ETV Bharat / sports

WPL 2023: ମୁମ୍ବାଇକୁ 9 ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ

author img

By

Published : Mar 21, 2023, 8:09 AM IST

ମୁମ୍ବାଇକୁ 9 ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ
ମୁମ୍ବାଇକୁ 9 ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ

ମହିଳା ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ଦ୍ବିତୀୟ ପରାଜୟ ବରଣ କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ମୁମ୍ବାଇକୁ 9 ୱିକେଟରେ ହରାଇ ପଏଣ୍ଟ ଟେବୁଲ ଟପରେ ପହଞ୍ଚିିଛି । ଅଧିକ ପଢନ୍ତୁ

ମୁମ୍ବାଇ: ଆରମ୍ଭରୁ ଦମଦାର ଶେଷ ଆଡରୁ ବିଫଳ ହେବାରେ ଲାଗିଛି ମୁମ୍ବାଇ ଇଣ୍ଡିଆନ୍ସ । ଲଗାତାର 5ମ ବିଜୟ ପରେ ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି ମୁମ୍ବାଇ । ଲାଗୁଛି ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସକୁ କାହା ନଜର ଲାଗିଗଲା । ମହିଳ ଆଇପିଏଲରେ ଅନୁଷ୍ଠିତ ଦିଲ୍ଲୀ ଓ ମୁମ୍ବାଇ ମୁକାବିଲାରେ ବାଜି ମାରି ନେଇଛି ଦିଲ୍ଲୀ । 9 ୱିକେଟରେ ମୁମ୍ବାଇକୁ ପରାସ୍ତ କରି ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଛି ମେଗ ଲାନିଙ୍କ ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ମାରିଜେନ କେପ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଏହା କ୍ରମାଗତ ଦ୍ବିତୀୟ ପରାଜୟ । ମୁମ୍ବାଇ ବିଜୟଧାରାରେ ବ୍ରେକ ଲଗାଇଥିଲା ୟୁପି । ଗତ ମାର୍ଚ୍ଚ 18 ତାରିଖରେ ଖେଳାଯାଇଥିବା ମୁକାବିଲାରେ ୟୁପି ମୁମ୍ବାଇକୁ 5 ୱିକେଟରେ ହରାଇଥିଲା ।

ପ୍ରଥମେ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଦିଲ୍ଲୀ । ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ଦଳୀୟ ସ୍କୋର 10ରନରେ 3ଟି ୱିକେଟ ହରାଇଥିଲା । ୟାସ୍ତିକା ଭାଟିଆ 1, ହେଲି ମାଥ୍ୟୁସ 5ରନ ଓ ନାତାଲି ସ୍କିଭର ବ୍ରେଣ୍ଟ ଖାତା ଖୋଲି ନପାରି ସଅଳ ପାଭିଲିୟନ ଫେରିଥିଲେ । ମଧ୍ୟ ଭାଗରେ ବ୍ୟାଟିଂ ପାଇଁ ଆସିଥିବା ଅଧିନାୟିକା ହର୍ମନପ୍ରୀତ କୌର, ପୂଜା ବସ୍ତ୍ରାକାର ଓ ଇସି ୱିଙ୍ଗ ସ୍ଥିତି ସମ୍ଭାଳିଥିଲେ । ଦଳୀୟ ସ୍କୋର 109ରେ ପହଞ୍ଚିଥିଲା । ହର୍ମନପ୍ରୀତ 28, ପୂଜା 26, ୱଙ୍ଗ 23 ଓ ଅମନଜୋତ କୌର 29 ରନ କରିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ମାରିଜେନ କେପ, ଶିଖା ପାଣ୍ଡେ ଓ ଜେସ ଜନାସେନ୍‌ 2ଟି ଲେଖାଏଁ ୱିକେଟ ନେଇଥିଲ । ନିର୍ଦ୍ଧାରିତ 20 ଓଭରରେ ମୁମ୍ବାଇ 8 ୱିକେଟ ହରାଇ ମାତ୍ର 109 କରିଥିଲା । ମ୍ୟାଚ ଜିତିବାକୁ ଦିଲ୍ଲୀ ଆଗରେ 110ରନ ଛୋଟିଆ ବିଜୟ ଲକ୍ଷ୍ୟ ରହିଥିଲା ।

ଏହା ବି ପଢନ୍ତୁ...WPL 2023: ଡିଭାଇନଙ୍କ ଡିଭିଲିୟର୍ସ ପାଳି, ଗୁଜରାଟକୁ ହରାଇଲା ଆରସିବି

110ରନ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ଦିଲ୍ଲୀ । ଦୁଇ ଓପନର ଶେଫାଳି ବର୍ମା ଓ ଅଧିନାୟିକା ମେଗ ଲାନିଙ୍ଗ ଦମଦାର ଆରମ୍ଭ କରିଥିଲେ । ଉଭୟ 56 ରନ ସଂଗ୍ରହ କରିଥିଲେ । ୱିକେଟ ଭୋକିଲା ଥିବା ମୁମ୍ବାଇ ବୋଲର ବିଫଳ ହୋଇଥିଲେ । ଦିଲ୍ଲୀ ରନ ଗାଡି ବଢି ଚାଲିଥିଲା । ଶେଫାଳି ବର୍ମା 15 ବଲରେ ବ୍ୟକ୍ତିଗତ 33 ରନ କରି ପ୍ରଥମେ ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଏଲିସ କ୍ୟାପସି ବିସ୍ଫୋରକ ବ୍ୟାଟିଂ କରିଥିଲେ । ମେଗ ଲାନିଙ୍ଗ ଓ ଏଲିସଙ୍କ ଯୋଡି ଭାଙ୍ଗିବାରେ ବିଫଳ ହୋଇଥିଲେ ମୁମ୍ବାଇ ବୋଲର । 9 ଓଭରରେ ବିଜୟ ପଥ ପରିସ୍କାର କରିଥିଲେ ଦିଲ୍ଲୀ ବ୍ୟାଟର । ଏଲିସ କ୍ୟାପସି 17 ବଲରେ ଦ୍ରୁତ 38 ରନ ସଂଗ୍ରହ କରିଥିଲେ । ମେଗ୍‌ ଲାନିଂ 22 ବଲରେ 32 ରନ କରିଥିଲେ । ଦିଲ୍ଲୀ ଏହି ବିଜୟ ସହ 10 ପଏଣ୍ଟ ପାଇ ଟେବୁଲ ଟପରେ ରହିଛି । ଲିଗ ମ୍ୟାଚ ଶେଷ ସୁଦ୍ଧା ସର୍ବାଧିକ ପଏଣ୍ଟ ପାଇଁ ଶୀର୍ଷରେ ଥିବା ଦଳ ସିଧାସଳଖ ଫାଇନାଲକୁ ଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.