ETV Bharat / sports

ମ୍ୟାଚରେ ଭିଲେନ ସାଜିଲା ବର୍ଷା, ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ରଦ୍ଦ

author img

By ETV Bharat Odisha Team

Published : Dec 10, 2023, 9:54 PM IST

Updated : Dec 10, 2023, 10:03 PM IST

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ରଦ୍ଦ
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ରଦ୍ଦ

1st T20I called off: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଧୋଇନେଇଛି ବର୍ଷା । କିଙ୍ଗସ୍‌ମେଡ୍‌ରେ ଲଗାତାର ବର୍ଷା କାରଣରୁ ଟସ୍‌ ମଧ୍ୟ ପଡ଼ିବା ଅସମ୍ଭବ ହୋଇପଡ଼ିଥିଲା । ଶେଷରେ ମ୍ୟାଚ୍‌କୁ ରଦ୍ଦ କରିଦିଆଯାଇଛି । ଅଧିକ ପଢ଼ନ୍ତୁ

ଡର୍ବାନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ରେ ଭିଲେନ ସାଜିଲା ବର୍ଷା । ଭାରତୀୟ କ୍ରିକେଟ୍‌ ଦଳର ଦକ୍ଷିଣ ଆଫ୍ରିକା ଅଭିଯାନ ଆଜି ଠାରୁ ଆରମ୍ଭ ହେବାକୁ ଥିବାବେଳେ ବର୍ଷା କାରଣରୁ ଏହା ସମ୍ଭବ ହୋଇପାରିନାହିଁ । ଏହି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଡର୍ବାନର କିଙ୍ଗସ୍‌ମେଡ୍‌ ଷ୍ଟାଡିୟମରେ ଖେଳାଯିବ।କୁ ଥିବାବେଳେ ଏଠାରେ କ୍ରମାଗତ ବର୍ଷା ଲାଗିରହିବାରୁ ଟସ୍‌ ମଧ୍ୟ ପଡ଼ିବା ସମ୍ଭବ ହୋଇ ନଥିଲା । ଶେଷରେ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି ।

ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ଶୃଙ୍ଖଳାରେ ଦମଦାର ବିଜୟ ହାସଲ କରିବା ପରେ ସୂର୍ଯ୍ୟ ବାହିନୀର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଶୃଙ୍ଖଳାକୁ ବେଶ ଉତ୍ସାହର ସହ ଅପେକ୍ଷା କରିଥିଲେ ଭାରତୀୟ ପ୍ରଶଂସକ । ହେଲେ ଶୃଙ୍ଖଳା ଆରମ୍ଭରୁ ହିଁ ବାଧକ ସାଜିଛି ବର୍ଷା । ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ଟସ୍‌ ପଡ଼ି ୭:୩୦ରେ ମ୍ୟାଚ୍‌ ଆରମ୍ଭ ହେବା ନେଇ ସୂଚୀ ରହିଥିଲା । ହେଲେ ସବୁ ପୂର୍ବ ସୂଚୀ ବିଗାଡ଼ି ଦେଇଥିଲା ଡର୍ବନ ସିଟିର କିଙ୍ଗସ୍‌ମେଡ୍‌ ବର୍ଷା । କିଙ୍ଗସ୍‌ମେଡ୍‌ରେ ଆଜି ଦିନବ୍ୟାପୀ ବର୍ଷା ଲାଗି ରହିବାରୁ ଟସ୍‌ ମଧ୍ୟ ପଡ଼ିବାରେ ବିଳମ୍ବ ହୋଇଥିଲା । ଶେଷରେ ବହୁ ସମୟ ଅପେକ୍ଷା କରିବା ପରେ ମ୍ୟାଚ୍‌କୁ ବାତିଲ କରିଦିଆଯାଇଛି । ଯାହା ପ୍ରଶଂସକଙ୍କୁ ନିରାଶ କରିଛି । କାରଣ ଏହି ଟି୨୦ ଶୃଙ୍ଖଳାରେ କେବଳ ୩ଟି ମ୍ୟାଚ୍‌ ଖେଳାଯିବାକୁ ରହିଥିଲା । ସେଥିରୁ ଗୋଟିଏ ମ୍ୟାଚ୍‌ ରଦ୍ଦ ହୋଇଥିବାବେଳେ ଏବେ ଆଉ ୨ଟି ମ୍ୟାଚ୍‌ ହିଁ ବଳକା ରହିଛି । ଉଭୟ ଦଳ ଦୁଇଟି ଯାକ ମ୍ୟାଚ୍‌ ଜିତି ସିରିଜ୍‌ ହାତେଇବା ପାଇଁ ଚେଷ୍ଟା କରିବେ ।

ଏହା ମଧ୍ୟ ପଢ଼ନ୍ତୁ...ବର୍ଷା ଧୋଇନବ କି ମ୍ୟାଚ୍‌ ? ପ୍ରଥମ ଟି୨୦ ଟସ୍‌ରେ ବିଳମ୍

ଦିନିକିଆ ବିଶ୍ବକପ୍‌ ପରାଜୟ ପରେ ମଧ୍ୟ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ସିରିଜ ବିଜୟ ପରେ ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳିଙ୍କର ମନୋବଳ ଦୃଢ ରହିଛି । ଅନ୍ୟପଟେ ଦକ୍ଷିଣ ଆଫ୍ରିକା ବିଶ୍ବକପରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା । ସେହି ସବୁ ଦୁଃଖକୁ ଭୁଲି ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ନେଇ ଜୋରଦାର ପ୍ରସ୍ତୁତ ହୋଇଛି ଦକ୍ଷିଣ ଆଫ୍ରିକା । ହେଲେ ଏହି ସବୁ ମଧ୍ୟରେ ପ୍ରଥମ ମ୍ୟାଚ୍‌ରେ ବାଧକ ସାଜିଛି ବର୍ଷା । ଆଉ ଦୁଇଟି ମ୍ୟାଚ୍‌ ଯଥାକ୍ରମେ ଡିସେମ୍ବର ୧୨ ଓ ୧୪ରେ ଖେଳାଯିବ । ଏହାପରେ ଡିସେମ୍ବର ୧୭ରୁ ଦିନିକିଆ ଶୃଙ୍ଖଳା ଆରମ୍ଭ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Dec 10, 2023, 10:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.