ETV Bharat / bharat

ହକି ପାଇଁ ହୀରା ବ୍ୟବସାୟୀଙ୍କ ହୃଦୟ ଖୋଲା; ପଦକ ଜିତିଲେ ମହିଳା ହକି ଖେଳାଳିଙ୍କୁ ଦେବେ ୧୧ ଲକ୍ଷ

author img

By

Published : Aug 4, 2021, 1:11 PM IST

ମହିଳା ହକି ଟିମ ଯଦି ମେଡାଲ ଜିତେ ତେବେ ପ୍ରତି ଖେଳାଳିଙ୍କୁ ଘର ପାଇଁ ୧୧ ଲକ୍ଷର ସହାୟତା କିମ୍ବା ଏକ କାର ଦେବେ ବୋଲି ଘୋଷଣା କରିଛନ୍ତି ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ । ଅଧିକ ପଢନ୍ତୁ...

ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ
ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ

ସୁରତ: ଟୋକିଓ ଅଲିମ୍ପିକ୍ସ ମହିଳା ହକିରେ ଆଜି ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ସେମିଫାଇନାଲ ଟକ୍କର ହେବ । ଏହି ମ୍ୟାଚ ଉପରେ କୋଟି କୋଟି ଭାରତୀୟଙ୍କ ନଜର ରହିଛି । ଏହାରି ଭିତରେ ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ମହିଳା ହକି ଟିମ ଯଦି ମେଡାଲ ଜିତେ ତେବେ ପ୍ରତି ଖେଳାଳୀଙ୍କୁ ୧୧ ଲକ୍ଷର ଘର କିମ୍ବା ଏକ କାର ଦେବେ ବୋଲି କହିଛନ୍ତି ସାଭଜୀ ଢୋଲକିଆ ।

  • With incredible pride in my heart, I take this opportunity to announce that HK Group has decided to honour our Women hockey team players. For each player who wishes to build her dream home, we will provide assistance of Rs 11 lakh.

    — Savji Dholakia (@SavjiDholakia) August 3, 2021 " class="align-text-top noRightClick twitterSection" data=" ">

ଟୋକିଓ ଅଲିମ୍ପିକରେ ମହିଳା ହକି ଟିମ ଭଲ ପ୍ରଦର୍ଶନ କରି ଇତିହାସ ସୃଷ୍ଟି କରିଛି । ଅଲିମ୍ପିକରେ ମହିଳା ହକିରେ ପ୍ରଦର୍ଶନକୁ ନେଇ ପ୍ରଭାବିତ ହୋଇଛନ୍ତି ହୀରା ବ୍ୟବସାୟୀ ସାଭଜୀ ଢୋଲକିଆ । ଫଳସୂରୁପ ସେ ମହିଳା ହକି ଟିମ ପାଇଁ ଏହି ଘୋଷଣା କରିଛନ୍ତି ଯାହାର ସୂଚନା ସେ ସୋସିଆଲ ମିଡିଆରେ ଦେଇଛନ୍ତି । ଟିମର ଯେଉଁ ଖେଳାଳିଙ୍କ ପାଖରେ ଘର ଥିବ ତାଙ୍କୁ ୫ ଲକ୍ଷର ଗାଡି ଦେବେ ଏବଂ ଯାହା ପାଖରେ ଘର ନଥିବା ତାଙ୍କୁ ଘର ପାଇଁ ୧୧ ଲକ୍ଷ ଟଙ୍କା ସହାୟତା ଦେବେ ବୋଲି କହିଛନ୍ତି ସାଭଜୀ ଢୋଲକିଆ ।

  • The group has also decided to award others (who have a house) with a brand-new car worth Rs 5 lakhs if the team brings home a medal. Our girls are scripting history with every move at Tokyo 2020. We’re into the semi-finals of the Olympics for the 1st time beating Australia.

    — Savji Dholakia (@SavjiDholakia) August 3, 2021 " class="align-text-top noRightClick twitterSection" data=" ">

ସୁରତର ଏହି ଉଦ୍ୟୋଗପତିଙ୍କୁ ସେଠାରେ ସମସ୍ତେ ତାଙ୍କୁ ଦିଲଦାର ବ୍ୟକ୍ତି ଭାବରେ ଜାଣନ୍ତି । ସେ ତାଙ୍କ ସମସ୍ତ କର୍ମଚାରୀଙ୍କୁ ଦୀପାବଳିରେ ବୋନସ ଆକାରରେ ଘର ଗାଡି ସହିତ ଗହଣା ଉପହାର ଦିଅନ୍ତି । ଖୁବ କମ ଲୋକ ଜାଣନ୍ତି ହୀରା ଚିହ୍ନୁଥିବା ଏହି ବ୍ୟକ୍ତିଙ୍କର ଖେଳ ପ୍ରତି ମଧ୍ୟ ରୁଚି ରହିଛି । ଏଥିପାଇଁ ସେ ତାଙ୍କ ସୋସିଆଲ ମିଡିଆରେ ଏହି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ।

ପ୍ରକାଶ ଥାଉକି, ପ୍ରଥମ ଥର ପାଇଁ ବିଶ୍ବ ଚମ୍ପିୟାନ ଅଷ୍ଟ୍ରେଲିଆକୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛି । ଯାହା ଦେଶ ପାଇଁ ଏକ ଐତିହାସିକ ମୂହୁର୍ତ୍ତ । ଏହାକୁ ପ୍ରଶଂସା କରି ବ୍ୟବସାୟୀ ସାଭଜୀ ଢୋଲକିଆ ମହିଳା ହକି ଦଳର ଖେଳାଳିଙ୍କ ପାଇଁ ଏହି ବିଶେଷ ଘୋଷଣା କରିଛନ୍ତି । ସେ କହିଛନ୍ତି ଦେଶର ମହିଳା ଦଳ ସହିତ 130 କୋଟି ଭାରତୀୟ ଅଛନ୍ତି। ମହିଳା ହକି ଖେଳାଳିଙ୍କ ପାଇଁ ଏହା ଆମ ପକ୍ଷରୁ ଏକ ଛୋଟ ପ୍ରୟାସ । ଯାହାଫଳରେ ଆମେ ଖେଳାଳିଙ୍କ ଆତ୍ମବିଶ୍ବାସ ବଢାଇବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.