ETV Bharat / sports

ମେଘାଚ୍ଛନ୍ନ ଜିକେବେରହା ଆକାଶ, ଦ୍ବିତୀୟ ଟି୨୦ ମ୍ୟାଚ୍‌ ବି ଧୋଇଯିବ !

author img

By ETV Bharat Odisha Team

Published : Dec 12, 2023, 4:21 PM IST

IND vs SA 2nd T20I: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଗତ ୧୦ ତାରିଖରୁ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବାକୁ ଥିଲେ ମଧ୍ୟ ବର୍ଷା କାରଣରୁ ଏହା ସମ୍ଭବ ହୋଇନଥିଲା । ଆଜି ଜିକେବେରହା ଠାରେ ଦ୍ବିତୀୟ ଟି୨୦ ମ୍ୟାଚ୍‌ ଖେଳାଯିବା ପୂର୍ବରୁ ଏଠାରେ ମଧ୍ୟ ବର୍ଷା ନେଇ ଆକଳନ କରିଛି ସ୍ଥାନୀୟ ପାଣିପାଗ ବିଭାଗ । ଅଧିକ ପଢ଼ନ୍ତୁ...

ଦ୍ବିତୀୟ ଟି୨୦ ମ୍ୟାଚ୍‌ ବି ଧୋଇଯିବ !
ଦ୍ବିତୀୟ ଟି୨୦ ମ୍ୟାଚ୍‌ ବି ଧୋଇଯିବ !

ହାଇଦ୍ରାବାଦ: ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ଭାରତୀୟ ଦଳ ଗତ ୧୦ ତାରିଖରେ ଏହାର ଅଭିଯାନ ଆରମ୍ଭ କରିଥାଆନ୍ତା । ପ୍ରଥମ ଟି୨୦ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିଥାଆନ୍ତା ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଟିମ୍‌ ଇଣ୍ଡିଆ । ହେଲେ ଆରମ୍ଭରୁ ବର୍ଷା ସାଜିଥିଲା ଭିଲେନ୍‌ । ଲଗାତାର ବର୍ଷା ଲାଗି ରହିବାରୁ ଟସ୍‌ ମଧ୍ୟ ପଡ଼ି ପାରିନଥିଲା । ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାରୁ ଆଉ ୨ଟି ମ୍ୟାଚ୍‌ ବାକି ଥିବାବେଳେ ଆଜି ଖେଳାଯିବ ୨ୟ ମ୍ୟାଚ୍‌ । ହେଲେ ଏହା ପୂର୍ବରୁ ସ୍ଥାନୀୟ ପାଣିପାଗ ବିଭାଗର ଆକଳନ ପ୍ରଶଂସକଙ୍କୁ ପୁଣି ନିରାଶ କରିଛି । ସିରିଜ୍‌ର ଦ୍ଵିତୀୟ ମୁକାବିଲା ଆଜି ପୋର୍ଟ ଏଲିଜାବେଥର ସେଣ୍ଟ୍‌ ଜର୍ଜ୍‌ ପାର୍କସ୍ଥିତ ଜିକେବେରହା ଷ୍ଟାଡିୟମରେ ଖେଳାଯିବାକୁ ଥିବାବେଳେ ଏହି ମ୍ୟାଚ୍‌ ମଧ୍ୟ ବର୍ଷା ଦ୍ବାରା ପ୍ରଭାବିତ ହୋଇପାରେ ବୋଲି ଆକଳନ କରିଛି ସ୍ଥାନୀୟ ପାଣିପାଗ ବିଭାଗ ।

ଏଲିଜାବେଥର ସେଣ୍ଟ୍‌ ଜର୍ଜ୍‌ର ସ୍ଥାନୀୟ ପାଣିପାଗ ବିଭାଗ ଆକଳନ ପ୍ରଶଂସକଙ୍କୁ ପୁଣିଥରେ ନିରାଶ କରିଛି । ଡର୍ବନ ପରି ପୋର୍ଟ ଏଲିଜାବେଥରେ ଦ୍ବିତୀୟ ମ୍ୟାଚ୍‌ରେ ମଧ୍ୟ ବର୍ଷା ସାଜିପାରେ ଭିଲେନ୍‌ । ଜିକେବେର୍‌ହା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଦ୍ଵିତୀୟ ଟି୨୦ ମଧ୍ୟ ବର୍ଷାରେ ଧୋଇ ଯିବାର ଆଶଙ୍କା ରହିଛି । ମଙ୍ଗଳବାର ଭାରତୀୟ ସମୟ ସନ୍ଧ୍ୟା ୫ଟାରେ ଏଠାରେ ବର୍ଷାର ସମ୍ଭାବନା ୨୦ ପ୍ରତିଶତ ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି । ୭୩.୫ ପ୍ରତିଶତ ଆର୍ଦ୍ରତା ରହିବାକୁ ଥିବାବେଳେ ତାପମାତ୍ରା ୨୪ ଡିଗ୍ରୀ ସେଲସିୟସ୍‌ରୁ ୧୭ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବା ନେଇ ଆଶା କରାଯାଉଛି । ଏହା ସହିତ ଆକାଶ ମଧ୍ୟ ମେଘାଚ୍ଛନ୍ନ ରହିବ । ତେଣୁ ମ୍ୟାଚ୍‌ ସମୟରେ କାକର ପଡ଼ିବାର କୌଣସି ସମ୍ଭାବନା ନାହିଁ । ମୁକାବିଲା ସ୍ଥାନୀୟ ସମୟ ଅନୁସାରେ ସନ୍ଧ୍ୟା ୫ଟା (ଭାରତୀୟ ସମୟ ସନ୍ଧ୍ୟା ୮:୩୦)ରେ ଆରମ୍ଭ ହେବ । ତେବେ ମ୍ୟାଚ୍‌ ସମୟରେ ବର୍ଷା ନେଇ କୌଣସି ଆକଳନ ହୋଇନାହିଁ ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-20 ମ୍ୟାଚ

ସେପଟେ ଆକାଶ ମେଘାଚ୍ଛନ୍ନ ଓ ଜଳବାୟୁର ଆର୍ଦ୍ରତା ଦୃଷ୍ଟିରୁ ପିଚ୍‌ରେ ଦ୍ରୁତ ବୋଲରଙ୍କୁ ସହାୟତା ମିଳିପାରେ । ଦ୍ଵିତୀୟ ଟି୨୦ ଭାରତୀୟ ସମୟ ଅନୁସାରେ ରାତି ୮ଟା ୩୦ରେ ଆରମ୍ଭ ହେବ । ସେପଟେ ହାତରେ କେବଳ ୨ଟି ମ୍ୟାଚ୍‌ ଥିବାରୁ ଉଭୟ ଦଳ ଏହାକୁ ଜିତିବା ପାଇଁ ସବୁ ପ୍ରକାର ଚେଷ୍ଟା କରିବେ । ଏହି ମ୍ୟାଚ୍‌ ପରେ ସିରିଜ୍‌ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଡିସେମ୍ବର ୧୪ ତାରିଖରେ ଜୋହାନ୍ସବର୍ଗରେ ଖେଳାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.