ETV Bharat / sports

Asian Games: ସ୍ବପ୍ନାଙ୍କ ସାଂଘାତିକ ଅଭିଯୋଗ, କହିଲେ ଟ୍ରାନ୍ସଜେଣ୍ଡର ପ୍ରତିଯୋଗୀଙ୍କଠୁ ହାରିଲି

author img

By ETV Bharat Odisha Team

Published : Oct 2, 2023, 1:16 PM IST

2018 ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିବା ସ୍ବପ୍ନା ବର୍ମନ ଚଳିତ ଏସୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ହାତଛଡା କରିଥିବା ନେଇ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

Asian Games 2023
Swapna Barman

ହାଇଦ୍ରାବାଦ: ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ 2018 ସଂସ୍କରଣରେ ସ୍ବର୍ଣ୍ଣ ପଦକ ବିଜେତା 26 ବର୍ଷୀୟ ସ୍ବପ୍ନା ବର୍ମନ ଏକ ଅଭିଯୋଗ ଆଣିଛନ୍ତି । ସାଥୀ ଟ୍ରାନ୍ସଜେଣ୍ଡର ପ୍ରତିଯୋଗୀଙ୍କଠୁ ହାରିବାରୁ ବ୍ରୋଞ୍ଜ ପଦକ ହାତ ଛଡା କରିଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ସ୍ବପ୍ନା । 2018 ଏସୀୟ କ୍ରୀଡାରେ ସ୍ବର୍ଣ୍ଣ ପଦକ ଜିତିଥିଲେ ସ୍ବପ୍ନା । ମାତ୍ର ଏଥର ବିନା ପଦକରେ ଅଭିଯାନ ଶେଷ କରିଛନ୍ତି ।

ଅଭିଯୋଗ କରି ସ୍ବପ୍ନା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ କହିଛନ୍ତି, '' ମୁଁ 19ତମ ଏସୀୟ କ୍ରୀଡାରେ ବ୍ରୋଞ୍ଜ ପଦକ ହାତଛଡା କରିଛି । ଜଣେ ସାଥୀ ଟ୍ରାନ୍ସଜେଣ୍ଡର ପ୍ରତିଯୋଗୀଙ୍କଠୁ ହାରିଥିବାରୁ ମୁଁ ମୋର କାଂସ୍ୟ ପଦକ ପାଇନାହିଁ । ମୋତେ ମୋ ପଦକ ଫେରାଯାଉ ଏପରି ହେବା ଆମ ଆଥଲେଟଙ୍କ ନିୟମ ବିରୋଧ । ମୋତେ ସାହାର୍ଯ୍ୟ କରନ୍ତୁ ଏବଂ ଦୟାକରି ସମର୍ଥନ କରନ୍ତୁ ।''

ଚୀନରେ ଚାଲିଥିବା ଏସୀୟ କ୍ରୀଡାରେ ହେପ୍ଟାଥଲନ ଇଭେଣ୍ଟରେ ସ୍ବପ୍ନା ଚତୁର୍ଥ ସ୍ଥାନରେ ରହି ତାଙ୍କର ଅଭିଯାନ ଶେଷ କରିଥିଲେ । 4 ପଏଣ୍ଟ ମାର୍ଜିନରେ ସେ ବ୍ରୋଞ୍ଜ ପଦକ ଜିତିବାରେ ବିଫଳ ହୋଇଥିଲେ । ସେ ତାଙ୍କ ସାଥୀ ଭାରତୀୟ ଖେଳାଳି ନନ୍ଦୀନ ଅଗସାରାଙ୍କ ପାଇଁ କାଂସ୍ୟ ପଦକ ହରାଇଛନ୍ତି । ନନ୍ଦୀନି 5712 ପଏଣ୍ଟ ହାସଲ କରିଥିଲେ । ପଶ୍ଚିମବଙ୍ଗର ସ୍ବପ୍ନା 5708 ପଏଣ୍ଟ ହାସଲ କରିଥିଲେ । ଏହି ଇଭେଣ୍ଟରେ ଚୀନ ଆଥଲେଟ ନିନାଲି ଜେଙ୍ଗ 6149 ପଏଣ୍ଟ ସହ ସ୍ବର୍ଣ୍ଣ ପଦକ ଜତିଥିଲେ । ଉଜବେକିସ୍ତାନର ଏକଟ୍ରେନିଆ ଭୋରୋନିନା 6056 ପଏଣ୍ଟ ସହ ରୌପ୍ୟ ପଦକ ଜିତିଥିଲେ । ଏ ପର୍ଯ୍ୟନ୍ତ ସ୍ବପ୍ନାଙ୍କ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ କୌଣସି ଜବାବ ମିଳିନାହିଁ ।

ଏହା ବି ପଢନ୍ତୁ...Asian Games 2023: ଭାର ଉଠାଇବାବେଳେ ପଡିଗଲେ ଅଲମ୍ପିକ୍ସ ମେଡାଲ ବିଜେତା ମୀରାବାଈ ଚାନୁ, ମଉଳିଲା ପଦକ ଆଶା

ସ୍ବପ୍ନା ବର୍ମନ 2018ରେ ଜାକାର୍ତ୍ତାରେ ହୋଇଥିବା ଏସୀୟ କ୍ରୀଡା ସଂସ୍କରଣରେ ସ୍ବର୍ଣ୍ଣ ପଦକ ଜିତିଥିଲେ । ଚଳିତ ଏସୀୟ କ୍ରୀଡାରେ ଭାରତୀୟ ମହିଳା 100ମିଟର ହାର୍ଡଲ୍ସରେ ଜ୍ୟୋତି ୟାରାଜିଙ୍କୁ ଯେଉଁଭଳି ନାଟକୀୟ ଢଙ୍ଗରେ ବ୍ରୋଞ୍ଜରୁ ରୌପ୍ୟ ପଦକ ମିଳିଲା ଏହା ପରେ ସ୍ବପ୍ନା ଏହି ଅଭିଯୋଗ ସାମ୍ନାକୁ ଆସିଛି । ପ୍ରଥମ ମହିଳା ଭାବେ ହର୍ଡଲ୍ସରେ ରୌପ୍ୟ ପଦକ ଜିତିଥିଲ ଜ୍ୟୋତି ।

ପ୍ରକାଶ ଥାଉ କି, ଚୀନର ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା 55ରେ ପହଞ୍ଚିଛି । ସେଥିରେ 13ଟି ସ୍ବର୍ଣ୍ଣ ପଦକ ରହିଥିବାବେଳେ 21ଟି ରୌପ୍ୟ ପଦକ ଓ 21ଟି ବ୍ରୋଞ୍ଜ୍‌ ପଦକ ରହିଛି । ଭାରତ ପଦକ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି । ସର୍ବାଧିକ ପଦକ ସହ ଆୟୋଜକ ଚୀନ ପ୍ରଥମ ସ୍ଥାନରେ ରହିଛି । ଦ୍ବିତୀୟରେ ଦକ୍ଷିଣ କୋରିଆ ଓ ତୃତୀୟରେ ଜାପାନ ରହିିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.