ETV Bharat / sports

WPL 2023: ଗୁଜରାଟକୁ ହରାଇ ପ୍ଲେଅଫରେ ୟୁପି ୱାରିୟର୍ଜ

author img

By

Published : Mar 21, 2023, 8:53 AM IST

wpl 2023
up warriorz earn final playoff spot

ମହିଳା ଆଇପିଏଲରେ ଜବରଦସ୍ତ କମବ୍ୟାକ କରିଛି ୟୁପି ୱାରିୟର୍ଜ । ଗୁଜରାଟକୁ ହରାଇ 8 ପଏଣ୍ଟ ସହ ପ୍ଲେ ଅଫରେ ସ୍ଥାନ ପକ୍କା କରିଛି ଉତ୍ତରପ୍ରଦେଶ ୱାରିୟର୍ଜ । ଅଧିକ ପଢନ୍ତୁ

ମୁମ୍ବାଇ: ମହିଳା ପ୍ରିମିୟର ଲିଗ ଏବେ ରୋଚକ ମୋଡରେ ରହିଛି । ଫାଇନାଲକୁ ଆଉ ଦିନ କେଇଟା ବାକି ଥିବାରୁ ଦଳ ମଧ୍ୟରେ ଲଢେଇ ଜୋରଦାର ହୋଇଛି । ଜବରଦସ୍ତ କମବ୍ୟାକ କରିଛି ୟୁପି ୱାରିୟର୍ଜ । ମହିଳା ଆଇପିଏଲ 17ତମ ଲିଗ ମ୍ୟାଚରେ ଗୁଜରାଟକୁ 3 ୱିକେଟରେ ହରାଇ ପ୍ଲେ ଅଫରେ ପ୍ରବେଶ କରିଛି ୟୁପି । ଫଳରେ ଗୁଜରାଟ ଓ ଆରସିବିର ପ୍ଲେ ଅଫ ଆଶା ଧୂଳିସାତ ହୋଇଛି । ୟୁପିର ଏହି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ଗ୍ରେସ ହ୍ୟାରିସ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।

ଟସ ଜିତି ଗୁଜରାଟ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ୟୁପି ୱାରିୟର୍ଜର ଶୃଙ୍ଖଳିତ ବୋଲିଂ ଆଗରେ ବିଫଳ ହୋଇଥିଲେ ଗୁଜରାଟ ବ୍ୟାଟର । ଦଳୀୟ ସ୍କୋର 50ରେ ଦଳ 3 ୱିକେଟ ହରାଇଥିଲା । ଲାଉରା ଉଲଭାର୍ଟ 17, ସୋପିଆ ଡଙ୍କଲି 23 ଓ ହର୍ଲିନ ଦେଓଲ 4 ରନ କରି ପାଭିଲିୟନ ଫେରିଥିଲେ । ମଧ୍ୟ ଭାଗରେ ଡି ହେମଲତା ଓ ଆସଲି ଗାର୍ଡନର ବିସ୍ପୋରକ ବ୍ୟାଟିଂ କରି ଚତୁର୍ଥ ୱିକେଟରେ ଦଳୀୟ ସ୍କୋରକୁ 100ରନରେ ପହଞ୍ଚାଇଥିଲେ । ଗାର୍ଡନର 39 ବଲରୁ 60 ରନ କରିଥିଲେ । ହେମଲତା 33 ବଲରେ 57 ରନ୍‌ର ଇନିଂସ ଖେଳିଥିଲେ । ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ ହରାଇ ଗୁଜରାଟ 178 ରନ୍‌ କରିଥିଲା । ୟୁପି ୱାରିୟର୍ଜ ପକ୍ଷରୁ ରାଜେଶ୍ବରୀ ଗାଏକ୍ବାର୍ଡ ଓ ପାର୍ଶବୀ ଚୋପ୍ରା 2ଟି ଲେଖାଏଁ ୱିକେଟ ନେଇଥିଲେ । ୟୁପିକୁ 179 ଟାର୍ଗେଟ ଦେଇଥିଲା ଗୁଜରାଟ ।

ଏହା ବି ପଢନ୍ତୁ...WPL 2023: ମୁମ୍ବାଇକୁ 9 ୱିକେଟରେ ହରାଇ ଶୀର୍ଷରେ ଦିଲ୍ଲୀ

179 ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିବା ୟୁପି ଦଳୀୟ ସ୍କୋର 39ରେ 3ଟି ୱିକେଟ ହରାଇଥିଲା । ଆଲିସା ଦିଲି 12, କିରଣ ନବଗିରି 4 ଓ ଦେବିକା ବୈଦ୍ୟ 7 ରନ କରି ଆଉଟ ହୋଇଥିଲେ । ମଧ୍ୟ ଭାଗରେ ଆସିଥିବା ଗ୍ରେସ ହ୍ୟାରିସ ଓ ତଲିୟା ମ୍ୟାକଗ୍ରା ଲଢୁଆ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । ଉଭୟ 78 ରନ ଯୋଗ କରିଥିଲେ । ଦଳୀୟ ସ୍କୋର 117ରେ ମ୍ୟାକଗ୍ରା 57 ରନ କରି ଆଉଟ ହୋଇଥିଲେ । ହ୍ୟାରିସ ବିସ୍ଫୋରକ ବ୍ୟାଟିଂ କରି ରନକୁ 172ରେ ପହଞ୍ଚାଇଥିଲେ । 41 ବଲରେ ବ୍ୟକ୍ତିଗତ 72 ରନ କରି ହ୍ୟାରିସ ଆଉଟ ହୋଇଥିଲେ । ଏହାପରେ ସୋଫି ଏକ୍ଲେଷ୍ଟୋନ (19) ଓ ଅଞ୍ଜଳି କ୍ରିଜରେ ଉପସ୍ଥିତ ରହି ଦଳକୁ ବିଜୟୀ କରାଇଥିଲେ । ଗୁଜରାଟ କିମ ଗାର୍ଥ 2ଟି ୱିକେଟ ନେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.