ETV Bharat / sports

Asian Games 2023: ପୁରୁଷ ଟେନିସ ଡ଼ବଲ୍ସରେ ରୌପ୍ୟ ଜିତିଲା ଭାରତ

author img

By ETV Bharat Odisha Team

Published : Sep 29, 2023, 10:39 AM IST

ପୁରୁଷ ଟେନିସ ଡ଼ବଲ୍ସରେ ରୌପ୍ୟ ଜିତିଲା ଭାରତ
Asian Games 2023

19ତମ ଏସୀୟ କ୍ରୀଡ଼ାରେ ପୁରୁଷ ଟେନିସ୍‌ ଡବଲ୍ସରେ ରୌପ୍ୟ ପଦକ ଜିତିଛି ଭାରତ । ଏହା ସହିତ ଭାରତର ପଦକ ସଂଖ୍ୟା 30ରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

ହାଙ୍ଗଝୌ: ଚୀନରେ ଚମକିଛନ୍ତି ଭାରତୀୟ ଖେଳାଳି । 19ତମ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ପଦକ ବର୍ଷା ହୋଇଛି । ଗୋଟିଏ ପରେ ଗୋଟିଏ ଇଭେଣ୍ଟ୍‌ରେ ପଦକ ହାସଲ କରୁଛି ଭାରତ । ପୁରୁଷ ଟେନିସ ଡବଲ୍ସରେ ରୌପ୍ୟ ପଦକ ଜିତିଛନ୍ତି ସାକେତ ଓ ରାମକୁମାର ରାମନାଥନ ଯୋଡି । ଏହି ଯୋଡି ଦେଶ ପାଇଁ ଗର୍ବ ଆଣିଛନ୍ତି । ଏହି ସଫଳତା ସହିତ ଭାରତର ପଦକ ସଂଖ୍ୟା 30ରେ ପହଞ୍ଚିଛି । ସେଥିରେ 8ଟି ସ୍ବର୍ଣ୍ଣ ପଦକ ଥିବାବେଳେ 11ଟି ରୌପ୍ୟ ପଦକ ରହିଛି ।

  • 🥈🔟 on 🔟 Performance! 🎾🥈

    🇮🇳's Doubles pair of @ramkumar1994 and @SakethMyneni clinched the 🥈medal in the Finals, and their performance was nothing short of exceptional! 👏

    This is 🇮🇳's 10th Silver medal so far🔥
    And notably, 1st Medal for Ramkumar, and 3rd for Saketh in… pic.twitter.com/iejV3VzkxX

    — SAI Media (@Media_SAI) September 29, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Games: ପୁରୁଷ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

ପୁରୁଷ ଟେନିସ ଡବଲ୍ସରେ ସାକେତ ଓ ରାମନାଥନ ଯୋଡି ଫାଇନାଲରେ ଚାଇନିଜ ତାଇପେଇ ଯୋଡି ଜାସନ ଜୁଙ୍ଗ ଓ ହସୁ ୟୁ ହସୋଇଙ୍କୁ ଭେଟିଥିଲେ । ସ୍ବର୍ଣ୍ଣ ପଦକର ଏହି ଲଢେଇରେ ଭାରତୀୟ ଯୋଡି 6-4, 6-4 ସେଟରେ ପରାସ୍ତ ହୋଇଥିଲେ । ଫଳରେ ଉପବିଜେତା ହୋଇ ରୌପ୍ୟ ପଦକ ଜିତିଛନ୍ତି । ପ୍ରଥମ ଦୁଇ ସେଟରେ ଭାରତୀୟ ଯୋଡ଼ି ଭଲ ଖେଳ ପ୍ରଦର୍ଶନ କରିପାରିନଥିଲେ । ସେମିଫାଇନାଲରେ ଏହି ଯୋଡ଼ି କୋରିଆର ସୁନଓ କୋନ୍‌ ଓ ସିଓଙ୍ଗଚୀନ୍‌ ହଙ୍ଗ୍‌ ଯୋଡ଼ିକୁ 6-1, 6-7 (6-10), 10-0ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଏସୀୟ କ୍ରୀଡ଼ାରେ ସାକେତଙ୍କର ଏହା ତୃତୀୟ ପଦକ ହୋଇଥିବାବେଳେ ରାମକୁମାରଙ୍କର ଏହା ପ୍ରଥମ ପଦକ ।

ଏହା ବି ପଢନ୍ତୁ...Asian Games 2023: ସୁଟିଂରେ ସ୍ବର୍ଣ୍ଣିମ ସଫଳତା, ପୁରୁଷ 50ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ

ଚୀନ୍‌ରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସପ୍ତମ ଦିନରେ ଦିନରେ ଭାରତକୁ 2ଟି ସ୍ବର୍ଣ୍ଣ, 3ଟି ରୌପ୍ୟ ପଦକ ହାସଲ କରିଛି । ଆଜି ସୁଟିଂରେ ଭାରତକୁ 2ଟି ସ୍ବର୍ଣ୍ଣ ପଦକ ସହ 2ଟି ରୌପ୍ୟ ପଦକ ମିଳିଛି । ମହିଳା 10 ମିଟର ଏୟାର ପିସ୍ତଲ ଇଭେଣ୍ଟ ଓ 50 ମିଟର ପୁରୁଷ ଏୟାର ପିସ୍ତଲ ଇଭେଣ୍ଟରେ ଏହି ସଫଳତା ହାସଲ କରିଛନ୍ତି ଭାରତୟ କ୍ରୀଡାବିତ୍‌ । ଷଷ୍ଠ ଦିନରେ ଭାରତକୁ ପୁରୁଷ 10 ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ଓ ଉଷୁରେ ରୌପ୍ୟ ଓ ଅଶ୍ବଚାଳନାରେ ଅନୁଷ ଅଗ୍ରୱାଲ ବ୍ରୋଞ୍ଜ୍‌ ପଦକ ଜିତିିଥିଲେ । ଏଯାବତ ଭାରତ 8ଟି ସ୍ବର୍ଣ୍ଣ, 11ଟି ରୌପ୍ୟ ଓ 11ଟି ବ୍ରୋଞ୍ଜ୍‌ ପଦକ ହାସଲ କରିଛି । ମୋଟ 30 ପଦକ ସହି ଭାରତ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆ, ତୃତୀୟ ସ୍ଥାନରେ ଜାପାନ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.