ETV Bharat / sports

Asian Games 2023: ପୁରୁଷ କାନୋଇ ଡବଲ୍ସରେ ଭାରତକୁ ବ୍ରୋଞ୍ଜ ପଦକ

author img

By ETV Bharat Odisha Team

Published : Oct 3, 2023, 10:16 AM IST

Asian Games 2023
ପୁରୁଷ କାନୋଇ ଡବଲ୍ସରେ ଭାରତକୁ ବ୍ରୋଞ୍ଜ ପଦକ

ଏସୀୟ କ୍ରୀଡାର ପୁରୁଷ କାନୋଇ ଡବଲ୍ସରେ ଭାରତକୁ ବ୍ରୋଞ୍ଜ ପଦକ ଦେଇଛନ୍ତି ଅର୍ଜୁନ ଓ ସୁନୀଲ ସିଂ ଯୋଡି । ଭାରତର ପଦକ ସଂଖ୍ୟା 61ରେ ପହଞ୍ଚିଛି । ଅଧିକ ପଢନ୍ତୁ

ହଙ୍ଗଝୌ: ଚୀନରେ ଜାରି ରହିଥିବା 19ତମ ଏସୀୟ କ୍ରୀଡାର ଦଶମ ଦିନରେ ଭାରତର ପଦକ ଅଭିଯାନ ଆରମ୍ଭ ହୋଇଛି । ପୁରୁଷ କାନୋଇ ଡବଲ୍ସରେ ଭାରତକୁ ବ୍ରୋଞ୍ଜ ପଦକ ମିିଳିଛି । କାନୋଇ ଡବଲ୍ସ 1000 ମିଟର ଇଭେଣ୍ଟରେ ଭାରତକୁ ବ୍ରୋଞ୍ଜ ସଫଳତା ମିଳିଛି । ଏହା ସହିତ ଭାରତର ପଦକ ସଂଖ୍ୟା 61ରେ ପହଞ୍ଚିଛି । ସେଥିରେ 24ଟି ବ୍ରୋଞ୍ଜ ପଦକ ରହିଛି ।

  • 🥉🚣‍♂️ Medal Alert 🚣‍♂️🥉

    Huge cheers for Arjun Singh and Sunil Singh Salam! 🙌🇮🇳.

    The duo has clinched a well-deserved Bronze in the Men's Canoe Double 1000m event with a timing of 3.53.329 at the #AsianGames2022! 🚣‍♂️

    🇮🇳 Let's cheer out loud for our champs🥳#Cheer4Indiapic.twitter.com/sYMxuCqHLL

    — SAI Media (@Media_SAI) October 3, 2023 " class="align-text-top noRightClick twitterSection" data=" ">

କାନୋଇ ଡବଲ୍ସ 1000 ମିଟର ଇଭେଣ୍ଟରେ ଅର୍ଜୁନ ସିଂହ ଓ ସୁନୀଲ ସିଂହ 3.53.329 ଟାଇମିଂରେ ତୃତୀୟ ସ୍ଥାନରେ ରହି ସଫଳତା ହାସଲ କରିଛନ୍ତି । ଏହି ଇଭେଣ୍ଟରେ ଉଜବେକିସ୍ତାନର ସୋକମୁରୋଦ ଖୋଲୁରାଡଭ ଓ ନୁରିସଲମ ଯୋଡି 3.43.796 ଟାଇମିଂ ସହ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଛନ୍ତି । କାଜକାସ୍ତାନର ଟିମୋଫେ ୟେମେଲ୍ୟାନୋଭ ଓ ସର୍ଜେ ୟେମେଲ୍ୟାନୋଭ ଯୋଡି 3.49.991 ଟାଇମିଂ ସହ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ଜିତିଛନ୍ତି । ପୂର୍ବରୁ 1994 ସଂସ୍କରଣରେ ସିଜି ସଦାନନ୍ଦନ ଓ ଜନ୍ନି ରୋମେଲ ଭାରତୀୟ ଯୋଡି ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ଚଳିତ ସିଜନରେ କାନୋଇରେ ଭାରତର ଏହା ପ୍ରଥମ ପଦକ ।

ଏହା ବି ପଢନ୍ତୁ...Asian Games 2023: ନବମ ଦିନରେ ଭାରତକୁ 7 ପଦକ, 60 ଛୁଇଁଲା ମୋଟ ମେଡାଲ

ଏହା ବି ପଢନ୍ତୁ...Asian Games Hockey: ବାଂଲାଦେଶ ବିପକ୍ଷରେ ବିଶାଳ ବିଜୟ ସହ ସେମିରେ ଭାରତୀୟ ପୁରୁଷ ଦଳ

ଗତକାଲି ନବମ ଦିନରେ ଏସୀୟ କ୍ରୀଡାରେ ଭାରତ ମୋଟ 7ଟି ପଦକ ହାସଲ କରିଥିଲା । ସ୍ବର୍ଣ୍ଣ ଶୂନ ଥିଲେ ସୁଦ୍ଧା 3ଟି ରୌପ୍ୟ ଓ 4ଟି ବ୍ରୋଞ୍ଜ ପଦକ ହାସଲ କରିଥିଲା । ଉଭୟ ପୁରୁଷ ଓ ମହିଳା ସ୍ପିଡ୍‌ ସ୍କେଟିଂ ରିଲେ ଦଳ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ଷ୍ଟିପଲଚେଜ, ଟିଟିରେ ଭାରତକୁ ରୌପ୍ୟ ଓ ବ୍ରୋଞ ପଦକ ମିଳିଥିଲା । ଏହା ସହିତ ମିକ୍ସଡ ରିଲେ ଦଳ ରୌପ୍ୟ ପଦକ ଜିତିଥିଲେ ।

ଏହା ବି ପଢନ୍ତୁ...Asian Games: ସ୍ବପ୍ନାଙ୍କ ସାଂଘାତିକ ଅଭିଯୋଗ, କହିଲେ ଟ୍ରାନ୍ସଜେଣ୍ଡର ପ୍ରତିଯୋଗୀଙ୍କଠୁ ହାରିଲି

ଚୀନରେ ଚାଲିଥିବା 19ତମ ଏସୀୟ କ୍ରୀଡାରେ ପ୍ରାୟ ସମସ୍ତ ଇଭେଣ୍ଟରେ ଭାରତର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଏସୀୟ କ୍ରୀଡ଼ାରେ ଦଶମ ଦିନରେ ପଦକୁ ମିଶାଇ ଭାରତର ପଦକ ସଂଖ୍ୟା 61ରେ ପହଞ୍ଚିଛି । ସେଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବା ବେଳେ 24ଟି ରୌପ୍ୟ ପଦକ ଓ 24ଟି ବ୍ରୋଞ୍ଜ୍‌ ପଦକ ରହିଛି । ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସର୍ବାଧିକ 269 ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଦକ୍ଷିଣ କୋରିଆ ଓ ତୃତୀୟରେ ଜାପାନ ରହିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.