ETV Bharat / sports

33 ବର୍ଷରେ ଅପରାଜେୟ ଅଜିଙ୍କ୍ୟ

author img

By

Published : Jun 6, 2021, 4:16 PM IST

Virat Kohli, Wasim Jaffer lead wishes for birthday boy Ajinkya Rahane
33 ବର୍ଷରେ ଅପରାଜେୟ ଅଜିଙ୍କ୍ୟ

ଭାରତୀୟ ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ରବିବାର 33ବର୍ଷରେ ପାଦ ଥାପିଛନ୍ତି । ଅଧିକ ପଢନ୍ତୁ...

ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଭାଇସ-କ୍ୟାପଟେନ ଅଜିଙ୍କ୍ୟ ରାହାଣେ ରବିବାର 33ବର୍ଷରେ ପାଦ ଥାପିଛନ୍ତି । ଫଳରେ ରାହାଣେଙ୍କୁ ସାଥୀ ଖେଳାଳି ଓ ଫ୍ୟାନ୍ସଙ୍କ ଶୁଭେଚ୍ଛାର ସୁଅ ଛୁଟିଛି । କ୍ୟାପଟେନ ବିରାଟ କୋହଲି ଓ ପୂର୍ବତନ କ୍ରିକେଟର ୱାସିମ ଜାଫର ରାହାଣେଙ୍କୁ ଜନ୍ମଦିନରେ ଖାସ୍‌ ଶୁଭେଚ୍ଛାବାର୍ତ୍ତା ପଠାଇଛନ୍ତି ।

  • 1⃣8⃣3⃣ intl. games 👍
    7⃣9⃣2⃣0⃣ intl. runs 💪
    Most catches in a Test 👌

    Here's wishing @ajinkyarahane88 - #TeamIndia's Test vice-captain - a very happy birthday. 🎂 👏

    Sit back & enjoy one of his finest hundreds against South Africa 🎥 👇

    — BCCI (@BCCI) June 6, 2021 " class="align-text-top noRightClick twitterSection" data=" ">

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଓ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ରାହାଣେଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । 2019ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ରାହାଣେଙ୍କ 115 ରନର ଇଂନିସର ଭିଡିଓ ମଧ୍ୟ ସେୟାର କରିଛି ବିସିସିଆଇ । 183 ଅନ୍ତର୍ଜାତୀୟ ମ୍ୟାଚରୁ 7920 ରନ ସଂଗ୍ରହ କରିସାରିଛନ୍ତି ରାହାଣେ ଓ ତାଙ୍କ ନେତୃତ୍ବରେ ଭାରତ ନିକଟରେ ଅଷ୍ଟ୍ରେଲିଆରେ 2020-21ରେ ଚର୍ଚ୍ଚିତ ବର୍ଡର ଗାଭାସ୍କର ଟ୍ରଫି ବିଜୟୀ ହୋଇଥିଲା ବୋଲି ଆଇସିସି ଟ୍ବିଟ କରିଛି ।

ରାହାଣେ ଉଭୟ ଭାରତରେ ଓ ବିଦେଶରେ ଉତ୍ସାହଜନକ ଆଭରେଜରେ ରନ ସଂଗ୍ରହ କରିଛନ୍ତି । ଘରୋଇ ପରିବେଶରେ 36.47 ଆଭରେଜରେ 48 ଇଂନିସରୁ 4ଟି ଶତକ ଓ ବିଦେଶମାଟିରେ 44.44 ଆଭରେଜରେ ମୋଟ 75 ଇଂନିସରୁ 8ଟି ଶତକ ହାସଲ କରିଛନ୍ତି । ସର୍ବମୋଟ ଭାରତରେ 15ଟି ଶତକୀୟ(12ଟି ଟେଷ୍ଟ ଶତକ,3ଟି ଦିନିକିଆ) ଇଂନିସ ଖେଳିଛନ୍ତି ।

ରାହାଣେ ବର୍ତ୍ତମାନ ଟିମ ଇଣ୍ଡିଆ ସହ ଇଂଲଣ୍ଡ ଗସ୍ତରେ ରହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷରେ ଜୁନ 18ରୁ WTC ଫାଇନାଲ ଖେଳିବ ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.