ETV Bharat / sports

ହକି ତାରକା ରାନୀ ରାମପାଲଙ୍କ ନାମରେ ଷ୍ଟାଡିୟମ

author img

By

Published : Mar 21, 2023, 5:52 PM IST

Tags: *  Enter here.. Stadium named hockey star Rani Rampal
ହକି ତାରକା ରାନୀ ରାମପାଲଙ୍କ ନାମରେ ଷ୍ଟାଡିୟମ

ଭାରତୀୟ ପ୍ରଥମ ମହିଳା ହକି ଖେଳାଳି ଭାବେ ରାନୀ ରାମପାଲଙ୍କ ନାମରେ ଷ୍ଟାଡିୟମ ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭାରତୀୟ ହକି ଇତିହାସ ପାଇଁ ଏକ ସ୍ବର୍ଣ୍ଣିମ ଦିନ । ଭାରତୀୟ ପ୍ରଥମ ମହିଳା ହକି ଖେଳାଳି ଭାବେ ରାନୀ ରାମପାଲଙ୍କ ନାମରେ ଷ୍ଟାଡିୟମ ହୋଇଛି । ପ୍ରଥମ ଭାରତୀୟ ହକି ଖେଳାଳି ଭାବେ ରାନୀ ରାମପାଲଙ୍କ ନାମର ଷ୍ଟାଡିୟମ ନିର୍ମାଣ ହୋଇଛି ଯାହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ରାନୀ । ଏମସିଏଫ ରାଇବରେଲି 'ରାନିଙ୍କ ଗାର୍ଲ ହକି ଟ୍ରୁଫ' ନାମରେ ଷ୍ଟାଡିୟମର ନାମକରଣ କରିଛନ୍ତି ।

  • Words seem too less to express my happiness and gratitude as I share that the MCF Raebareli has renamed the hockey stadium to “Rani’s Girls Hockey Turf “to honour my contribution to hockey. pic.twitter.com/sSt59EwDJA

    — Rani Rampal (@imranirampal) March 20, 2023 " class="align-text-top noRightClick twitterSection" data=" ">

ଏ ନେଇ ଟ୍ବିଟ କରି ଖୁସି ବ୍ୟକ୍ତ କରିଛନ୍ତି ରାନୀ ରାମପାଲ । ଷ୍ଟାଡିୟମର କିଛି ଫଟୋ ଟ୍ବିଟରରେ ସୋୟାର କରି ରାନୀ ଲେଖିଛନ୍ତି, "ଏମସିଏଫ ମୋ ନାମରେ ହକି ଷ୍ଟାଡିୟମ କରିଥିବା ନେଇ ମୁଁ ବହୁତ ଖୁସି । ମୋ ଖୁସିକୁ ବୟାନ କରିବାକୁ ଶଦ୍ଦ ନାହିଁ । ହକି ପ୍ରତି ମୋ ଅବଦାନକୁ ସମ୍ମାନ ଜଣାଇ ଏମସିଏଫ ମୋ ନାମରେ ଷ୍ଟାଡିୟମ କରିଥିବାକୁ ମୁଁ ବହୁତ ଖୁସି ।''

ଏହା ବି ପଢନ୍ତୁ...WPL 2023: ପାଖଉଛି ଫାଇନାଲ, ଆଜି ମୁହାଁମୁହିଁ ହେବେ 4 ଦଳ

ଏହା ବି ପଢନ୍ତୁ...WPL 2023: ମୁମ୍ବାଇକୁ 9 ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ

ଷ୍ଟାଫଙ୍କ ସହ ଷ୍ଟାଡିୟମ ଉଦଘାଟନ କରିବା ସହିତ ଖେଳାଳିଙ୍କ ସହ ବାର୍ତ୍ତାଳପ କରୁଥିବାର କିଛି ଫଟୋ ରାନୀ ତାଙ୍କ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପ୍ରଥମ ମହିଳା ହକି ଖେଳାଳି ଭାବେ ଏହି ସମ୍ମାନ ମିଳିବା ନେଇ ମୁଁ ଗର୍ବିତ । ଏହାକୁ ମୁଁ ମହିଳା ହକି ଦଳକୁ ଉତ୍ସର୍ଗ କରୁଛି। ଏହା ପରବର୍ତ୍ତୀ ପୀଢିକୁ ପ୍ରେରଣା ଦେବ ବୋଲି କହିଛନ୍ତି ରାନୀ । ଏହି ଖବର ପ୍ରକାଶିତ ପରେ ଭାରତୀୟ ହକି ଇତିହାସ ପାଇଁ ଏହାଏକ ସ୍ବର୍ଣ୍ଣିମ ଦିନ ବୋଲି କିଛି ପ୍ରଶଂସକ କହିଥିଲେ ।

ଚଳିତ ବର୍ଷ ଭାରତୀୟ ହକି ଦଳ ସାଉଥ ଆଫ୍ରିକା ଟୁରରେ ଥିବା ସମୟରେ ରାନୀ ରାମପାଲ ଦଳକୁ ଫେରିଥିଲେ । 22ଜଣିଆ ଭାରତୀୟ ହକି ସ୍କ୍ବାଡରେ ସାମିଲ ହୋଇଥିଲେ । 2021-22ରେ ବେଲଜିୟମ ବିପକ୍ଷରେ ଏଫଆଇଏଚ ମହିଳା ପ୍ରୋ ଲିଗ ପରେ ଦଳକୁ ଫେରିଥିଲେ ରାନୀ । ଟୋକିଓ ଅଲମ୍ପିକ୍ସ ସମୟରେ ଆହତ ହୋଇଥିଲେ 28ବର୍ଷୀୟ ରାନୀ ରାମପାଲ । ସେବେଠୁ ଦଳରୁ ବାଦ ପଡିଥିଲେ । ବିଶ୍ବକପ, ରାଜ୍ୟଗୋଷ୍ଠୀ କ୍ରୀଡା 2022ରେ ଭାରତୀୟ ସ୍କ୍ବାଡରୁ ବାଦ ପଡିଥିଲେ ରାନୀ ରାମପାଲ । ରାନୀ ରାମପାଲ ଜଣେ ସଫଳ ହକି ଖେଳାଳି ଭାବେ ପରିଚୟ ହାସଲ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.