ETV Bharat / sports

FIH Pro League: ନେଦରଲାଣ୍ଡସଠୁ 3-2ରେ ହାରିଲା ଭାରତ

author img

By

Published : Jun 11, 2023, 9:09 AM IST

ଏଫଆଇଏଚ ପ୍ରୋ ଲିଗ
FIH Pro League

ଏଫଆଇଏଚ ପ୍ରୋ ଲିଗ ମ୍ୟାଚରେ ଆୟୋଜନ ନେଦରଲାଣ୍ଡସଠୁ ପରାସ୍ତ ହୋଇଛି ଭାରତ । 3-2 ଗୋଲରେ ମୁକାବିଲାରେ ପରାସ୍ତ ହୋଇଛି ଦଳ । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ନେଦରଲାଣ୍ଡସ ଗସ୍ତରେ ଥିବା ଭାରତୀୟ ପୁରୁଷ ହକି ଦଳ ଘରୋଇ ନେଦରଲାଣ୍ଡସଠୁ ପରାସ୍ତ ହୋଇଛି । 3-2 ଗୋଲରେ ପରାସ୍ତ ହୋଇଛି ଭାରତ । ଆଜି ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ ଭାରତ । ଏଫଆଇଏଚ ପ୍ରୋ ଲିଗ ମ୍ୟାଚରେ ଘରୋଇ ନେଦରଲାଣ୍ଡସକୁ ଭେଟିଥିଲା ଭାରତ । ଏହି ମ୍ୟାଚର 59 ମିନିଟରେ ପେନାଲ୍ଟି ସୁଯୋଗ ହାତଛଡା କରି ଦଳ ପରାସ୍ତ ହୋଇଛି । ପ୍ରଥମ କ୍ବାର୍ଟରର ପ୍ରଥମ ମିନିଟରେ ଭାରତକୁ 2ଟି ପେନାଲ୍ଟି କର୍ଣ୍ଣର ମିଳିଥିଲେ ବି ଭାରତ ଗୋଲ କରିବାରେ ବିଫଳ ହୋଇଥିଲା । ଏହାପରେ ନେଦରଲାଣ୍ଡସ ଘନ ଘନ ଆକ୍ରମଣ କରିଥିଲା । ସପ୍ତମ ମିନିଟରେ ଘରୋଇ ଦଳର ଡୁକୋ ଟେଲେଜେନକ୍ୟାମ୍ପ ଗୋଲ କରି ଦଳ ପାଇଁ ଖାତା ଖୋଲିଥିଲେ । ଏହି ଭାଗରେ ଭାରତ ଗୋଲ ପରିଶୋଧ କରିପାରିନଥିଲା ।

  • The Netherlands managed to narrowly hold on to their lead as India fought valiantly to equalize in the final quarter. Tough luck boys. Lets win the next one.

    India will face Argentina next on 11th June 2023, 9:00 PM IST onwards on Star Sports First, Star Sports Select 2 SD, Star… pic.twitter.com/VUheVlK2f3

    — Hockey India (@TheHockeyIndia) June 10, 2023 " class="align-text-top noRightClick twitterSection" data=" ">

ଦ୍ବିତୀୟ କ୍ବାର୍ଟରର ଭାରତର ସଞ୍ଜୟ ଏକ ଗୋଲ କରି ସ୍ଥିତି ବରାବର କରିଥିଲେ । ତୃତୀୟ କ୍ବାର୍ଟରରେ ନେଦରଲାଣ୍ଡସ ଆଉ ଦୁଇଟି ଗୋଲ କରି ମ୍ୟାଚ ନିୟନ୍ତ୍ରଣକୁ ଆଣିଥିଲା । 43ମିନିଟରେ ଟଜେପ ହୋଇଡେମାର୍କରସ ଓ 47 ମିନିଟରେ ବୋରିସ ଦୁଇଟି ଗୋଲ କରିଥିଲେ । ଚତୁର୍ଥ କ୍ବାର୍ଟରର 46 ମିନିଟରେ ଗୁରଜନ୍ତ ସିଂହ ଭାରତ ପାଇଁ ଦ୍ବିତୀୟ ଗୋଲ କରିଥିଲେ । ଭାରତ ପାଇଁ ଆଶା ସଞ୍ଚାର ହୋଇଥିଲା । ମ୍ୟାଚର 59 ମିନିଟରେ ପେନାଲ୍ଚି ସୁଟଆଉଟର ହାତଛଡା କରି ନେଦରଲାଣ୍ଡସଠୁ ପରାସ୍ତ ହୋଇଥିଲା ଭାରତ । ଏହି ପରାଜୟ ସତ୍ତ୍ବେ ଭାରତ ପଏଣ୍ଟ ତାଲିକାରେ ଶୀର୍ଷ ସ୍ଥାନ ବଜାୟ ରଖିଛି । ଆଜି ଆର୍ଜେଣ୍ଟିନା ବିପକ୍ଷରେ ଏକ ମ୍ୟାଚ ଖେଳିବ ପୁରୁଷ ଭାରତୀୟ ହକି ଦଳ ।

ଏହା ବି ପଢନ୍ତୁ...Womens Junior Asia Cup: ଫାଇନାଲରେ ଭାରତ, ଆଜି କୋରିଆ ସହ ମୁକାବିଲା

ଏହା ବି ପଢନ୍ତୁ...୧୨ରୁ ଓଡ଼ିଶା କ୍ରିକେଟ୍‌ ଲିଗ୍‌, ମୁହାଁମୁହିଁ ହେବେ ୬ ଦଳ

ବର୍ତ୍ତମାନ ଭାରତ 15ଟି ମ୍ୟାଚ ଖେଳି 7ଟିରେ ବିଜୟ, 3ଟି ଡ୍ର, 5ଟି ପରାଜୟ ଓ 3 ସୁଟଆଉଟ ବୋନସ ସହ ମୋଟ 27 ପଏଣ୍ଟ ପାଇଛି । ତାଲିକାର ଶୀର୍ଷରେ ରହିଛି । ଗ୍ରେଟ ବ୍ରିଟେନ 26 ପଏଣ୍ଟ ସହ ଦ୍ବିତୀୟ ଓ ଅଷ୍ଟ୍ରେଲିଆ 19 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଜୁନ 8 ତାରିଖରେ ପୂର୍ବ ମ୍ୟାଚରେ ଭାରତ ଆର୍ଜେଣ୍ଟିନା ବିପକ୍ଷରେ 3-0 ଗୋଲରେ ବିଜୟ ହାସଲ କରିଥିଲା । ନେଦରଲାଣ୍ଡସ ବିପକ୍ଷ ଅନ୍ୟ ଏକ ମୁକାବିଲାରେ 4-1 ଗୋଲରେ ପରାସ୍ତ ହୋଇଥିଲା ଭାରତୀୟ ହକି ଦଳ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.