ETV Bharat / sports

SA vs Ind: ଦିନିକିଆ ସିରିଜରେ ଓପନିଂ କରିବେ ରାହୁଲ

author img

By

Published : Jan 18, 2022, 6:26 PM IST

Updated : Jan 18, 2022, 10:50 PM IST

ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପକ୍ଷରୁ ଓପନିଂ ବ୍ୟାଟିଂ କରିବେ କାମଚଳା କ୍ୟାପଟେନ କେଏଲ ରାହୁଲ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଓପନର ଦାୟିତ୍ବ ତୁଲାଇବେ । ଅଧିକ ପଢନ୍ତୁ

SA vs Ind: KL Rahul confirms he will bat at top of the order in ODIs  KL Rahul to open for India in SA ODIs in Rohit's absence
SA vs Ind: ଦିନିକିଆ ସିରିଜରେ ଓପନିଂ କରିବେ ରାହୁଲ

ପର୍ଲ: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜରେ ଭାରତ ପକ୍ଷରୁ ଓପନିଂ ବ୍ୟାଟିଂ କରିବେ କାମଚଳା କ୍ୟାପଟେନ କେଏଲ ରାହୁଲ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଓପନର ଦାୟିତ୍ବ ତୁଲାଇବେ । ଏନେଇ ମଙ୍ଗଳବାର ପ୍ରି-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ରାହୁଲ । ବୁଧବାର ଠାରୁ ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜ ଆରମ୍ଭ ହେଉଛି ।

୨୯ ବର୍ଷୀୟ ରାହୁଲ ମଧ୍ୟକ୍ରମରେ ଏକାଧିକ ସ୍ଥାନରେ ଭାରତ ପାଇଁ ବ୍ୟାଟିଂ କରିଛନ୍ତି । ରୋହିତ ଶର୍ମା ଓ ଶିଖର ଧାୱନ ୫୦ ଓଭର ଫର୍ମାଟରେ ଓପନର ରହିଥିଲେ । ତେବେ ଫଟାଫଟ ଫର୍ମାଟରେ ଟିମରୁ ବାଦ୍‌ ପଡିବା ପରେ ଟି-୨୦ରେ ଭାରତର ନିୟମିତ ଓପନର ଭାବେ ଧାୱନଙ୍କ ସ୍ଥାନ ନେଇଛନ୍ତି ରାହୁଲ । ପ୍ରି-ମ୍ୟାଚ୍‌ ସାମ୍ବାଦିକ ସମ୍ମିଳନୀରେ ରାହୁଲ କହିଛନ୍ତି, "ଗତ ୧୪-୧୫ ମାସରେ ୪ ଓ ୫ ନମ୍ବର ଓ ଭିନ୍ନଭିନ୍ନ ସ୍ଥାନରେ ବ୍ୟାଟିଂ କରିଛନ୍ତି । ରୋହିତ ଟିମରେ ନଥିବାରୁ ଶୀର୍ଷକ୍ରମରେ ବ୍ୟାଟିଂ କରିବି ।"

ଏହାମଧ୍ୟ ପଢନ୍ତୁ: ଲକ୍ଷ୍ନୌ IPL ଫ୍ରାଞ୍ଚାଇଜର କମାଣ ଧରିବେ KL Rahul

ତେବେ ରାହୁଲ ଓପନିଂ ବ୍ୟାଟିଂ କରିବା ସ୍ପଷ୍ଟ ହୋଇଥିବାବେଳେ, ଭାରତୀୟ ଟିମ ଧାୱନ କିମ୍ବା ଋତୁରାଜ ଗାଏକ୍ବାଡଙ୍କୁ ରାହୁଲଙ୍କ ପାର୍ଟନର ଭାବେ ଓପନିଂ ସୁଯୋଗ ଦେବ ଅପେକ୍ଷା ରହିଛି । ହ୍ବାଇଟ୍‌-ବଲ୍‌ କ୍ୟାପଟେନ ରୋହିତଙ୍କ ଅନୁପସ୍ଥିତିରେ ଅଧିନାୟକ ଦାୟିତ୍ବ ତୁଲାଇବାଇବାକୁ ଯାଉଥିବା ଷ୍ଟାର ବ୍ୟାଟର ରାହୁଲ କହିଛନ୍ତି, ମହେନ୍ଦ୍ର ସିଂହ ଧୋନି ଓ ବିରାଟ କୋହଲିଙ୍କ ଭଳି ମହାନ କ୍ୟାପଟେନଙ୍କ ଅଧୀନରେ ଖେଳିଥିବାରୁ ଅନେକ କିଛି ଶିଖିବାକୁ ମିଳିଛି ।

IANS

Last Updated :Jan 18, 2022, 10:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.