ETV Bharat / sports

Junior hockey WC: ଟିମ ଇଣ୍ଡିଆ ପାଇଁ କର ବା ମର, ବିଜୟ ଦେବ କ୍ବାର୍ଟର ଟିକେଟ

author img

By

Published : Nov 27, 2021, 7:31 PM IST

junior hockey worldcup 2021 do and- die match for india against poland to qualify for knockouts
Junior hockey WC: ଟିମ ଇଣ୍ଡିଆ ପାଇଁ କର ବା ମର, ବିଜୟ ଦେବ କ୍ବାର୍ଟର ଟିକେଟ

ଡିଫେଣ୍ଡିଂ ଚମ୍ପିଆନ ଭାରତୀୟ ଟିମ FIH ଜୁନିଅର ହକି ବିଶ୍ବକପର କ୍ବାର୍ଟର ଫାଇନାଲ ଖେଳିବାକୁ ଶନିବାର ପୋଲାଣ୍ଡ ବିପକ୍ଷରେ ପୁଲ୍‌ ବି'ର ଶେଷ ମ୍ୟାଚ୍‌ରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ଆରମ୍ଭରୁ ଅଭିଯାନ ବିଗିଡିବା ପରେ କାନାଡା ପରି କମଜୋର ଟିମ ବିପକ୍ଷରେ ଧମାକାଦାର ବିଜୟ ସହ ବିଳମ୍ବରେ ହେଲେ ମଧ୍ୟ ଟ୍ରାକ୍‌କୁ ଫେରିଛି ଟିମ ଇଣ୍ଡିଆ । ଡିଫେଣ୍ଡିଂ ଚମ୍ପିଆନ ଭାରତୀୟ ଟିମ FIH ଜୁନିଅର ହକି ବିଶ୍ବକପର କ୍ବାର୍ଟର ଫାଇନାଲ ଖେଳିବାକୁ ଶନିବାର ପୋଲାଣ୍ଡ(poland) ବିପକ୍ଷରେ ପୁଲ୍‌ ବି'ର ଶେଷ ମ୍ୟାଚ୍‌ରେ ନିଶ୍ଚିନ୍ତ ବିଜୟ ଆବଶ୍ୟକ କରୁଛି(do or die) ।

Junior hockey WC: ଟିମ ଇଣ୍ଡିଆ ପାଇଁ କର ବା ମର, ବିଜୟ ଦେବ କ୍ବାର୍ଟର ଟିକେଟ
Junior hockey WC: ଟିମ ଇଣ୍ଡିଆ ପାଇଁ କର ବା ମର, ବିଜୟ ଦେବ କ୍ବାର୍ଟର ଟିକେଟ

ଟୁର୍ନାମେଣ୍ଟ ଆରମ୍ଭ ପୂର୍ବରୁ(junior hockey world cup) ଟାଇଟେଲ ବିଜୟର ପ୍ରବଳ ଦାବିଦାର ଭାରତକୁ କୁହାଯାଉଥିଲା । ମାତ୍ର ପ୍ରଥମ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ୫-୪ରେ ଡିଫେଣ୍ଡିଂ ଚମ୍ପିଆନକୁ ପରାଜୟ ମିଳିବା ପରେ କ୍ବାର୍ଟରଫାଇନାଲ ପାଇଁ ଟିମ ସଂଘର୍ଷ କରୁଛି । ଭାରତ ପୁଲ୍‌ ବି'ରେ ଦ୍ବିତୀୟ ସ୍ଥାନରେ ରହିଛି ଅନ୍ୟପଟେ ଫ୍ରାନ୍ସ ଖେଳିଥିବା ପ୍ରଥମ ଦୁଇଟି ମ୍ୟାଚ୍‌ରୁ ଦୁଇଟି ବିଜୟ ସହ ଶୀର୍ଷରେ ରହିଛି ।

ପୋଲାଣ୍ଡ ତୃତୀୟ ସ୍ଥାନରେ ରହିଛି । କ୍ବାର୍ଟର ଫାଇନାଲରେ ଭାରତର ସାମ୍ନା ୟୁରୋପୀୟ ଶକ୍ତିଶାଳୀ ଓ ଶୀର୍ଷ ଟିମ ବେଲଜିୟମ ସହିତ ହୋଇପାରେ । ପୁଲ୍‌ ଏ'ରେ ଶୀର୍ଷରେ ରହିଛି ବେଲଜିୟମ । ଏପରି ସ୍ଥିତିରେ ଭାରତ ପାଇଁ ଟୁର୍ନାମେଣ୍ଟର ଆଗାମୀ ମ୍ୟାଚ ଗୁଡିକ ଆହ୍ବାନପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।

ଏହା ମଧ୍ୟ ପଢନ୍ତୁ: Junior Hockey WC: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ମାଲେସିଆ

ଫ୍ରାନ୍ସ ବିପକ୍ଷରେ ଭାରତୀୟ ଟିମକୁ ବିଲକୁଲ୍‌ ଲୟରେ ଦେଖିବାକୁ ମିଳିନଥିଲା । ଦ୍ବିତୀୟ ମ୍ୟାଚ୍‌ରେ କାନାଡା ବିପକ୍ଷରେ ନିଜର ପୁରୁଣା ଚିରାଚରିତ ଲୟରେ ପ୍ରଦର୍ଶନ କରିବାକୁ ସଫଳ ହୋଇଥିଲା ମେନ ଇନ ବ୍ଲୁ । ତେବେ ଟୁର୍ନାମେଣ୍ଟରେ ଏବେଠାରୁ ଭାରତକୁ ପ୍ରତ୍ୟେକ ମ୍ୟାଚ୍‌ ଜିତିବାକୁ ହେବ । ଖେଳିଥିବା ପୂର୍ବ ଦୁଇଟି ମୁକାବିଲାରେ ଗୋଲ୍‌ କରିବାକୁ ଅନେକ ସୁଯୋଗ ମିଳିଥିଲେ ମଧ୍ୟ ସଂପୂର୍ଣ୍ଣ ସଫଳ ହୋଇନଥିଲା ।

ଭାଇସ କ୍ୟାପଟେ ଡ୍ରାଗ ଫ୍ଲିକର ସଞ୍ଜୟ ଲଗାତାର ଦୁଇଟି ମ୍ୟାଚ୍‌ରେ ହା-ଟ୍ରିକ୍‌ ଲଗାଇଛନ୍ତି । ଉତ୍ତମ ସିଂହ ଫରୱାର୍ଡରେ ଦମଦାର ପ୍ରଦର୍ଶନ କରିଛନ୍ତି । ଅରାଇଜିତ ସିଂହ ହୁଣ୍ଡାଲ ମଧ୍ୟ କାନାଡା ବିପକ୍ଷରେ ହାଟ୍ରିକ ସ୍କୋର କରିଥିଲେ । ସଞ୍ଜୟ, ହୁଣ୍ଡାଲ, ସର୍ଦାନନ୍ଦ ତିୱାରୀଙ୍କ ରୂପରେ ଭାରତ ପାଖରେ ୩ଜଣ ଭିନ୍ନ ପ୍ରକାର ପେଲାନିଟି କର୍ଣ୍ଣର ଷ୍ଟାର ରହିଛନ୍ତି । କ୍ୟାପଟେନ ବିବେକ ସାଗର ପ୍ରସାଦଙ୍କ ନେତୃତ୍ବରେ ମିଡଫିଲ୍ଡ ମଧ୍ୟ ଗତ ମ୍ୟାଚ୍‌ରେ ଜୋସ୍‌ରେ ଦେଖାଯାଇଥିଲା । ତେବେ ଡିଫେ୍ନ୍ସ ପ୍ରଦର୍ଶନରେ ସାମାନ୍ୟ ସୁଧାର କରିବାକୁ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.