ETV Bharat / sports

ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ବିତୀୟ ଟି-20 ମ୍ୟାଚ

author img

By ETV Bharat Odisha Team

Published : Dec 12, 2023, 12:55 PM IST

IND vs SA 2nd T20: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ ଟି-ଟ୍ବେଣ୍ଟ ସିରିଜର ଆଜି ଦ୍ବିତୀୟ ମ୍ୟାଚ । ବର୍ଷା ହେବା ନେଇ ଆଶଙ୍କା । ଅଧିକ ପଢନ୍ତୁ

India vs South Africa
ଭାରତ ଓ ଦକ୍ଷିଣ ଆଫ୍ରିକା

ଡର୍ବାନ: ଆଜି ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ । ପ୍ରଥମ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିବା ବେଳେ ଆଜି ଦ୍ବିତୀୟ ମ୍ୟାଚ ଖେଳାଯିବ । ଫିଲ୍ଡରେ ପରସ୍ପରକୁ କଡା ଟକ୍କର ଦେବାକୁ ଦୁଇ ଦଳର ଖେଳାଳି ପ୍ରସ୍ତୁତ । ସାଉଥ ଆଫ୍ରିକାର ସେଣ୍ଟ ଜର୍ଜ ପାର୍କ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ । ଘରୋଇ ଗ୍ରାଉଣ୍ଡରେ ମ୍ୟାଚ ଖେଳିବାକୁ ଦକ୍ଷିଣ ଆଫ୍ରିକା ଉତ୍ସାହୀ ଥିବାବେଳେ ଭାରତୀୟ ଟିମ ଯୁବ ଖେଳାଳି ମଧ୍ୟ ଦମଦାର ପ୍ରଦର୍ଶନ କରିବା ଆଶାରେ ରହିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ ଇନ ବ୍ଲୁ । ଆଜି ମଧ୍ୟ ବର୍ଷା ମ୍ୟାଚକୁ ପ୍ରଭାବିତ କରିବା ଆଶଙ୍କା ରହିଛି ।

ଆସନ୍ତା ବର୍ଷ ଟି ଟ୍ବେଣ୍ଟି ବିଶ୍ବକପ ମ୍ୟାଚ ଖେଳାଯିବ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଖେଳାଳି ପ୍ରସ୍ତୁତ ଚଳାଇଛନ୍ତି । ତେଣୁ ଟି ଟ୍ବେଣ୍ଟି ସିରିଜ ବେଶ ଗୁରୁତ୍ବ ବହନ କରୁଛି । ଟିମ ଇଣ୍ଡିଆର ଯୁବ ଖେଳାଳି ଅନ୍ତର୍ଜାତୀୟ ଗ୍ରାଉଣ୍ଡରେ ମ୍ୟାଚ ଖେଳିବାକୁ ଅପେକ୍ଷାର ସହ ରହିଛନ୍ତି । ପ୍ରଥମ ମ୍ୟାଚ ପାଇଁ ପ୍ରସ୍ତୁତ ଥିବାବେଳେ ବର୍ଷା ଯୋଗୁଁ ତାହା ସମ୍ଭବପର ହୋଇପାରିନଥିଲା । ତେବେ ମ୍ୟାଚ ପୂର୍ବରୁ କି ପରେ ଯଦି ବର୍ଷା ହୁଏ ତେବେ ଜଳ ନିଷ୍କାସନ ପାଇଁ ଷ୍ଟାଡିୟମରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ମ୍ୟାଚ ଖେଳି ସିରିଜ କବଜା କରିଥିଲା ଭାରତ । ଏଥର ମଧ୍ୟ ସାଉଥ ଆଫ୍ରିକାକୁ ହରାଇ ସିରିଜ କବଜା କରିବା ଲକ୍ଷ୍ୟରେ ରହିଛି ।

ଏହା ମଧ୍ୟ ପଢନ୍ତୁ-ମ୍ୟାଚରେ ଭିଲେନ ସାଜିଲା ବର୍ଷା, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ରଦ୍ଦ

3 ମ୍ୟାଚ୍‌ ବିଶିଷ୍ଟ ଟି20 ଶୃଙ୍ଖଳାର ପ୍ରଥମ ମୁକାବିଲା ଡର୍ବାନର କିଙ୍ଗସ୍‌ମେଡ୍‌ ଷ୍ଟାଡିୟମରେ ଗତ 10 ତାରିଖରେ ଖେଳାଯିବାକୁ ଥିଲା । କିନ୍ତୁ ସେଠାର କ୍ରମାଗତ ବର୍ଷା ଲାଗି ରହିବାରୁ ଟସ୍‌ ମଧ୍ୟ ପଡ଼ିବା ସମ୍ଭବ ହୋଇପାରିନଥିଲା । ଶେଷରେ ମ୍ୟାଚ୍‌କୁ ବାତିଲ କରିଦିଆଯାଇଥିଲା । ଯାହାଫଳରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଆଶା ରଖିଥିବା ଭାରତୀୟ ଖେଳାଳି ନିରାଶ ହୋଇଥିଲେ । ଆଜିର ମ୍ୟାଚରେ ଭାରତର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ଉଭୟ ବ୍ୟାଟିଂ ଓ ବୋଲିଂ ଯୁବ ଖେଳାଳିଙ୍କ ଉପରେ ଦଳ ନିର୍ଭର କରିଛି । ସମସ୍ତେ ଭଲ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.