ETV Bharat / sports

Junior Hockey WC: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ମାଲେସିଆ

author img

By

Published : Nov 27, 2021, 5:56 PM IST

ଜୁନିଅର ପୁରୁଷ ବିଶ୍ବକପର ଚତୁର୍ଥ ଦିନରେ ଦକ୍ଷିଣ ଆଫ୍ରିକାକୁ ୪-୩ ରେ ମାତ୍‌ ଦେବା ସହ କ୍ବାର୍ଟର-ଫାଇନାଲ ନିକଟତର ହୋଇଛି ଟିମ ମାଲେସିଆ । ଅଧିକ ପଢନ୍ତୁ

Junior Hockey WC: Malaysia edge past South Africa to qualify for the Quarter Finals
Junior Hockey WC: ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ମାଲେସିଆ

ଭୁବନେଶ୍ବର: ଜୁନିଅର ପୁରୁଷ ବିଶ୍ବକପର ଚତୁର୍ଥ ଦିନରେ ତୃତୀୟ ମ୍ୟାଚକୁ ନିଜ ନାମରେ କରିଛି ମାଲେସିଆ । ଦକ୍ଷିଣ ଆଫ୍ରିକାକୁ ୪-୩ ରେ ମାତ୍‌ ଦେବା ସହ କ୍ବାର୍ଟର-ଫାଇନାଲ ନିକଟତର ହୋଇଛି ଟିମ ମାଲେସିଆ । ଉଭୟ ଦଳର ଗୋଲ୍‌ ସମାନ ଥିବା ବେଳେ ପେନାଲିଟି କର୍ଣ୍ଣରରେ ମାଲସିଆ ଗୋଲ୍‌ କରିବା ସହ ମ୍ୟାଚ୍‌କୁ ବାଜିମାତ କରିଥିଲା ।

ମାଲେସିଆ ତରଫରୁ ମ୍ୟାଚ୍‌ର ୨୯ ମିନିଟରେ ପ୍ରଥମ ଗୋଲ ଦେଇଥିଲେ ଖାଲିଦ ମୁହମ୍ମଦ । ପରେ ୪୧ତମ ମିନିଟରେ କାମରୁଦ୍ଦିନ କାମରୁଲଜ଼ାମାନ, ୪୯ତମ ମିନିଟରେ ଶାମସୁଲ ଶାମୀର ଓ ୫୬ତମ ମିନିଟରେ ମୋହରମ ମୁହିବଦ୍ଦିନ ଗୋଲ୍‌ ସ୍କୋର କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Junior Hockey WC: ଆର୍ଜେଣ୍ଟିନାକୁ ମାତ ଦେଇ କ୍ବାର୍ଟରରେ ଜର୍ମାନୀ

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ମ୍ୟାଚ୍‌ର ୩୪ତମ ମିନିଟରେ ପ୍ରଥମ ଗୋଲ କରିଥିଲେ ଅଧିନାୟକ ମୋର୍ଗନ ଗୁୟ । ପରେ ୪୮ତମ ଓ ୫୪ତମ ମିନିଟରେ କ୍ୟାମ୍ପବେଲ୍ଲ ଜାରେଡ ୨ଟି ଗୋଲ୍‌ କରିଥିଲେ । ଚିଲି ଓ ବେଲଜିୟମ ମଧ୍ୟରେ ଦିନର ଚତୁର୍ଥ ମ୍ୟାଚ୍‌ ରହିଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.