ETV Bharat / sports

ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦ ଓ ଦିଲେଶ୍ବରଙ୍କ ବିଜୟ ଧାରା ଜାରି, ପ୍ରିକ୍ବାର୍ଟରରେ ଦୁଇ ଓଡ଼ିଆ

author img

By

Published : May 21, 2023, 7:11 AM IST

ପ୍ରିକ୍ବାର୍ଟରରେ ପ୍ରମୋଦ ଓ ଦିଲେଶ୍ବର
ପ୍ରିକ୍ବାର୍ଟରରେ ପ୍ରମୋଦ ଓ ଦିଲେଶ୍ବର

ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଦୁଇ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ଓ ଦିଲେଶ୍ବର ରାଓଙ୍କ ବିଜୟ ଧାରା ଜାରି ରହିଛି । ଉଭୟ ତୃତୀୟ ଦିନରେ ନିଜ ନିଜର ମୁକାବିଲା ଜିତି ଏକକ ବର୍ଗ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି । ଅଧିକ ପଢ଼ନ୍ତୁ

ମାନମା (ବାହାରିନ): ବାହାରିନର ମାନମାରେ ଜାରି ରହିଥିବା ବାହାରିନ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରୁଥିବା ଦୁଇ ଓଡ଼ିଆ ଖେଳାଳି ପ୍ରମୋଦ ଭଗତ ଓ ଦିଲେଶ୍ବର ରାଓଙ୍କ ବିଜୟ ଧାରା ଜାରି ରହିଛି । ଉଭୟ ତୃତୀୟ ଦିନରେ ନିଜ ନିଜର ମୁକାବିଲା ଜିତି ଏକକ ବର୍ଗ ପ୍ରି-କ୍ବାର୍ଟର ଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି ।

ଶୁକ୍ରବା‌ର ବାହାରିନ୍‌ର ହୁସେନ ଅବ୍‌ଦୁଲ ରେହମାନ୍‌ଙ୍କୁ ୨୧-୮ ଓ ୨୧-୪ରେ ପରାସ୍ତ କରି ଲଗାତାର ତୃତୀୟ ବିଜୟ ସହ ଏକକ ପ୍ରିକ୍ବାର୍ଟରରେ ପହଞ୍ଚିଛନ୍ତି ପ୍ରମୋଦ ଭଗତ । କ୍ବାର୍ଟର ଫାଇନାଲ୍‌ରେ ସ୍ଥାନ ପକ୍କା କରିବା ପାଇଁ ଇଣ୍ଡୋନେସିଆର ଦ୍ବି‌ୟେକୋଙ୍କ ସହ ପ୍ରମୋଦ ମୁହାଁମୁହିଁ ହେବେ । ଅନ୍ୟପଟେ ଯୁଗଳ ଏବଂ ମିଶ୍ରିତ ଯୁଗଳ ବର୍ଗରେ ମଧ୍ୟ ପ୍ରମୋଦ ବିଜୟ ହାସଲ କରିଛନ୍ତି । ସୁକାନ୍ତ କଦମଙ୍କ ସହ ଯୁଗଳ ବର୍ଗରେ କାମେରୁନ୍‌ ଯୋଡ଼ି ଏମାନୁଏଲ ପିନୋଚେଟ୍‌ ଅମୋଗୁଲ ଓ ଇତିନେ ସୋଙ୍ଗା ବିଜୋକାଙ୍କୁ ୨୧-୭ ଓ ୨୧-୮ରେ ଏବଂ ମନୀଷା ରାମଦାସଙ୍କ ସହ ମିଶ୍ରିତ ଯୁଗଳରେ ଫ୍ରାନ୍ସ ଯୋଡ଼ି ମାଥ୍ୟୁ ଥୋମାସ ଓ ମଉଦ ଲିଫୋର୍ଟଙ୍କୁ ୨୧-୧୮ ଓ ୨୧-୧୨ରେ ପରାସ୍ତ କରିଛନ୍ତି ।

ସେହିଭଳି ଦିଲେଶ୍ବର ଶୁକ୍ରବାର ୟୁକ୍ରେନ୍‌ର ଓଲେକ୍‌ଜାନ୍ଦ୍ର ଚିର୍କୋଭ୍‌ଙ୍କ ନିକଟରୁ ୧୦-୨୧ ଓ ୧୩-୨୧ରେ ମୁକାବିଲା ହାରିଯାଇଥିଲେ । ଏହାସତ୍ତ୍ବେ ୩ରୁ ୨ ବିଜୟ ପାଇଥିବା‌ରୁ ପ୍ରିକ୍ବାର୍ଟର ଫାଇନାଲ୍‌କୁ ଉନ୍ନିତ ହୋଇଛନ୍ତି । ଏହି ପର୍ଯ୍ୟାୟରେ ତାଙ୍କର ମୁକାବିଲା ନିଜ ଦେଶର ବିକ୍ରମ କୁମାରଙ୍କ ସହ ହେବ । ଅନ୍ୟପଟେ ଯୁଗଳରେ ଶୁଭ୍ରଜିତ ମହାରଣାଙ୍କ ସହ ପେରୁ ଯୋଡ଼ି ରେଞ୍ଜୋ ଡିକ୍ବେଜ ବାନ୍ସେସ ମୋରାଲେସ୍‌ ଓ ପେଡ୍ରୋ ପାବ୍‌ଲୋ ଡି ଭିନେତିଆଙ୍କୁ ୨୧-୯ ଓ ୨୧-୧୯ରେ ପରାସ୍ତ କରିଛନ୍ତି ଦିଲେଶ୍ବର ରାଓ ।

ଅନ୍ୟ ଦୁଇ ଓଡ଼ିଆ ଶୁଭ୍ରଜିତ ମହାରଣା ଓ ଦୀପ୍‌ ରଞ୍ଜନ ବିଶୋଇ ଗୁରୁବାର ମ୍ୟାଚ୍‌ ଜିତିଥିଲେ । ହେଲେ ଶୁକ୍ରବାର ମ୍ୟାଚ୍‌ ହାରି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ତେବେ ମନୋଜ ସରକାରଙ୍କ ସହ ଯୁଗଳ ଖେଳୁଥିବା ଦୀପ୍‌ ରଞ୍ଜନ ବିଶୋଇ ଶୁକ୍ରବାର ଚୀନ୍‌ ଯୋଡ଼ି ଗାଓ ୟୁୟାଙ୍ଗ୍‌ ଓ ୟାଙ୍ଗ୍‌ ଜିଆନୟୁଆନଙ୍କୁ ୨୧-୧୫ ଓ ୨୧-୮ରେ ଏବଂ ଅନ୍ୟତମ ଚୀନ୍ ଯୋଡ଼ି ଡୋମିନିକ ବଜ୍‌ବର୍ଗର ଓ ମରିନ୍‌ ଷ୍ଟବିଙ୍କୁ ୨୧-୧୦ ଓ ୨୧-୬ରେ ପରାସ୍ତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ... Sub Junior Men National Championship: ବିଜୟରୁ ଓଡିଶାର ଅଭିଯାନ, 18-0ରେ ହାରିଲା ମହାରାଷ୍ଟ୍ର

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.