ETV Bharat / sports

Asian Games 2023: ସୁଟିଂରେ ସ୍ବର୍ଣ୍ଣିମ ସଫଳତା, ପୁରୁଷ 50 ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ

author img

By ETV Bharat Odisha Team

Published : Sep 29, 2023, 8:45 AM IST

Updated : Sep 29, 2023, 12:34 PM IST

19ତମ ଏସୀୟ କ୍ରୀଡ଼ାରେ ସୁଟିଂରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ପୁରୁଷ 50 ମିଟର ଏୟାର ରାଇଫଲ ଟିମ ଇଭେଣ୍ଟରେ ସ୍ବର୍ଣ୍ଣିମ ସଫଳତା ମିଳିଛି । ଅଧିକ ପଢନ୍ତୁ

Asian Games 2023
50meter Rifle 3Ps Mens team win gold

ହାଙ୍ଗଝୌ: ଚୀନରେ ଉଡିଲା ତ୍ରିରଙ୍ଗା । 19ତମ ଏସୀୟ କ୍ରୀଡ଼ାରେ ସୁଟିଂରେ ଆଉ ଏକ ସ୍ବର୍ଣ୍ଣିମ ସଫଳତା ହାସଲ କରିଛି ଭାରତ । ପୁରୁଷ 50 ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଛି ଭାରତ । ଏହା ସହିତ ମହିଳା 10 ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି ଭାରତୀୟ କ୍ରୀଡ଼ାବିତ୍‌ । ଏହା ସହିତ ଭାରତର ପଦକ ସଂଖ୍ୟା 29ରେ ପହଞ୍ଚିଛି । ସେଥିରେ 8ଟି ସ୍ବର୍ଣ୍ଣ ପଦକ ରହିଛି । ଏହା ସହିତ ମହିଳା 10 ମିଟର ଏୟାର ପିସ୍ତଲ ପଲକ ସ୍ବର୍ଣ୍ଣ ପଦକ ଜିତିଛନ୍ତି ।

  • 🥇 1️⃣𝙨𝙩 𝙂𝙊𝙇𝘿 𝙤𝙛 𝙩𝙝𝙚 𝙙𝙖𝙮🔥

    🇮🇳's M 50m Rifle 3Ps team, featuring the trio - Aishwary Pratap Singh Tomar, @KusaleSwapnil, and Akhil Sheoran, secured the 𝙂𝙊𝙇𝘿 𝙈𝙀𝘿𝘼𝙇 today, beginning the day on a golden note! 🏆🎯

    Let's shower our champions with applause and… pic.twitter.com/YxcsvLXuSG

    — SAI Media (@Media_SAI) September 29, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Games: ପୁରୁଷ 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ସ୍ୱର୍ଣ୍ଣ

ପୁରୁଷ 50ମିଟର ଏୟାର ରାଇଫଲ ଟିମ୍‌ ଇଭେଣ୍ଟରେ ପ୍ରତାପ ତୋମାର, ସ୍ବପ୍ନିଲ ଓ ଅଖିଲଙ୍କୁ ସ୍ବର୍ଣ୍ଣିମ ସଫଳତା ହାସଲ କରିଛନ୍ତି । ସେହିପରି ମହିଳା 10 ମିଟକ ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଈଶା ସିଂହ, ଦିବ୍ୟା ଥାଡିଗୋଲ ଓ ପଲକ ରୌପ୍ୟ ପଦକ ଜିତିଛନ୍ତି । ଏହି ସଫଳତା ପାଇଁ ଦୁଇ ଦଳକୁ ଶୁଭେଚ୍ଛାର ସୁଅ ଛୁଟିଛି । ସୁଟିଂରେ ଭାରତକୁ ଆଉ 2ଟି ପଦକ ମିଳିଛି । ମହିଳା 10 ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପଲକ । ଅନ୍ୟପଟେ ସେହି ସମାନ ସୁଟିଂ ମହିଳା 10ମିଟର ସୁଟିଂରେ ଈଶା ସିଂହ ରୌପ୍ୟ ପଦକ ହାସଲ କରିଛନ୍ତି । ଈଶା ଏସୀୟ କ୍ରୀଡ଼ାରେ 4ଟି ପଦକ ହାସଲ କରିଛନ୍ତି । ସେ ଏହି ଟିମ୍‌ ଇଭେଣ୍ଟର ମଧ୍ୟ ରୌପ୍ୟ ପଦକ ହାସଲ କରିଥିଲେ । ସେହିପରି ପୁରୁଷ 50 ମିଟର ଏୟାର ରାଇଫଲ ଅଶ୍ବର୍ଯ୍ୟ ପ୍ରତାପ ତୋମାର ରୌପ୍ୟ ପଦକ ହାସଲ କରିଛନ୍ତି ।

ଏହା ବି ପଢନ୍ତୁ...Asian Games: ଭାରତକୁ ଆଉ ଏକ ପଦକ, 50 ମିଟର ରାଇଫଲସ ମହିଳା ଟିମକୁ ରୌପ୍ୟ

ଗତକାଲି(ଗୁରୁବାର) ଏସୀୟ କ୍ରୀଡାରେ ସୁଟିଂରେ ସ୍ବର୍ଣ୍ଣିମ ସଫଳତା ମିଳିଥିଲା । 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତ ସ୍ବର୍ଣ୍ଣ ପଦକ ହାସଲ କରିଥିଲା । 10 ମିଟର ଏୟାର ପିସ୍ତଲ ଟିମ୍‌ ଇଭେଣ୍ଟରେ ଅର୍ଜୁନ ଚିମା, ସରବଜୌତ ସିଂ ଓ ଶିବ ନରୱାଲ ଦେଶକୁ ସ୍ୱର୍ଣ୍ଣ ପଦକ ଭେଟି ଦେଇଥିଲେ । ଏହା ପୂର୍ବରୁ 25 ମିଟର ପିସ୍ତଲ ମହିଳା ଇଭେଣ୍ଟରେ ଭାରତକୁ ସ୍ବର୍ଣ୍ଣ ପଦକ ମିଳିଥିଲା ।

  • A RICH MEDAL HAUL FOR ESHA SINGH🥇🥈#AsianGames2022

    🇮🇳's sharpshooter @singhesha10 showcased her extraordinary talent, securing a SILVER MEDAL in the 10m Air Pistol competition! 🥈🔫

    This is Esha' s 4️⃣th medal so far. Both GOLD and SILVER in the same event goes to 🇮🇳🔥 We… pic.twitter.com/pDhkO7SPBx

    — SAI Media (@Media_SAI) September 29, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ...Asian Games 2023: ଅଶାନ୍ତ ମଣିପୁର ପାଇଁ ଖୁସି ଖବର, ଉଷୁରେ ରୌପ୍ୟ ଜିତିଲେ ରୋଶିବିନା

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡ଼ାରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ସପ୍ତମ ଦିନରେ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ, ଗୋଟିଏ ରୌପ୍ୟ ପଦକ ହାସଲ କରିଛି । ଷଷ୍ଠ ଦିନରେ ଭାରତକୁ ପୁରୁଷ 10 ମିଟର ଏୟାର ପିସ୍ତଲରେ ସ୍ବର୍ଣ୍ଣ ଓ ଉଷୁରେ ରୌପ୍ୟ ଓ ଅଶ୍ବଚାଳନାରେ ଅନୁଷ ଅଗ୍ରୱାଲ ବ୍ରୋଞ୍ଜ ପଦକ ଜିତିିଥିଲେ । ଏଯାବତ ଭାରତ 8ଟି ସ୍ବର୍ଣ୍ଣ, 12ଟି ରୌପ୍ୟ ଓ 12ଟି ବ୍ରୋଞ୍ଜ୍‌ ପଦକ ହାସଲ କରିଛି । ମୋଟ 32 ପଦକ ସହି ଭାରତ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ୱିତୀୟ ସ୍ଥାନରେ ଦକ୍ଷିଣ କୋରିଆ, ତୃତୀୟ ସ୍ଥାନରେ ଜାପାନ, ଚତୁର୍ଥରେ ଉଜବେକିସ୍ତାନ୍‌ ରହିଛନ୍ତି ।

  • 🥈SILVER FOR AISHWARY 🎯

    🇮🇳's Aishwary Pratap Tomar clinched a silver at #AsianGames2022 in the Men's 50m Rifle 3P Individual! 🏆🎯

    With this Aishwary has won a total of 4️⃣ medals so far (2 🥇, 1 🥈, and 1 🥉). And this is 🇮🇳's 18th medal overall in shooting💯⚡

    Aishwary,… pic.twitter.com/cXLnLf9ZPx

    — SAI Media (@Media_SAI) September 29, 2023 " class="align-text-top noRightClick twitterSection" data=" ">
Last Updated :Sep 29, 2023, 12:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.