ETV Bharat / sports

ଦ୍ବିତୀୟ ଟି-୨୦: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ପ୍ରଥମେ ବ୍ୟାଟିଂ କରିବ ଭାରତ

author img

By ETV Bharat Odisha Team

Published : Dec 12, 2023, 8:17 PM IST

Updated : Dec 12, 2023, 8:26 PM IST

SA vs IND Toss: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଟସ୍‌ ଜିତିଛି ଦକ୍ଷିଣ ଆଫ୍ରିକା । ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ୍‌ ମାରକ୍ରମ । ସେପଟେ ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ । ଅଧିକ ପଢ଼ନ୍ତୁ

South Africa win the toss
ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା

ଡର୍ବନ: ଭାରତ ବିପକ୍ଷ ଦ୍ବିତୀୟ ଟି୨୦ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ୍‌ ମାରକ୍ରମ । ପ୍ରଥମ ମ୍ୟାଚ୍‌ ବର୍ଷା ପାଇଁ ବାତିଲ ହୋଇଥିବା ବେଳେ ଆଜି ଦ୍ବିତୀୟ ମ୍ୟାଚ୍‌ ସେଣ୍ଟ ଜର୍ଜ ପାର୍କ୍‌ରେ ଖେଳାଯିବ । ଫିଲ୍ଡରେ ପରସ୍ପରକୁ କଡା ଟକ୍କର ଦେବାକୁ ଦୁଇ ଦଳର ଖେଳାଳି ପ୍ରସ୍ତୁତ । ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ଖେଳିବାକୁ ଦକ୍ଷିଣ ଆଫ୍ରିକା ଉତ୍ସାହୀ ଥିବାବେଳେ ଭାରତୀୟ ଦଳର ଯୁବ ଖେଳାଳି ମଧ୍ୟ ଦମଦାର ପ୍ରଦର୍ଶନ କରିବା ଆଶାରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ୍‌ ବ୍ଲ୍ୟୁ । ଜିକେବେରହା ଆକାଶ ଏବେ ମେଘାଚ୍ଛନ୍ନ ଥିଲେ ମଧ୍ୟ ଟସ୍‌ ପଡ଼ିଛି । ଦକ୍ଷିଣ ଆଫ୍ରିକା ଟସ୍‌ ଜିତିଥିବା ବେଳେ ପ୍ରଥମେ ବ୍ୟାଟିଂ କରିବ ଭାରତ ।

୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡର୍ବାନର କିଙ୍ଗସ୍‌ମେଡ୍‌ ଷ୍ଟାଡିୟମରେ ଗତ ୧୦ ତାରିଖରେ ଖେଳାଯିବାକୁ ଥିଲା । କିନ୍ତୁ ସେଠାର କ୍ରମାଗତ ବର୍ଷା ଲାଗି ରହିବାରୁ ଟସ୍‌ ମଧ୍ୟ ପଡ଼ିବା ସମ୍ଭବ ହୋଇପାରିନଥିଲା । ଶେଷରେ ମ୍ୟାଚ୍‌କୁ ବାତିଲ କରିଦିଆଯାଇଥିଲା । ଫଳରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଆଶା ରଖିଥିବା ଭାରତୀୟ ଖେଳାଳି ନିରାଶ ହୋଇଥିଲେ । ଆଜିର ମ୍ୟାଚ୍‌ରେ ଭାରତୀୟ ୟଙ୍ଗଷ୍ଟାର୍‌ଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଉଭୟ ବ୍ୟାଟିଂ ଓ ବୋଲିଂରେ ଯୁବ ଖେଳାଳିଙ୍କ ଉପରେ ଦଳ ନିର୍ଭର କରିଛି । ସମସ୍ତେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି । କାରଣ ଏହି ଯୁବ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଦମଦାର ବିଜୟ ହାସଲ କରି ଦୃଢ଼ ମନୋବଳ ସହ ମୈଦାନକୁ ଓହ୍ଲାଇଛନ୍ତି । ସେପଟେ ଦିନିକିଆ ବିଶ୍ବକପ୍‌ ୨୦୨୩ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇ ବିଦାୟ ନେବା ପରେ ଦକ୍ଷିଣ ଆଫ୍ରିକା ଆଜି ପ୍ରଥମ ମ୍ୟାଚ୍‌ ଖେଳୁଛି । ସେହି ପରାଜୟକୁ ଭୁଲି ଦଳ ଭଲ ପ୍ରଦର୍ଶନ କରିବା ସହ ଟି୨୦ ବିଶ୍ବକପ୍ ପ୍ରସ୍ତୁତି ଆରମ୍ଭ କରିବ ବୋଲି ଆଶା ରଖିଛି ।

ଏହା ମଧ୍ୟ ପଢ଼ନ୍ତୁ...ମେଘାଚ୍ଛନ୍ନ ଜିକେବେରହା ଆକାଶ, ଦ୍ବିତୀୟ ଟି୨୦ ମ୍ୟାଚ୍‌ ବି ଧୋଇଯିବ !

ଭାରତ ଚୂଡ଼ାନ୍ତ ଏକାଦଶ: ଯଶସ୍ବୀ ଜୈସ୍ବାଲ, ଶୁଭମନ ଗିଲ୍‌, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ରିଙ୍କୁ ସିଂହ, ଜିତେଶ ଶର୍ମା (ୱିକେଟ୍‌ କିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ମୁକେଶ କୁମାର

ଦକ୍ଷିଣ ଆଫ୍ରିକା ଚୂଡ଼ାନ୍ତ ଏକାଦଶ: ମାଥ୍ୟୁ ବ୍ରିଜ୍‌କ୍‌, ରିଜା ହେଣ୍ଡ୍ରିକ୍ସ, ଆଡେନ୍‌ ମାରକ୍ରମ (ଅଧିନାୟକ), ହେନରିଚ୍‌ କ୍ଲାସେନ୍‌ (ୱିକେଟ୍‌ କିପର), ଡେଭିଡ୍‌ ମିଲର, ଟ୍ରିଷ୍ଟନ ଷ୍ଟବ୍ସ, ମାର୍କୋ ଜାନ୍‌ସେନ୍‌, ଏଣ୍ଡାଇଲ୍‌ ଫେଲୁକ୍ବାଓ, ଗେରାଲ୍ଡ କଏଜି, ଲିଜାଡ୍‌ ୱିଲିୟମ୍ସ, ତବ୍ରାଇଜ୍‌ ଶାମ୍ସି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 12, 2023, 8:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.