ETV Bharat / sports

Sub Junior Men National Championship: ବିଜୟରୁ ଓଡିଶାର ଅଭିଯାନ, 18-0ରେ ହାରିଲା ମହାରାଷ୍ଟ୍ର

author img

By

Published : May 19, 2023, 2:16 PM IST

ଉପ କନିଷ୍ଠ ବାଳକ ଜାତୀୟ ହକି ଚମ୍ପିଆନସିପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଓଡିଶା । ମହାରାଷ୍ଟ୍ର ବିପକ୍ଷରେ ବଡ ବିଜୟ ହାସଲ କରିଛି ଓଡିଶା ଦଳ । ଅଧିକ ପଢନ୍ତୁ

ଉପ କନିଷ୍ଠ ବାଳକ ଜାତୀୟ ହକି ଚମ୍ପିଆନସିପ
Sub Junior Men National Championship

ରାଉରକେଲା: ଉପ କନିଷ୍ଠ ବାଳିକା ଜାତୀୟ ହକି ଚମ୍ପିଆନସିପ ପରେ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ 13ତମ ଉପ କନିଷ୍ଠ ବାଳକ ଜାତୀୟ ହକି ଚମ୍ପିଆନସିପ ଆରମ୍ଭ ହୋଇଛି । ଏଥିରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଓଡିଶା ଦଳ । ମହାରାଷ୍ଟ୍ର ବିପକ୍ଷରେ ବୃହତ ବିଜୟ ହାସଲ କରିଛି ଓଡିଶା । 18-0 ଗୋଲରେ ଏକତରଫା ବିଜୟ ହାସଲ କରିଛି ଦଳ ।

ପୁଲ ସିରେ ସ୍ଥାନ ପାଇଥିଲା ଘରୋଇ ଓଡିଶା ପ୍ରଥମ ମ୍ୟାଚରେ ମହାରାଷ୍ଟ୍ରକୁ ଭେଟିଥିଲା । ଦମଦାର ଆରମ୍ଭ କରିଥିଲା ଓଡିଶା ହକି ଦଳ । ଗୋଲ ପରେ ଗୋଲ ବର୍ଷା କରି ଚାଲିଥିଲା । ଏପଟେ ଗୋଲ ପରିଶୋଧ କରିବାକୁ ଚେଷ୍ଟା କରି ବିଫଳ ହୋଇଥଲା ମହାରାଷ୍ଟ୍ର ଦଳ । ଗୋଲ ପରେ ଗୋଲ କରି ଓଡିଶା ଆଗୁଆ ରହିଥିଲା । ଖାତା ଖୋଲିବାରେ ବିଫଳ ହୋଇଥିଲା ମହାରାଷ୍ଟ୍ର ଦଳ । ଫଳରେ ମ୍ୟାଚକୁ 18-0 ଗୋଲରେ ଏକତରଫା ଜିତି ନେଇଥିଲା ଓଡିଶା । ଦଳ ପକ୍ଷରୁ ଦେଓନାଥ 5, ଦୀପକ 4 ଓ ଯୋଜିନ 3ଟି ଗୋଲ କରିଥିଲେ । ଆସନ୍ତା 23 ତାରିଖରେ ଓଡିଶା ତାର ପରବର୍ତ୍ତୀ ମୁକାବିଲା ଉତ୍ତରାଖଣ୍ଡକୁ ଭେଟିବ ।

ପ୍ରଥମ ଦିନରେ 4ଟି ମ୍ୟାଚ ଖେଳାଯାଇଥିଲା । ଏଥିରେ ଆୟୋଜନ ଓଡିଶା ସମେତ ବିହାର, ମଧ୍ୟପ୍ରଦେଶ ଓ ତାମିଲନାଡୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ବିହାର ତେଲେଙ୍ଗାନାକୁ 5-0 ଗୋଲରେ, ମଧ୍ୟପ୍ରଦେଶ ମିଜୋରାମକୁ 27-0 ଓ ତାମିଲନାଡୁ 8-2 ଗୋଲରେ ଆନ୍ଧ୍ରପ୍ରଦେଶକୁ ପରାସ୍ତ କରିଛି । ପ୍ରଥମ ଦିନରେ ଖେଳାଯାଇଥିବା ମ୍ୟାଚରେ ମଧ୍ୟପ୍ରଦେଶ ସବୁଠୁ ବୃହତ ବିଜୟ ହାସଲ କରିିଛି । ସେ 27ଟି ଗୋଲ କରିଥିଲା ଯେଉଁଠି ମିଜୋରାମ ଖାତା ଖୋଲିପାରି ନଥିଲ । ମଧ୍ୟପ୍ରଦେଶ ହକି ଦଳ ପକ୍ଷରୁ ଅଦିଲ ଖାନ ଓ କରନ ଗୌତମ 5ଟି ଲେଖାଏଁ ଗୋଲ କରିଥିଲେ ।

ଏହା ବି ପଢନ୍ତୁ...Sub junior Womens Hockey National Championship: ହରିୟାଣା ଚମ୍ପିଆନ୍, ତୃତୀୟରେ ଓଡିଶା

ଏହା ବି ପଢନ୍ତୁ...ବାପା ICUରେ, ମୁଁ ବି ଖେଳିବା ଆଶା ଛାଡ଼ି ଦେଇଥିଲି: ମୋହସିନ୍‌ ଖାନ୍‌

ପ୍ରକାଶ ଥାଉକି, ମେ’ 4ରୁ ବିର୍ସା ମୁଣ୍ଡାରେ ଉପ କନିଷ୍ଠ ବାଳିକା ଜାତୀୟ ହକି ଚମ୍ପିଆନସିପ ହୋଇଥିଲା । ଏଥିରେ ହରିୟାଣା ଚମ୍ପିଆନ ହୋଇଥିଲା । ଓଡିଶା ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲା । ଝାଡଖଣ୍ଡ ଦ୍ବିତୀୟ ସ୍ଥାନରେ ରହିଥିଲା ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.