ETV Bharat / sports

ମହିଳା ହକି ଖେଳାଳିଙ୍କୁ ଅଢେଇ ଲକ୍ଷ ଲେଖାଏଁ ଦେବେ ହୀରା ବ୍ୟବସାୟୀ

author img

By

Published : Aug 8, 2021, 7:17 PM IST

Tokyo Olympics: ପ୍ରତି ମହିଳା ହକି ଖେଳାଳିଙ୍କୁ ଅଢେଇ ଲକ୍ଷ ଅର୍ଥରାଶି ଘୋଷଣା
Tokyo Olympics: ପ୍ରତି ମହିଳା ହକି ଖେଳାଳିଙ୍କୁ ଅଢେଇ ଲକ୍ଷ ଅର୍ଥରାଶି ଘୋଷଣା

ଭାରତୀୟ ମହିଳା ହକି ଦଳର ପ୍ରତି ଖେଳାଳିଙ୍କୁ ମିଳିବ ୨.୫ ଲକ୍ଷ ଟଙ୍କା । ଗୁଜୁରାଟର ହୀରା ବ୍ୟବସାୟୀ ତଥା ହରିକ୍ରିଷ୍ଣା ଡାଏମଣ୍ଡ ଗ୍ରୁପର ଏମଡି ସାବଜି ଢୋଲକିଆ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ଗାନ୍ଧୀନଗର: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ପଦକ ଜିତିପାରିନଥିଲେ ମଧ୍ୟ ଲଢୁଆ ପ୍ରଦର୍ଶନ କରିଥିଲେ । ଏମାନଙ୍କୁ ସମ୍ମାନ ଜଣାଇବା ପାଇଁ ହରିକ୍ରିଷ୍ଣା ଡାଏମଣ୍ଡ ଗ୍ରୁପର MD ତଥା ହୀରା ବ୍ୟବସାୟୀ ସାବଜି ଢୋଲକିଆ ମହିଳା ହକି ଦଳର ପ୍ରତିଟି ଖେଳାଳିଙ୍କୁ ୨.୫ ଲକ୍ଷ ଟଙ୍କା ଅର୍ଥରାଶି ପୁରସ୍କାର ଘୋଷଣା କରିଛନ୍ତି ।

ଏହା ବି ପଢନ୍ତୁ: ହକି ପାଇଁ ହୀରା ବ୍ୟବସାୟୀଙ୍କ ହୃଦୟ ଖୋଲା; ପଦକ ଜିତିଲେ ମହିଳା ହକି ଖେଳାଳିଙ୍କୁ ଦେବେ ୧୧ ଲକ୍ଷ

ମହିଳା ହକି ଦଳ ସେମି ଫାଇନାଲରେ ହାରିବା ପରେ ବ୍ରୋଞ୍ଜ ପଦକରୁ ବଞ୍ଚିତ ହୋଇଥିଲା । କିନ୍ତୁ ଗ୍ରେଟ ବ୍ରିଟେନ ବିପକ୍ଷରେ ଲଢୁଆ ପ୍ରଦର୍ଶନ କରିଥିଲା । ଏହି ମହିଳା ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ ଢୋଲକିଆ ତାଙ୍କୁ ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି । ସେପଟେ ହରିୟାଣା ସରକାର ମଧ୍ୟ ପ୍ରତି ଖେଳାଳିଙ୍କୁ ୫୦ ଲକ୍ଷ ଟଙ୍କା ଦେବା ପାଇଁ ଘୋଷଣା କରିଛନ୍ତି । ଅଗଷ୍ଟ ୬ ତାରିଖରେ ଏହି ଲଢୁଆ ପ୍ରଦର୍ଶନ କରିଥିଲା ଦଳ । ପଦକ ହାରିବା ପରେ ମହିଳା ଖେଳାଳିମାନେ ଭାଙ୍ଗି ପଡିଥିବା ମଧ୍ୟ ନଜର ଆସିଥିଲା । କିନ୍ତୁ ସେମାନଙ୍କ ଲଢୁଆ ପ୍ରଦର୍ଶନ ପାଇଁ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଶ୍ବର ବଡ ନେତା ଓ ଦେଶବାସୀ ସେମାନଙ୍କୁ ପ୍ରଶଂସା କରିଥିଲେ ।

Tokyo Olympics: ପ୍ରତି ମହିଳା ହକି ଖେଳାଳିଙ୍କୁ ଅଢେଇ ଲକ୍ଷ ଅର୍ଥରାଶି ଘୋଷଣା
Tokyo Olympics: ପ୍ରତି ମହିଳା ହକି ଖେଳାଳିଙ୍କୁ ଅଢେଇ ଲକ୍ଷ ଅର୍ଥରାଶି ଘୋଷଣା

ଅଲମ୍ପିକ୍ସ ସେମି ଫାଇନାଲରେ ଟିମର ପ୍ରଦର୍ଶନ ଆଗାମୀ ପିଢିଙ୍କ ପାଇଁ ପ୍ରେରଣାଦାୟୀ ହେବ ବୋଲି ସ୍କିପର ରାଣୀଙ୍କ ପିତା ରାମପଲ କହିଥିଲେ । ଗୋଲକିପର ସବିତା ପୁନିଆଙ୍କ ପିତା ମଧ୍ୟ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ସେମାନେ ପଦକ ଜିତିନପାରିଥିଲେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ବୋଲି ସେ କହିଥିଲ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.