ETV Bharat / sports

T20 World Cup: ମେଲବର୍ଣ୍ଣରେ ବର୍ଷା, ପଏଣ୍ଟ ବାଣ୍ଟିଲେ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ

author img

By

Published : Oct 26, 2022, 5:48 PM IST

T20 World Cup: ମେଲବର୍ଣ୍ଣରେ ବର୍ଷା, ଉଭୟ ଦଳ ପଏଣ୍ଟ ବାଣ୍ଟିଲେ
T20 World Cup: ମେଲବର୍ଣ୍ଣରେ ବର୍ଷା, ଉଭୟ ଦଳ ପଏଣ୍ଟ ବାଣ୍ଟିଲେ

ମେଲବର୍ଣ୍ଣରେ ବର୍ଷା ଜାରି ରହିଥିବା କାରଣରୁ ଟସ ପଡିପାରିନଥିଲା । ଯାହା ଫଳରେ ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ୍ ପରବର୍ତ୍ତୀ ସମୟରେ ବାତିଲ କରି ଦିଆଯାଇଛି । ଅଧିକ

ମେଲବର୍ଣ୍ଣ: ମେଲବର୍ଣ୍ଣରେ ବର୍ଷା ଜାରି ରହିଛି । ଫଳରେ ଆଫଗାନିସ୍ତାନ ବନାମ ନ୍ୟୁଜିଲାଣ୍ଡ ମ୍ୟାଚ ବାତିଲ ହୋଇଛି । ତେବେ ଉଭୟ ଦଳକୁ ୧ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡିଛି । ଭାରତୀୟ ସମୟ ୧.୩୦ PM ରୁ ମ୍ୟାଚ ଖେଳାଯିବାର ରହିଥିଲା । ହେଲେ ମେଲବର୍ଣ୍ଣରେ ବର୍ଷା ଜାରି ରହିଥିବା କାରଣରୁ ଟସ ପଡିପାରିନଥିଲା । ଯାହା ଫଳରେ ମ୍ୟାଚକୁ ପରବର୍ତ୍ତୀ ସମୟରେ ବାତିଲ କରି ଦିଆଯାଇଛି । ସେପଟେ ବର୍ଷା ଆୟରାଲାଣ୍ଡ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଯାହା ଫଳରେ ଆୟରଲାଣ୍ଡ ଇଂଲିସ ଟିମକୁ ହରାଇ ଦୁଇ ପଏଣ୍ଟ ହାତେଇବାରେ ସଫଳ ହୋଇଛି ।

ଆଜି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦୁଇଟି ମ୍ୟାଚ ଖେଳାଯିବା ପାଇଁ ଧାର୍ଯ୍ୟ ହୋଇଥିଲା । ହେଲେ ବର୍ଷା ପାଇଁ ମ୍ୟାଚର ଫଳାଫଳ ଓଲପାଲଟ ହୋଇଛି । ଅତ୍ୟାଧିକ ବର୍ଷା କାରଣରୁ ଆଜିର ଦ୍ବିତୀୟ ମ୍ୟାଚ ନ୍ୟୁଜିଲାଣ୍ଡ ବନାମ ଆଫଗାନିସ୍ତାନ ବାତିଲ ହୋଇଛି । ଏଥିରେ ନ୍ୟୁଜିଲାଣ୍ଡକୁ କ୍ଷତି ସହିବାକୁ ପଡିଛି । କାରଣ ମ୍ୟାଚ ବାତିଲ ପାଇଁ ଉଭୟଙ୍କୁ ଗୋଟିଏ ପଏଣ୍ଟ ମିଳିଛି । ଗତଥରର ଟି୨୦ ବିଶ୍ବକପ ରନର୍ସଅପ କିୱି ଦଳ ଡିଫେଣ୍ଡି ଚମ୍ପିଆନ ଅଷ୍ଟ୍ରେଲିଆକୁ ହରାଇ ଦମଦାର ଫର୍ମରେ ରହିଛି । ତେବେ ବିଜୟ ଧାରା ବଜାୟ ଲକ୍ଷ୍ୟ ନେଇ ମ୍ୟାଚ ପାଇଁ ପ୍ରସ୍ତୁତ ରହିଥିବା କେନ ୱିଲିୟମସନଙ୍କ ଟିମକୁ ମ୍ୟାଚ ବାତିଲ ପରେ ଶକ୍ତ ଝଟକା ଲାଗିଛି । ନ୍ୟୁଜିଲାଣ୍ଡ ପାଇଁ ଏହି ଗୋଟିଏ ପଏଣ୍ଟ ଭବିଷ୍ୟତରେ ଏହା ସହାୟକ ହେଉଛି ନା କ୍ଷତି ସହିବାକୁ ପଡୁଛି ତାହା ସମୟ କହିବ । ସେପଟେ ଆଫଗାନିସ୍ତାନ ଗୋଟିଏ ପଏଣ୍ଟ ପାଇଁ ଖୁସି ରହିଛି । ଏହି ଗୋଟିଏ ପଏଣ୍ଟ ଭବିଷ୍ୟତରେ ଆଫଗାନିସ୍ତାନ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇପାରେ ।

ସେପଟେ ଆଜିର ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିଜୟ ରାସ୍ତାରେ ବର୍ଷା ଖଳନାୟକ ସାଜିଥିଲା । ଯାହା ଫଳରେ ଆୟରଲାଣ୍ଡକୁ ଏଥିରେ ଭରପୁର ଫାଇଦା ମିଳିଛି । ହେଲେ ଇଂଲିସ ଟିମ ଜିତିବା ମ୍ୟାଚରେ ବର୍ଷା ପାଇଁ ପରାଜୟର ଶିକାର ହେବାକୁ ପଡିଛି । ଯାହା ଫଳରେ ଚଳିତ ଟି୨୦ ବିଶ୍ବକପରେ ପୁଣି ଆଉ ଏକ ବିପର୍ଯ୍ୟୟ ଦେଖାଦେଇଛି । ଆୟରଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୫୭ ରନ କରି ଅଲଆଉଟ ହୋଇଥିଲା । ୧୫୮ ରନର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିଲା ବଟଲର ବାହିନୀ । ହେଲେ ଖଳନାୟକ ବର୍ଷା ପାଇଁ ଇଂଲଣ୍ଡ ୧୪.୩ ଓଭର ପର୍ଯ୍ୟନ୍ତ ଖେଳ ହୋଇଥିଲା । ସେତେବେଳକୁ ଇଂଲଣ୍ଡ ୫ ୱିକେଟ ହରାଇ ୧୦୫ ରନ କରିଥିଲା । ବର୍ଷା ପାଇଁ ମ୍ୟାଚରେ DLS ମେଥଡ ବ୍ୟବହାର କରାଯାଇଥିଲା । ଯାହା ଫଳରେ ମ୍ୟାଚର ଫଳାଫଳ ଆୟରଲାଣ୍ଡ ସପକ୍ଷରେ ଯାଇଥିଲା । ଆୟରଲାଣ୍ଡ ଇଂଲଣ୍ଡକୁ ୫ ରନରେ ପରାସ୍ତ କରି ମ୍ୟାଚ ଜିତି ନେଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.