ETV Bharat / state

Intercontinental Cup: ଆଜି ଭାରତ-ଭାନୁଆଟୁ ଫାଇଟ

author img

By

Published : Jun 12, 2023, 8:03 AM IST

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲରେ ଆଜି ଭାରତ ଓ ଭାନୁଆଟୁ ମଧ୍ୟରେ ଏକ ମ୍ୟାଚ ରହିଛି । ସେହିପରି ଅନ୍ୟ ଏକ ମ୍ୟାଚରେ ମଙ୍ଗୋଲିଆ ଓ ଲେବାନନ ମଧ୍ୟରେ ମୁକାବିଲା ହେବ । ଅଧିକ ପଢନ୍ତୁ

ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍
Hero Intercontinental Cup

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲରେ ଆଜି ଦୁଇଟି ମ୍ୟାଚ ଖେଳାଯିବ । ଅପରାହ୍ନ 4ଟା 30ରେ ମଙ୍ଗୋଲିଆ ଓ ଲେବାନନ ମଧ୍ୟରେ ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ । ଦ୍ବିତୀୟ ମ୍ୟାଚରେ ରାତି 7ଟା30ରେ ମୁହାଁମୁହିଁ ହେବେ ଭାରତ ଭାନୁଆଟୁ । ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଗତ ଜୁନ 9ରେ ଭାରତ ତାର ପ୍ରଥମ ମୁକାବିଲାରେ ମଙ୍ଗୋଲିଆକୁ 2-0 ଗୋଲରେ ପରାସ୍ତ କରିଥିଲା । ଆଜି ଦ୍ବିତୀୟ ମୁକାବିଲାରେ ଭାନୁଆଟୁକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ।

ଭାରତ ବନାମ ଭାନୁଆଟୁ: ଫିଫା ମାନ୍ୟତାରେ ଭାରତ 101ତମ ସ୍ଥାନରେ ରହିଛି । ଭାନୁଆଟୁ 164ତମ ସ୍ଥାନରେ ରହିଛି । ପ୍ରଦର୍ଶନ ଅନୁସାରେ ଭାରତ ତାର ପ୍ରଥମ ମ୍ୟାଚ ଜିତିଛି । ଭାନୁଆଟୁ ଲେବାନନଠୁ 3-1ଗୋଲରେ ତାର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି । ଘରୋଇ ଭାରତ ମଙ୍ଗୋଲିଆ ବିପକ୍ଷ ତାର ପ୍ରଥମ ମ୍ୟାଚରେ 2ଟି ଗୋଲ କରିଥିଲା । ଭାନୁଆଟୁ 1ଟି ଗୋଲ କରିଥିଲା । ପ୍ରଦର୍ଶନକୁ ଦେଖିଲେ ଭାନୁଆଟୁ ଉପରେ ଭାରତ ପଲ୍ଲା ଭାରି ରହିଛି । ପ୍ରଥମ ମ୍ୟାଚରେ ପରାସ୍ତ ହୋଇଥିଲେ ବି ଭାନୁଆଟୁ ଏକ ଶକ୍ତିଶାଳୀ ଦଳ । ଲେବାନନକୁ କଡା ଟକ୍କର ଦେଇଥିଲା । ଭାନୁଆଟୁକୁ ଭାରତ ଅଣଦେଖା କରିପାରିବ ନାହିଁ । ତେବେ ଭାନୁଆଟୁ ପାଇଁ ଭାରତ ପ୍ରସ୍ତୁତ ରହିଛି । ଭାରତ ତାର ପ୍ରଥମ ମୁକାବିଲା ପ୍ରଦର୍ଶନକୁ ଦୋହରାଇ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ।

ମଙ୍ଗୋଲିଆ ବନାମ ଲେବାନନ: ମଙ୍ଗୋଲିଆ ତାର ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି । ଭାରତଠୁ 2-0 ଗୋଲରେ ପରାସ୍ତ ହୋଇଥିଲା । ସେହିପରି ଲେବାନନ ଭାନୁଆଟୁକୁ 3-1 ଗୋଲରେ ପରାସ୍ତ କରିଥିଲା । ଆଜିର ମ୍ୟାଚରେ ଲେବାନନ ଦ୍ବିତୀୟ ବିଜୟ ଲକ୍ଷ୍ୟ ରଖିଥିବା ବେଳେ ବିଜୟ ଖାତା ଖୋଲିବା ଲକ୍ଷ୍ୟରେ ରହିଛି ମଙ୍ଗୋଲିଆ । ଫିଫା ମାନ୍ୟତାରେ ଲେବାନନ 99ତମ ଓ ମଙ୍ଗୋଲିଆ 183ତମ ସ୍ଥାନରେ ରହିଛି ।

ଏହା ବି ପଢନ୍ତୁ...Womens Junior Asia Cup: ୨-୧ ଗୋଲରେ ହାରିଲା ଦକ୍ଷିଣ କୋରିଆ, ପ୍ରଥମ ଟାଇଟଲ୍‌ ହାତେଇଲା ଭାରତ

ଏହା ବି ପଢନ୍ତୁ...WTC Final 2023: ଭାରତର ବଡ଼ ପରାଜୟର କାରଣ କଣ ? ଜାଣନ୍ତୁ...

ଜୁନ 16 ତାରିଖରେ ମଧ୍ୟ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଫୁଟବଲର ଦୁଇଟି ମ୍ୟାଚ ରହିଛି । ପ୍ରଥମ ମ୍ୟାଚ ଭାନୁଆଟୁ ବନାମ ମଙ୍ଗୋଲିଆ ଓ ଦ୍ବିତୀୟ ମ୍ୟାଚ ଭାରତ ବନାମ ଲେବାନନ ମଧ୍ୟରେ ଖେଳାଯିବ । ଜୁନ 18 ତାରିଖରେ ଗ୍ରୁପ ଟପ୍ପର ଓ ଗ୍ରୁପ ରନର୍ସଅପ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.