ETV Bharat / sports

ଗିନିଜ ବୁକ ଅଫ ରେକର୍ଡରେ ବିର୍ସା ମୁଣ୍ଡା ଷ୍ଟାଡିୟମ

author img

By

Published : Jan 31, 2023, 7:38 AM IST

ଗିନିଜ ବୁକ ଅଫ ରେକର୍ଡରେ ବିର୍ସା ମୁଣ୍ଡା ଷ୍ଟାଡିୟମ
Birsa Munda Stadium enters Guinness World Records

ଓଡିଶା ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ ସବୁଠୁ ବଡ ହକି ଷ୍ଟାଡିୟମ ଭାବରେ ଗିନିଜ ବୁକ ଅଫ ରେକର୍ଡ କରିଛି । ଅଧିକ ପଢନ୍ତ

ରାଉରକେଲା: ସୁରନ୍ଦରଗଡ ଜିଲ୍ଲା ରାଉରକେଲାରେ ନିର୍ମିତ ବର୍ସା ମୁଣ୍ଡା ହକି ଷ୍ଟାଡିୟମ ନୂଆ ରେକର୍ଡ କରିଛି । ମାତ୍ର 15 ମାସରେ ନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଗିନିଜ ବୁକ ଅଫ ରେକର୍ଡରେ ସାମିଲ ହୋଇଛି । ବିଶ୍ବର ସର୍ବାଧିକ ଦର୍ଶକ ଧାରଣା କ୍ଷମତା ରଖିଥିବା ଷ୍ଟାଡିୟମ ଭାବେ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ 'ଗିନିଜ ବୁକ ଅପ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଯାହା ରାଜ୍ୟ ପାଇଁ ଏକ ଗର୍ବର ବିଷୟ ହୋଇଛି ।

ବିର୍ସାମୁଣ୍ଡା ଷ୍ଟାଡିୟମ ଗିନିଜ ବୁକ ଅପ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବା ପରେ 5-ଟି ସଚିବ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ଖବର ଜଣାଇଥିଲେ । ଏହା ପରେ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିବା ସହିତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ଏକ ଭିଡିଓ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏ ଖବର ଜଣାଇ 5-ଟି ସଚିବ କହିଛନ୍ତି,'' ସାର୍ ଓଡିଶା ପାଇଁ ଏକ ଖୁସି ଖବର । ଗିନିଜ ବୁକ ଅଫ୍ ୱାର୍ଲ୍ଡ ରେକର୍ଡ ପକ୍ଷରୁ ସୂଚନା ମିଳିଛି କି ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଏହି ରେକର୍ଡରେ ସାମିଲ ହୋଇଛି ।'' ଖବର ଶୁଣି ମୁଖ୍ୟମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ । ସେ କହିଥିଲେ, ଏହା ଖୁସିର ବିଷୟ । ଓଡିଶାବାସୀଙ୍କ ପାଇଁ ଏହା ବଡ ସଫଳତା ।''

ଏହା ବି ପଢନ୍ତୁ...ଦ୍ବନ୍ଦ ଦୂର କଲେ ଏଫଆଇଏଚ ସଭାପତି, ବିର୍ସା ମୁଣ୍ଡା ବିଶ୍ବର ସବୁଠୁ ବଡ ହକି ଷ୍ଟାଡିୟମ

ପୂର୍ବରୁ FIH ସଭାପତି ତୟାବ ଇକ୍ରାମକୁ ବିଶ୍ବର ସବୁଠୁ ବଡ ହକି ଷ୍ଟାଡିୟମ ବୋଲି କହିଥିଲେ । ବିର୍ସା ମୁଣ୍ଡା ଭଳି ଅତ୍ୟାଧୁନିକ ଷ୍ଟାଡିୟମ ସମଗ୍ର ବିଶ୍ବରେ ନାହିଁ ବୋଲି କହିଥିଲେ FIH ସଭାପତି । ମାତ୍ର 15 ମାସ ମଧ୍ୟରେ ଷ୍ଟାଡିୟମ ତିଆରି ହେବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଇଥିଲା । ବିର୍ସା ମୁଣ୍ଡା ଷ୍ଟାଡିୟମ ସର୍ବବୃହତ ଷ୍ଟାଡିୟମ କି ନୁହେଁ ବୋଲି କିଛି ଦିନ ହେବ ଏହାକୁ ନେଇ ବିବାଦ ଲାଗି ରହିଥିଲା । FIH ସଭାପତି ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ଏଥିରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ ଯେ ବିର୍ସା ମୁଣ୍ଡା ବିଶ୍ବର ସବୁଠୁ ବଡ ଦର୍ଶକ ଧାରଣା କ୍ଷମତା ରଖୁଥିବା ଷ୍ଟାଡିୟମ ବୋଲି କହିଥିଲେ ।

ପ୍ରକାଶ ଥାଉ କି, ଜାନୁଆରୀ 5 ତାରିଖରେ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । 15 ମାସ ଅବଧିରେ ଏହି ଷ୍ଟାଡିୟମ ନିର୍ମିତ ହୋଇଛି । 260 କୋଟି ଟଙ୍କା ବ୍ୟୟରେ ବିର୍ସା ମୁଣ୍ଡ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ଉଭୟ ଖେଳାଳି ଓ ଦର୍ଶକଙ୍କ ପାଇଁ ସର୍ବୋତ୍ତମ ସୁବିଧା ସହ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମରେ 21 ହଜାର 800 ଦର୍ଶକ ବସିବାର କ୍ଷମତା ରହିଛି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.