ETV Bharat / sports

ଲକ୍ଷ୍ନୌ IPL ଫ୍ରାଞ୍ଚାଇଜର କମାଣ ଧରିବେ KL Rahul

author img

By

Published : Jan 18, 2022, 5:09 PM IST

ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଆଗାମୀ ସଂସ୍କରଣରେ ଲକ୍ଷ୍ନୌ ଫ୍ରାଞ୍ଜାଇଜର ଅଧିନାୟକ ହେବେ କେଏଲ ରାହୁଲ । ଫେବୃଆରୀରେ ୧୨ ଓ ୧୩ରେ ବେଙ୍ଗାଲୁରୁରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ଲକ୍ଷ୍ନୌ, କ୍ୟାମ୍ପ୍‌ରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍ସ ଷ୍ଟୋଇନିସ ଓ ଅନକ୍ୟାପ୍‌ଡ ଲେଗ ସ୍ପିନର ରବି ବିଷ୍ଣୋଇ ଓ ରାହୁଲଙ୍କୁ ସାମିଲ କରିଥିବା ସୂଚନା ରହିଛି । ଅଧିକ ପଢନ୍ତୁ

KL Rahul set to lead Lucknow IPL franchise
କେଏଲ ରାହୁଲ ଲକ୍ଷ୍ନୌ IPL ଫ୍ରାଞ୍ଚାଇଜର ଅଧିନାୟକ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ(IPL)ର ଆଗାମୀ ସଂସ୍କରଣରେ ଲକ୍ଷ୍ନୌ ଫ୍ରାଞ୍ଜାଇଜର ଅଧିନାୟକ ହେବେ କେଏଲ ରାହୁଲ । ମଙ୍ଗଳବାର PTI ପକ୍ଷରୁ ଏହା ସ୍ପଷ୍ଟ ହୋଇଛି । ଫେବୃଆରୀରେ ୧୨ ଓ ୧୩ରେ ବେଙ୍ଗାଲୁରୁରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ଲକ୍ଷ୍ନୌ କ୍ୟାମ୍ପ୍‌ରେ ସାମିଲ କରିଥିବା ୩ ଖେଳାଳିଙ୍କ ମଧ୍ୟରେ ରାହୁଲଙ୍କ ନାମ ରହଛି ।

ଏହାମଧ୍ୟ ପଢନ୍ତୁ: କେଏଲ ରାହୁଲ ଟେଷ୍ଟ କ୍ୟାପଟେନ ହେବା ଉଚିତ୍‌: ପୂର୍ବତନ BCCI ସମ୍ପାଦକ

ଅନ୍ୟ ଦୁଇଜଣ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍ସ ଷ୍ଟୋଇନିସ ଓ ଅନକ୍ୟାପ୍‌ଡ ଲେଗ ସ୍ପିନର ରବି ବିଷ୍ଣୋଇ ବୋଲି ସୂଚନା ରହିଛି । ଦୁଇଟି ସଂସ୍କରଣରେ ପଞ୍ଜାବ କିଙ୍ଗ୍ସର ନେତୃତ୍ବ ନେଇଛନ୍ତି ରାହୁଲ, ମାତ୍ର ଫ୍ରାଞ୍ଚାଇଜ ସହିତ ନ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ବିଷ୍ଣୋଇ ମଧ୍ୟ ପଞ୍ଜାବ କିଙ୍ଗ୍ସ ଟିମରେ ରହିଥିଲେ ।

ଷ୍ଟୋଇନିସ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଥିଲେ । RPSG ଗ୍ରୁପ୍‌ ୭୦୯୦ କୋଟିରେ ଲକ୍ଷ୍ନୌ ଫ୍ରାଞ୍ଚାଇଜ କିଣିଛି । ରାହୁଲ ବର୍ତ୍ତମାନ ଦକ୍ଷିଣ ଆଫ୍ରିକାରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ODI ଟିମର କାମଚଳା କ୍ୟାପଟେନ ରହିଛନ୍ତି ।

PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.