ETV Bharat / sports

Asian Champions Trophy: ରବିବାର ଅଭିଯାନ ଆରମ୍ଭ କରିବ ମହିଳା ହକି ଟିମ

author img

By

Published : Dec 4, 2021, 8:58 PM IST

Asian Champions Trophy: Indian women's hockey team to begin campaign vs Thailand
Asian Champions Trophy: ରବିବାର ଅଭିଯାନ ଆରମ୍ଭ କରିବ ମହିଳା ହକି ଟିମ

ରବିବାର ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ହକି(women's hockey team) ଟିମ । ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡକୁ ଭେଟିବ ଭାରତ । ଅଧିକ ପଢନ୍ତୁ

ହାଇଦ୍ରାବାଦ: ରବିବାର ଏସିଆନ ଚମ୍ପିଆନ୍ସ ଟ୍ରଫି(Asian Champions Trophy)ରେ ଅଭିଯାନ ଆରମ୍ଭ କରିବ ଭାରତୀୟ ମହିଳା ହକି ଟିମ । ପ୍ରଥମ ମ୍ୟାଚ୍‌ରେ ଥାଇଲାଣ୍ଡକୁ ଭେଟିବ ଭାରତ । ବିଜୟରୁ ଆରମ୍ଭ ଲକ୍ଷ୍ୟ ଥିବା କହିଛନ୍ତି କ୍ୟାପଟେନ ତଥା ଗୋଲକିପର ସବିତା ପୁନିଆ । ଟୋକିଓ ଅଲମ୍ପିକ୍‌ ପରେ ପ୍ରଥମ ମ୍ୟାଚ୍‌ ଖେଳିବ ଭାରତୀୟ ମହିଳା ଟିମ ।

Asian Champions Trophy: Indian women's hockey team to begin campaign vs Thailand
ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଭାରତୀୟ ହକି ଟିମର କ୍ୟାପଟେନ ସବିତା

ଡିସେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଟୁର୍ନାମେଣ୍ଟ ଖେଳାଯିବା ନେଇ ସୂଚୀ ରହିଛି । ସିଙ୍ଗଲ୍‌ ପୁଲ୍‌ ପ୍ରତିଯୋଗିତାରେ ଚାଇନା, ଦକ୍ଷିଣ କୋରିଆ, ଜାପାନ, ଥାଇଲାଣ୍ଡ ଓ ମାଲେସିଆ ବିପକ୍ଷରେ ଖେଳିବ ଟିମ ଇଣ୍ଡିଆ । ପୁଲ୍‌ର ଦୁଇ ଶୀର୍ଷ ଟିମ ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ ।

ଏହାମଧ୍ୟ ପଢନ୍ତୁ: Junior World Cup hockey: ଫ୍ରାନ୍ସ ବିପକ୍ଷରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ଖେଳିବ ଭାରତ

ରାନୀ ରାମପାଲଙ୍କୁ ଏହି ଟୁର୍ନାମେଣ୍ଟରୁ ବିଶ୍ରାମ ଦିଆଯାଇଛି । ଫଳରେ ରାନୀଙ୍କ ଅନୁପସ୍ଥିତିରେ କ୍ୟାପଟେନ ଭାର ସମ୍ଭାଳିବେ ସବିତା ।

ଡିସେମ୍ବର ୬ରେ ଭାରତୀୟ ଟିମ ମାଲେସିଆକୁ ଭେଟିବ । ପୂର୍ବ ସଂସ୍କରଣରେ ୩-୨ ଗୋଲ୍‌ରେ ମାଲେସିଆକୁ ମାତ୍‌ ଦେଇଥିଲା ଭାରତ । ସେହିପରି ଆୟୋଜକ ତଥା ଡିଫେଣ୍ଡିଂ ଚମ୍ପିଆନ କୋରିଆ ସହ ଡିସେମ୍ବର ୮ରେ ଭାରତର ମୁକାବିଲା ରହିଛି। ପୂର୍ବ ସଂସ୍କରଣରେ ଭାରତ ୦-୧ ଗୋଲ୍‌ରେ କୋରିଆ ଠାରୁ ଫାଇନାଲରେ ପରାସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.