ETV Bharat / sports

FIH Pro League: ଶେଷ ମ୍ୟାଚ ଜିତି ଶୀର୍ଷରେ ଭାରତ

author img

By

Published : Jun 12, 2023, 1:11 PM IST

FIH Hockey Pro League
ଏଫଆଇଏଚ ହକି ପ୍ରୋ ଲିଗ

FIH ହକି ପ୍ରୋ' ଲିଗ୍‌ର ଶେଷ ଲିଗ୍‌ ମ୍ୟାଚ ଜିତିଛି ଭାରତୀୟ ପୁରୁଷ ହକି ଦଳ । ଆର୍ଜେଣ୍ଟିନାକୁ 2-1 ଗୋଲରେ ପରାସ୍ତ କରିଛି ଭାରତ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନେଦରଲାଣ୍ଡସରେ ଅନୁଷ୍ଠିତ FIH ହକି ପ୍ରୋ ଲିଗ୍‌ ଶେଷ ହୋଇଛି । ଭାରତ ତାର ଶେଷ ଲିଗ୍‌ ମ୍ୟାଚରେ ଆର୍ଜେଣ୍ଟିନାକୁ ପରାସ୍ତ କରିଛି । 2-1 ଗୋଲରେ ଆର୍ଜେଣ୍ଟିନା ବିପକ୍ଷରେ ବିଜୟ ହାସଲ କରି ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଭାରତୀୟ ପୁରୁଷ ହକି ଦଳ । ଏହି ବିଜୟ ସହ ଭାରତ ତାର ପ୍ରୋ' ଲିଗ ଅଭିଯାନ ଶେଷ କରିଛି । ଆର୍ଜେଣ୍ଟିନା ବିପକ୍ଷରେ ଦମଦାର ପ୍ରଦର୍ଶନ ପାଇଁ ବିବେକ ସାଗର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଏହା ବି ପଢନ୍ତୁ...Intercontinental Cup: ଆଜି ଭାରତ-ଭାନୁଆଟୁ ଫାଇଟ

ଭାରତ ଶେଷ ଲିଗ ମ୍ୟାଚ ଜତିବା ସହ ପଏଣ୍ଟ ଟେବୁଲ ଟପରେ ରହିଛି । ଆର୍ଜେଣ୍ଟିନା ବିପକ୍ଷ ଦ୍ବିତୀୟ ମୁକାବିଲାରେ ଉନ୍ନତ ପ୍ରଦର୍ଶନ କରି 2-1 ଗୋଲରେ ବାଜିମାରି ନେଇଛି । ମ୍ୟାଚର ପ୍ରଥମ 2 ମିନିଟରେ ଆକାଶଦୀପ ସିଂହ ଓ 14ତମ ମିନିଟରେ ସୁଖଜୀତ ସିଂହ ଗୋଲ ସ୍କୋର କରିଥିଲେ । ମ୍ୟାଚର 58ତମ ମିନିଟରେ ଆର୍ଜେଣ୍ଟିନାର ଲୁକାସ ଟୋସ୍କାନି ଗୋଟିଏ ଗୋଲ ପରିଶୋଧ କରିବାକୁ ସଫଳ ହୋଇଥିଲେ ।

ଆର୍ଜେଣ୍ଟିନା ବିପକ୍ଷରେ ଭାରତ ଅପରାଜୟ ରହିିଛି । ଜୁନ 8 ତାରିଖରେ ଆର୍ଜେଣ୍ଟିନା ବିପକ୍ଷ ଏକ ମ୍ୟାଚରେ ଭାରତ 3-0ରେ ବିଜୟ ହାସଲ କରିଥିଲା । ଏହାପରେ ଗତ ଜୁନ୍‌ 10 ତାରିଖରେ ଘରୋଇ ନେଦରଲାଣ୍ଡସ ବିପକ୍ଷ ଏକ ମ୍ୟାଚରେ ପରାସ୍ତ ହୋଇଥଲା । ଏହି ମ୍ୟାଚରେ ଭାରତ ନେଦରଲାଣ୍ଡସଠୁ 3-2ଗୋଲେ ହାରିଥିଲା ପୁରୁଷ ଭାରତୀୟ ହକି ଦଳ । ଜୁନ୍‌ 7 ତାରିଖରେ ଖେଳାଯାଇଥିବା ଆଉ ଏକ ମ୍ୟାଚରେ ନେଦରଲାଣ୍ଡସଠୁ 4-1 ଗୋଲରେ ହାରିଥିଲା ।

ଏହା ବି ପଢନ୍ତୁ...FIH Pro League: ନେଦରଲାଣ୍ଡସଠୁ 3-2ରେ ହାରିଲା ଭାରତ

ଭାରତ 16ଟି ମ୍ୟାଚ ଖେଳି 8ଟିରେ ବିଜୟ ସହ 3ଟି ଡ୍ର', 5ଟି ପରାଜୟ ଓ 3ଟି ସୁଟ୍‌ ଆଉଟ୍‌ ବୋନସ ସହ ମୋଟ 30 ପଏଣ୍ଟ ପାଇଛି । ଶେଷ ଲିଗ୍‌ ମ୍ୟାଚ ଜିତି ତାଲିକାର ଶୀର୍ଷ ସ୍ଥାନରେ ରହିଛି ଭାରତୀୟ ହକି ଦଳ । ଗ୍ରେଟ୍‌ ବ୍ରିଟେନ୍‌ 26 ପଏଣ୍ଟ ସହ ଦ୍ବିତୀୟ ତାଲିକା ଓ ଅଷ୍ଟ୍ରେଲିଆ 19 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ସ୍ପେନ୍‌ ଓ ଆର୍ଜେଣ୍ଟିନା ଯଥାକ୍ରମେ 17 ଓ 13 ପଏଣ୍ଟ ପାଇଁ ଚତୁର୍ଥ ଓ ତୃତୀୟ ସ୍ଥାନରେ ରହିଛନ୍ତି । ବେଲଜିୟମ, ଜର୍ମାନୀ ଓ ନେଦରଲାଣ୍ଡସ ଯଥାକ୍ରମେ ଷଷ୍ଠ, ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି । ନ୍ୟୁଜିଲାଣ୍ଡ 2 ପଏଣ୍ଟ ପାଇ ଟେବୁଲ ଶେଷରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.