ETV Bharat / state

Hockey World Cup 2023: ଭାରତ-ଇଂଲଣ୍ଡ କଡ଼ା ମୁକାବିଲା, ଅମୀମାଂସିତ ରହିଲା ବହୁ ପ୍ରତୀକ୍ଷିତ ମ୍ୟାଚ୍‌

author img

By

Published : Jan 15, 2023, 9:23 PM IST

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅମୀମାଂସିତ ରହିଲା ବହୁ ପ୍ରତୀକ୍ଷିତ ମ୍ୟାଚ । ହକି ବିଶ୍ବକପ ୨୦୨୩ର ଦଶମ ମ୍ୟାଚ୍‌ରେ ପରସ୍ପରକୁ ଭେଟିଥିବା ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳିଥିଲେ ମଧ୍ୟ କୌଣସି ଦଳ ଗୋଲ ସ୍କୋର କରିପାରିନଥିଲେ । ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ଭାଗ ବାଣ୍ଡିଛନ୍ତି । ଅଧିକ ପଢ଼ନ୍ତୁ

ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର
ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର

ରାଉରକେଲା: ହକି ବିଶ୍ବକପ ୨୦୨୩ର ବହୁ ପ୍ରତିକ୍ଷୀତ ମ୍ୟାଚ ଅମୀମାଂସିତ ରହିଛି । ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଦଳ ଗୋଟିଏ ମଧ୍ୟ ଗୋଲ୍‌ କରିପାରି ନଥିଲେ । ଫଳରେ ବହୁ ପ୍ରତୀକ୍ଷିତ ମ୍ୟାଚ ଅମୀମାଂସିତ ରହିଛି । ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ତେବେ ଇଂଲଣ୍ଡର ପେନ ଓଲିଭର ମ୍ୟାଚ୍‌ର ଶ୍ରେଷ୍ଠ ଖଳାଳୀ ବିବେଚିତ ହୋଇଛନ୍ତି ।

FIH ହକି ବିଶ୍ବକପ ୨୦୨୩ର ଦଶମ ମ୍ୟାଚରେ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ଉଭୟ ଟିମ୍‌ ଚଳିତ ବିଶ୍ବକପରେ ନିଜ ନିଜର ଦ୍ବିତୀୟ ମ୍ୟାଚ ପାଇଁ ମୈଦାନକୁ ଓହ୍ଲାଇଥିବାବେଳେ ଉଭୟ ଟିମ୍‌ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି ଟିମ୍‌ ଗୋଲ୍‌ ସ୍କୋର କରିପାରି ନାହାନ୍ତି । ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି । ତେବେ ଚଳିତ ବିଶ୍ବକପରେ ଭାରତ ଅପେକ୍ଷା ଇଂଲଣ୍ଡ ଅଧିକ ଗୋଲ୍‌ ସ୍କୋର କରିଥିବାରୁ ଟେବୁଲର ଶୀର୍ଷରେ ରହିଛି ଇଂଲଣ୍ଡ ।

ଏହା ପୂର୍ବରୁ ଗତ ୧୩ ତାରିଖରେ ଭାରତ ଓ ଇଂଲଣ୍ଡ ନିଜ ନିଜର ପ୍ରଥମ ମ୍ୟାଚ୍‌ ଖେଳିଥିଲେ । ଭାରତ ପ୍ରଥମ ମୁକାବିଲାରେ ୨-୦ ଗୋଲ୍‌ରେ ସ୍ପେନ୍‌କୁ ହରାଇଥିଲା । ସେହିପରି ସେହିଦିନ ୱେଲ୍ସ ୫-୦ ଗୋଲ୍‌ରେ ଇଂଲଣ୍ଡ ହାତରୁ ପରାସ୍ତ ହୋଇଥିଲା । ତେବେ ଆସନ୍ତା ୧୯ ତାରିଖରେ ସ୍ପେନକୁ ଇଂଲଣ୍ଡ ଏବଂ ଭାରତକୁ ୱେଲ୍ସ ଭେଟିବ । ଏହି ମ୍ୟାଚ୍‌ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଉଭୟ ଭାରତ ଓ ଇଂଲଣ୍ଡ ଉପରେ ନଜର ରହିବ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.