପଦକ । ଯେଉଁଥିରେ ସାମିଲ ଅଛି ୨ଟି ସ୍ବର୍ଣ୍ଣ, ୩ଟି ରୌପ୍ୟ ଓ ଗୋଟିଏ କାଂଶ୍ୟ ପଦକ । ୨୦୧୬ ରିଓ ଅଲମ୍ପିକ ପରେ ସେ ଏକ ପୁତ୍ର ସନ୍ତାନକୁ ଜନ୍ମଦେଇଥିଲେ । ମା’ ହେବା ପରେ ଏହା ତାଙ୍କର ପ୍ରଥମ ଅଲମ୍ପିକ ହେବ ।

ଆଲେକ୍ସ ମୋର୍ଗାନ (ୟୁଏସ୍‌ଏ)

mary kom, sania mirza, Shelly-Ann Fraser-Pryce,  Allyson Felix, Alex Morgan, isabell werth, mariel zagunis,  know about the super moms of tokyo olympics,  Tokyo olympics, tokyo 2020, ଦମ୍‌ ଦେଖାଇବେ ସୁପର ମମ୍‌, ଏମସି ମେରୀ କମ୍‌, ସାନିଆ ମିର୍ଜା
ନିଜ ଝିଅ ସହ ଆଲେକ୍ସ ମୋର୍ଗାନ

୩୧ ବର୍ଷୀୟ ଆମେରିକୀୟ ଫୁଟବଲର ଆଲେକ୍ସ ମୋର୍ଗାନ ୨୦୨୦ରେ କନ୍ୟା ସନ୍ତାନକୁ ଜନ୍ମଦେଇ ମାତୃତ୍ବ ଲାଭ କରିଛନ୍ତି । ୨୦୧୨ ଲଣ୍ଡନ ଅଲମ୍ପିକରେ ସ୍ବର୍ଣ୍ଣ ଜିତିଥିବା ଆଲେକ୍ସ ଚଳିତ ବର୍ଷ ମଧ୍ୟ ପଦକ ଆଶାରେ ପଡ଼ିଆକୁ ଓହ୍ଲାଇବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.