ETV Bharat / sports

WTC Final: ଆଘାତ ଆଙ୍ଗୁଠିର ସ୍କାନ ନକରି ବ୍ୟାଟିଂ ପାଇଁ ଓହ୍ଲାଇଲେ ରାହାଣେ

author img

By

Published : Jun 11, 2023, 12:59 PM IST

Ajinkya Rahane refused to get finger scanned
WTC Final

ଦଳ ପ୍ରତି ଆଜିଙ୍କ୍ୟ ରାହାଣେଙ୍କ ପ୍ରତିଶ୍ରୁତିବଦ୍ଧତା । ଦଳ ପାଇଁ ଆଘାତ ଆଙ୍ଗୁଠିର ସ୍କାନ ନ କରି ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ରାହାଣେ । ଅଧିକ ପଢନ୍ତୁ

ଲଣ୍ଡନ: ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଜାରି ରହିଛି । ଏହାରି ଭିତରେ ଦଳ ପ୍ରତି ଆଜିଙ୍କ୍ୟ ରାହାଣେଙ୍କ ପ୍ରତିଶ୍ରୁତିବଦ୍ଧତା ଓ ଉତ୍ସର୍ଗୀକୃତ ଭାବ ଦେଖିବାକୁ ମିଳିଛି । ଆଘାତ ହୋଇଥିବା ଆଙ୍ଗୁଠିର ସ୍କାନ ନକରି ବ୍ୟାଟିଂ ପାଇଁ ଓହ୍ଲାଇଥିଲେ ଆଜିଙ୍କ୍ୟ ରାହାଣେ । ଆଜିଙ୍କ୍ୟ ରାହାଣେଙ୍କ ପତ୍ନୀ ରାଧିକା ରାହାଣେ ଏହି ଖୁଲାସା କରିଛନ୍ତି । ଦଳ ପ୍ରତି ଆଜିଙ୍କ୍ୟ ରାହାଣେଙ୍କ ଏହି ପ୍ରତିଶ୍ରୁତିବଦ୍ଧତା ଓ ଉତ୍ସର୍ଗୀକୃତ ଭାବ ଯୁବ ପିଢିଙ୍କ ପାଇଁ ପ୍ରେରଣା ପାଲଟିଛି ।

ବିଶ୍ବ ଟେଷ୍ଟ ଚମ୍ପିଆନସପି ପ୍ରଥମ ଇନିଂସରେ ଭାରତ 71 ରନରେ 4ଟି ୱିକେଟ ହରାଇ ସଙ୍କଟରେ ପଡିଯାଇଥିଲା । ଏହି ସମୟରେ ରାହାଣେ ଦୃଢ ବ୍ୟାଟିଂ କରି ସ୍ଥିତି ସମ୍ଭାଳିଥିଲେ । ଅଷ୍ଟ୍ରେଲିଆ ବୋଲରଙ୍କ ଅନେକ ବଲ ତାଙ୍କ ଆଙ୍ଗୁଠିରେ ବାଜିଥିଲା । ଭାରତୀୟ ଦଳର ଡାକ୍ତର ବାରମ୍ବାର ଗ୍ରାଉଣ୍ଡକୁ ଆସି ରାହାଣେଙ୍କ ଆଘାତ ଆଙ୍ଗୁଠି ସ୍ଥାନରେ ପରୀକ୍ଷା କରିଥିଲେ । ବ୍ୟାଣ୍ଡେଜ ମଧ୍ୟ କରିଥିଲେ ମାତ୍ର କ୍ରିଜ ଛାଡି ଯାଇନଥିଲେ ରାହାଣେ । ଦ୍ବିତୀୟ ଦିବସ ଷ୍ଟମ୍ପ ଅପସାରଣ ବେଳକୁ ରାହାଣେଙ୍କ ଆଙ୍ଗୁଠି ଫୁଲି ଯାଇଥିଲା । ତୃତୀୟ ଦିବସ ପୂର୍ବରୁ ଆଘାତ ଆଙ୍ଗୁଠିର ସ୍କାନ କରିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ମାତ୍ର ରାହାଣେ ସ୍କାନ ପାଇଁ ରାଜି ହୋଇନଥିଲେ । ଦଳ ପାଇଁ କ୍ରିଜରେ ତାଙ୍କ ଉପସ୍ଥିତି ନିହାତି ଦରକାର ମନେ କରି ରାହାଣେ ଆଘାତ ଆଙ୍ଗୁଠିର ସ୍କାନ କରିବାକୁ ମନା କରିଥିଲେ ।

ଆଙ୍ଗୁଠିରେ ଯନ୍ତ୍ରଣା ସତ୍ତ୍ବେ ସେ ବ୍ୟାଟିଂ ପାଇଁ ଓହ୍ଲାଇଥିଲେ । 89 ରନର ଇନିଂସ ଖେଳିଥିଲେ । ତାଙ୍କୁ ସାଥ ଦେଇଥିଲେ ସାର୍ଦୁଳ ଠାକୁର । ରାହାଣେ ସାର୍ଦୁଳଙ୍କ ଯୋଡିଦାର ପ୍ରଦର୍ଶନ ପାଇଁ ଭାରତ ଫଲୋଇନ ଏଡାଇବାରେ ସଫଳ ହୋଇଥିଲା । ରାହାଣେଙ୍କ ହାର ନମାନିବାର ଜିଦ ଆଗରେ କଙ୍ଗାରୁ ଦଳ ନଇଁଥିଲା । କହିବାକୁ ଗଲେ ରାହାଣେ ଓ ସାର୍ଦ୍ଦୁଳ ଭାରତକୁ ବଞ୍ଚାଇ ଦେଇଥିଲେ । 18 ମାସ ପରେ ଟେଷ୍ଟ ମ୍ୟାଚକୁ ଫେରିଥିବା ରାହାଣେ 129 ବଲରେ 11 ଚୌକା ଓ ଗୋଟିଏ ଛକା ବଳରେ 89 ରନ କରିଥିଲେ ।

ଏହା ବି ପଢନ୍ତୁ...ପାଭୋ ନୁର୍ମି ଗେମ୍ସ ଖେଳିବେନି ନୀରଜ, ଜାଣନ୍ତୁ କାରଣ

ଏହା ବି ପଢନ୍ତୁ...FIH Pro League: ନେଦରଲାଣ୍ଡସଠୁ 3-2ରେ ହାରିଲା ଭାରତ

ଜୁନ 7 ତାରଖରୁ ଓଭାଲରେ ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ଆରମ୍ଭ ହୋଇଛି । ଆଜି ଏହାର ଅନ୍ତିମ ଦିନ । ଏବେ ମ୍ୟାଚ ନିର୍ଣ୍ଣାୟକ ମୋଡରେ ରହିଛି । ଅଷ୍ଟ୍ରେଲିଆ ଆଧିପତ୍ୟ ବିସ୍ତାର କରି ବିଜୟ ପଥ ପରିଷ୍କାର କରିଛି । ଭାରତ ପରାଜୟ ଏଡାଇବାକୁ ଲଢେଇ କରୁଛି । ଜିତିବାକୁ ଭାରତକୁ 444 ରନ ଆବଶ୍ୟକ । ଦ୍ବିତୀୟ ଇନିଂସରେ ଭାରତ 3 ୱିକେଟ ହରାଇ 164 ରନ କରିଛି । ଏବେ କୋହଲି ଓ ରାହାଣେ ହିଁ ଭରସା । ଅଷ୍ଟ୍ରେଲିଆ ବିଜୟଠୁ 7 ୱିକେଟ ଦୂରରେ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.