ETV Bharat / sports

Junior World Cup hockey: ଫ୍ରାନ୍ସ ବିପକ୍ଷରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ଖେଳିବ ଭାରତ

author img

By

Published : Dec 4, 2021, 5:29 PM IST

FIH ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ର ସେମିଫାଇନାଲରେ ପରାଜୟ ପରେ ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ (France) ବିପକ୍ଷରେ ଲଢିବ ଭାରତ । ଅଧିକ ପଢନ୍ତୁ

Junior World Cup hockey: India to meet France in bronze-medal contest
Junior World Cup hockey: ଫ୍ରାନ୍ସ ବିପକ୍ଷରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ଖେଳିବ ଭାରତ

ଭୁବନେଶ୍ବର: ଚଳିତ FIH ପୁରୁଷ ଜୁନିଅର ହକି ବିଶ୍ବକପ (Junior World Cup hockey) ୨୦୨୧ର ସେମିଫାଇନାଲରେ ପରାଜୟ ସହ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛି ଭାରତ । ତେବେ ରବିବାର ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ବିପକ୍ଷରେ ଭାରତର ମୁକାବିଲା ରହିଛି (India to meet France in bronze medal contest) । ନଭେମ୍ବର ୨୪ରେ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ ହୋଇଥିଲା ଓ ପ୍ରଥମ ମ୍ୟାଚ୍‌ ଫ୍ରାନ୍ସ ବିପକ୍ଷରେ ଖେଳିଥିବା ଟିମ ଇଣ୍ଡିଆ । ଉଭୟ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ତେବେ ୫-୪ ଗୋଲ୍‌ରେ ଫ୍ରାନ୍ସ ବାଜିମାରି ନେଇଥିଲା ।

ଭାରତୀୟ ଟିମ ଲିଗ୍‌ ପର୍ଯ୍ୟାୟ ମ୍ୟାଚ୍‌ର ଫଳାଫଳ ବଦଳାଇବା ସହ ବ୍ରୋଞ୍ଜ (bronze-medal) ବିଜୟୀ ହେବାନେଇ ଆଶାବାଦୀ ଅଛନ୍ତି କୋଚ୍‌ ଗ୍ରାହାମ ରେଡ୍‌ ।

ମୁଖ୍ୟ କୋଚ୍‌ ରେଡ୍‌ କହିଛନ୍ତି, "ଏଯାବତ ଟୁର୍ନାମେଣ୍ଟରେ ରହିଥିବା ପ୍ରଦର୍ଶନରୁ ଅନେକ ସକରାତ୍ମକ ଶିକ୍ଷା ନେଇଛୁ । ରବିବାର ମ୍ୟାଚ୍‌ ପାଇଁ ଟିମ ପ୍ରସ୍ତୁତ । ଫ୍ରାନ୍ସ ବିପକ୍ଷରେ ବିଜୟ ନେଇ ଦୃଢ ଆଶାବାଦୀ ।"

ଏହାମଧ୍ୟ ପଢନ୍ତୁ: Hockey Junior World Cup: ସେମିଫାଇନାଲରେ ଭାରତ ପରାସ୍ତ

ଗ୍ରୁପ୍‌ ପର୍ଯ୍ୟାୟରେ ଫ୍ରାନ୍ସ ବିପକ୍ଷରେ ପରାଜୟ ପରେ ଭାରତ ଲଗାତାର ତିନୋଟି ମ୍ୟାଚ୍‌ ଜିତିବା ସହ ସେମିଫାଇନାଲରେ ପ୍ରବେଶ କରିଥିଲା । କାନାଡୁ ୧୩-୧, ପୋଲାଣ୍ଡ ବିପକ୍ଷରେ ୮-୨ ଓ ବେଲଜିୟମକୁ ୧-୦ରେ ହରାଇଥିଲା । ମାତ୍ର ସେମିଫାଇନାଲରେ ଜର୍ମାନୀ ଠାରୁ ୨-୪ ଗୋଲ୍‌ରେ ପରାସ୍ତ ହେବା ସହ ଆର୍ଜେଣ୍ଟିନା ସହ ଫାଇନାଲ ଖେଳିବାକୁ ବଞ୍ଚିତ ହୋଇଛି ।

ଅନ୍ୟପଟେ ଫ୍ରାନ୍ସ ପାଇଁ ମଧ୍ୟ ଏହି ଟୁର୍ନାମେଣ୍ଟ ଦମଦାର ରହିଥିଲା । ଗ୍ରୁପ୍‌ ବି ମ୍ୟାଚ୍‌ରେ ଭାରତକୁ ୫-୪, ପୋଲାଣ୍ଡ ବିପକ୍ଷରେ ୭-୧ ଓ କାନାଡାକୁ ୧୧-୧ ଗୋଲ୍‌ ସ୍କୋର ସହ ବଡ ବ୍ୟବଧାନରେ ହରଆଇ ସେମିକୁ ଉନ୍ନୀତ ହୋଇଥିଲା । ତେବେ ସେମିଫାଇନାଲରେ ଆର୍ଜେଣ୍ଟିନା ଠାରୁ ସୁଟ୍‌ଆଉଟ୍‌ରେ ୧-୩(୦-୦) ଗୋଲ୍‌ରେ ପରାସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.