ETV Bharat / sports

WPL 2023: ପାଖଉଛି ଫାଇନାଲ, ଆଜି ମୁହାଁମୁହିଁ ହେବେ 4 ଦଳ

author img

By

Published : Mar 21, 2023, 11:58 AM IST

women premier league
ପାଖଉଛି ଫାଇନାଲ, ଆଜି ମୁହାଁମୁହିଁ ହେବେ 4 ଦଳ

ମହିଳା ଆଇପିଏଲରେ ଆଜି ଦୁଇଟି ମୁକାବିଲା ଅନୁଷ୍ଠିତ ହେବ । ପ୍ରଥମ ମ୍ୟାଚ ବାଙ୍ଗାଲୋର ଓ ମୁମ୍ବାଇ ମଧ୍ୟରେ ହେବାକୁ ଥିବା ବେଳେ ଦ୍ବିତୀୟଟି ଦିଲ୍ଲୀ ଓ ୟୁପି ମଧ୍ୟରେ ଖେଳାଯିବ । ଅଧିକ ପଢନ୍ତୁ

ମୁମ୍ବାଇ: ମାର୍ଚ୍ଚ 4 ତାରିଖରୁ ଆରମ୍ଭ ହୋଇଥିବା ମହିଳା ଆଇପିଏଲ ପ୍ରଥମ ସଂସ୍କରଣ ଫାଇନାଲ ଫାଇଟ ନେଇ ସମୟ ନିକଟତର ହେଉଛି । ସମୟ ଯେତେ ପାଖଉଛି ଫାଇନାଲ ଟିକେଟ ହାତେଇବାକୁ ଦଳ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳୁଛି । ଆଜି ମହିଳା ଆଇପିଏଲରେ ଦୁଇଟି ମ୍ୟାଚ ଖେଳାଯିବ । 19ତମ ମ୍ୟାଚରେ ମୁମ୍ବାଇ ଓ ବାଙ୍ଗାଲୋର ପରସ୍ପରକୁ ଭେଟିବେ । ସେହିପରି 20ତମ ମ୍ୟାଚରେ ଦିଲ୍ଲୀ ଓ ୟୁପି ୱାରିୟର୍ଜ ମୁଧ୍ୟରେ ମୁକାବିଲା ହେବ ।

ମୁମ୍ବାଇ ଓ ବାଙ୍ଗାଲୋର ମ୍ୟାଚ ରୋମାଞ୍ଚକର ହେବ । ବାଙ୍ଗାଲୋରକୁ ବଡ ବ୍ୟବଧାନରେ ହରାଇ ପଏଣ୍ଟ ଟେବୁଲ ଶୀର୍ଷକୁ ଯିବା ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ । ଶେଷ ମୁକାବିଲାରେ ଦିଲ୍ଲୀଠୁ ପରାସ୍ତ ହୋଇଥିଲା ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ମୁମ୍ବାଇ ଇଣ୍ଡିଆନ୍ସ । ସ୍ମୃତି ମାନ୍ଧାନାଙ୍କ ନେତୃତ୍ବାଧୀନ ଆରିସିବିର ପ୍ଲେ ଅଫ ଆଶା ଧୂଳିସାତ ହୋଇଛି ତଥାପି ମୁମ୍ବାଇକୁ ହରାଇ ପଏଣ୍ଟ ହାସଲ କରିବାକୁ ଲକ୍ଷ୍ୟ ରଖିଛି ବାଙ୍ଗାଲୋର । ଆରସିବି ତାର ଗତ ମୁକାବିଲାରେ ଗୁଜରାଟକୁ ପରାସ୍ତ କରିଥିଲା । ପ୍ରଥମ ସଂସ୍କରଣରେ ବାଙ୍ଗାଲୋର 2ଟି ମ୍ୟାଚରେ ବିଜୟୀ ହୋଇଛି । ମୁମ୍ବାଇ ବିପକ୍ଷ ଏହି ମୁକାବିଲା ଆଜି ଦଳର ଶେଷ ମ୍ୟାଚ ହେବ । ମୁମ୍ବାଇ ଆରସିବିକୁ ହରାଇ ସିଧାସଳଖ ଫାଇନାଲ ଟିକେଟ ହାତେଇବା ଲକ୍ଷ୍ୟରେ ରହିଛି ।

ଏହା ବି ପଢନ୍ତୁ...WPL 2023: ଗୁଜରାଟକୁ ହରାଇ ପ୍ଲେଅଫରେ ୟୁପି ୱାରିୟର୍ଜ

ସେହିପରି 20ତମ ମ୍ୟାଚରେ ଦିଲ୍ଲୀ ଓ ୟୁପି ୱାରୟର୍ଜ ମଧ୍ୟରେ ଲଢେଇ ହେବ । ଦିଲ୍ଲୀ ତାର ଶେଷ ମୁକାବିଲାରେ ମୁମ୍ବାଇକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ ପହଞ୍ଚିଥିଲା । ୟୁପି ୱାରିୟର୍ଜ ତାର ଶେଷ ମୁକାବିଲାରେ ଗୁଜରାଟକୁ ହରାଇ ଟେବୁଲ ତୃତୀୟରେ ରହିବା ସହ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି । ୟୁପିକୁ ହରାଇ ପଏଣ୍ଟ ଟେବୁଲ ଶୀର୍ଷରେ ସ୍ଥାନ ବଜାୟ ରଖିବାକୁ ଦିଲ୍ଲୀ ରଣନୀତି ନେଇ ଗ୍ରାଉଣ୍ଡକୁ ଓହ୍ଲାଇବ ୟୁପି ।

ଏହା ବି ପଢନ୍ତୁ...WPL 2023: ମୁମ୍ବାଇକୁ 9 ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ

RCB ସାମ୍ଭାବ୍ୟ ସ୍କ୍ବାଡ: ସ୍ମୃତି ମାନ୍ଧନା, କନିକା ଆହୁଜା, ସୋପି ଡିଭାଇନ, ଏରିନ ବନ୍ସ, ଶୋଭନା ଆଶା, ଦିଶା କାସତ, ରିଚା ଘୋଷ, ହିଥର ନାଇଟ, ପୁନମ ଖେମନାର, ସହାନା ପବାର, ଶ୍ରୟଙ୍କା ପାଟିଲ, ପ୍ରୀତି ବୋଷ/ ରେଣୁକା ସିଂହ ।

ମୁମ୍ବାଇ ସାମ୍ଭାବ୍ୟ ସ୍କ୍ବାଡ: ହର୍ମନପ୍ରୀତ କୌର, ୟାସ୍ତିକା ଭାଟିଆ, ପ୍ରିୟଙ୍କା ବାଲା, ହିଥର ଗ୍ରାହମ, ସାୟକା ଇସାକ, ନୀଲମ ବ୍ରିଷ୍ଠ, ଧାରା ଗୁଜର, ଅମନଜୌତ କୌର, ହୁମାୟରା କାଜି, ନେଟ ସିବର ବ୍ରଣ୍ଟ, ଅମୋଲିୟା କେର ।

ଦିଲ୍ଲୀ ସାମ୍ଭାବ୍ୟ ସ୍କ୍ବାଡ: ମେଗ୍‌ ଲାନିଂ, ଶେଫାଳି ବର୍ମା, ଜେମିମା ରୋଡ୍ରଗ୍ସି, ମରିଜେନ କେପ, ଲାରା ହାରିସ, ଜେସ ଜୋନାସେନ, ମିନ୍ନୁ ମଣି, ତାନ୍ୟା ଭାଟିଆ, ଶିକ୍ଷା ପାଣ୍ଡେ, ରାଧା ଯାଦବ, ତାରା ନରିସ ।

ୟୁପି ସାମ୍ଭାବ୍ୟ ସ୍କ୍ବାଡ: କିରଣ ନବଗିରି, ଶ୍ବେତା ସେରାୱତ, ଦିପ୍ତୀ ଶର୍ମା, ଦେବିକା ବୈଦ୍ୟ, ଗ୍ରେସ ହାରିସ, ଆଲିସା ହିଲି, ତାହଲିଆ ମ୍ୟାଗ୍ରାଥ, ସିମରନ ଶିକ୍ଷା, ସୋଫି ଇକ୍ଲେଷ୍ଟୋନ, ଅଞ୍ଜଳି ଶ୍ରାବଣୀ, ରାଜେଶ୍ବରୀ ଗାଏକ୍ବାର୍ଡ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.