ETV Bharat / sports

ଦ୍ବନ୍ଦ ଦୂର କଲେ ଏଫଆଇଏଚ ସଭାପତି, ବିର୍ସା ମୁଣ୍ଡା ବିଶ୍ବର ସବୁଠୁ ବଡ ହକି ଷ୍ଟାଡିୟମ

author img

By

Published : Jan 16, 2023, 7:56 AM IST

Updated : Jan 16, 2023, 9:19 AM IST

fih president Tayyab Ikram
fih president Tayyab Ikram

ରାଉରକେଲାରେ ନବନିର୍ମିତ ବିର୍ସା ମୁଣ୍ଡା ଷ୍ଟାଡିୟମ ବିଶ୍ବର ସବୁଠୁ ବଡ ହକି ଷ୍ଟାଡିୟମ ବୋଲି କହିଛନ୍ତି ଏଫଆଇଏଚ ସଭାପତି । ଅଧିକ ପଢନ୍ତୁ

Tayyab Ikram on birsa munda stadium

ରାଉରକେଲା: ସୁନ୍ଦରଗଡରେ ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମକୁ ନେଇ ବହୁ ସମାଲୋଚନା କରାଯାଉଥିଲା । ଏତେ କମ ସମୟରେ ଷ୍ଟାଡିୟମ କିପରି ନିର୍ମାଣ ହେଲା ସେ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରୁଥିଲେ ବିରୋଧୀ । ବିର୍ସା ମୁଣ୍ଡା ଷ୍ଟାଡିୟମ ବିଶ୍ବର ସବୁଠୁ ବଡ ହକି ଷ୍ଟାଡିୟମ ବୋଲି କହିଛନ୍ତି ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ) ସଭାପତି ତୟାବ ଇକ୍ରାମ । ବିର୍ସା ମୁଣ୍ଡା ଭଳି ଅତ୍ୟାଧୁନିକ ଷ୍ଟାଡିୟମ ସମଗ୍ର ବିଶ୍ବରେ ନାହିଁ ବୋଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ତୟାବ ଇକ୍ରାମ ।

ବିର୍ସା ମୁଣ୍ଡା ଷ୍ଟାଡିୟମ ସର୍ବବୃହତ ଷ୍ଟାଡିୟମ କି ନୁହେଁ ବୋଲି କିଛି ଦିନ ହେବ ଏହାକୁ ନେଇ ବିବାଦ ଲାଗି ରହିଥିଲା । ଏଫଆଇଏଚ ସଭାପତି ଏହି ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କହିଛନ୍ତି, ଏଥିରେ କୌଣସି ଦ୍ବନ୍ଦ୍ବ ରହିବା ଉଚିତ ନୁହେଁ ଯେ ବିର୍ସା ମୁଣ୍ଡା ବିଶ୍ବର ସବୁଠୁ ବଡ ଦର୍ଶକ ଧାରଣା କ୍ଷମତା ରଖୁଥିବା ଷ୍ଟାଡିୟମ । ଏବେ ଯେତିକି ଦର୍ଶକ ଏଠାରେ ବସି ମ୍ୟାଚ ଉପଭୋଗ କରୁଛନ୍ତି ତାଠୁ ଅଧିକ ସିଟ ବ୍ୟବସ୍ଥା କରାଯାଇପାରେ । ଜାଣିବାରେ 21,800 ହଜାର ଦର୍ଶକ ଏବେ ଏଠାରେ ବସି ପାରିବେ । ଭାରତର ମ୍ୟାଚ ଦିନ କ୍ଷମତାରୁ ଅଧିକ ଦର୍ଶକ ମ୍ୟାଚ ଉପଭୋଗ କରିଥିଲେ । ଅତ୍ୟାଧୁନିକ କୌଶଳରେ ବିର୍ସାମୁଣ୍ଡା ଷ୍ଟାଡିୟମ ନିର୍ମାଣ ହୋଇଛି । ଖେଳାଳିଙ୍କ ପାଇଁ ଉନ୍ନତ ସୁବିଧା ସୁଯୋଗ ରହିଛି । ମୋ ମତରେ ଏହା ସବୁଠୁ ଗରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ଏଫଆଇଏଚ ସଭାପତି ।

ଏହା ବି ପଢନ୍ତୁ...ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ବରେ ସର୍ବବୃହତ, ଦିବ୍ୟାଙ୍ଗଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ଏଫଆଇଏଚ ସଭାପତି ଆହୁରି କହିଛନ୍ତି, ''ମୁଁ ପୂର୍ବରୁ ଅଲିମ୍ପିକ ମ୍ୟାନେଜମେଣ୍ଟ ବିଷାରଦ ଭାବେ କାର୍ଯ୍ୟ କରିଛି କିନ୍ତୁ ଆଥଲେଟଙ୍କ ଭଳି ଏଭଳି ସୁବିଧା ସୁଯୋଗ କେଉଁଠି ଦେଖିନାହିଁ । ହକି ଖେଳାଳିଙ୍କ ପାଇଁ ଏପରି ସୁବିଧା କରିଥିବାରୁ ଓଡିଶା ସରକାରଙ୍କୁ ଧନ୍ୟବାଦ ।'' ଓଡିଶାରେ ହକିର ବିକାଶ ନେଇ ଏଫଆଇଏଚ ସଭାପତି କହିଛନ୍ତି ହକି ଇଣ୍ଡିଆ ପକ୍ଷରୁ ଓଡିଶାରେ ସ୍ବତନ୍ତ୍ର ହକି କୋଚିଂ ଡ୍ରାଇଭ କରାଯିବ ।

ଏହା ବି ପଢନ୍ତୁ...Hockey World Cup 2023: ଭାରତ-ଇଂଲଣ୍ଡ କଡ଼ା ମୁକାବିଲା, ଅମୀମାଂସିତ ରହିଲା ବହୁ ପ୍ରତୀକ୍ଷିତ ମ୍ୟାଚ୍‌

ପ୍ରକାଶ ଥାଉ କି, ଜାନୁଆରୀ 5 ତାରିଖରେ ଅନ୍ତର୍ଜାତୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । 15 ମାସ ଅବଧିରେ ଏହି ଷ୍ଟାଡିୟମ ନିର୍ମିତ ହୋଇଛି । 260 କୋଟି ଟଙ୍କା ବ୍ୟୟରେ ବିର୍ସା ମୁଣ୍ଡ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ଉଭୟ ଖେଳାଳି ଓ ଦର୍ଶକଙ୍କ ନିମନ୍ତେ ସର୍ବୋତ୍ତମ ସୁବିଧା ସହ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ସୁନ୍ଦରଗଡ

Last Updated :Jan 16, 2023, 9:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.