ETV Bharat / politics

ନୟାଗଡ଼ ରାଜନୀତି ମୈଦାନକୁ ଆସିବେ ନବୀନ, ପ୍ରଚାର ହେବ ଜୋରଦାର - CM Naveen Patnaik Nayagarh Visit

author img

By ETV Bharat Odisha Team

Published : May 18, 2024, 2:03 PM IST

CM Naveen Patnaik to Nayagarh Visit: ନିର୍ବାଚନୀ ପ୍ରଚାର ପାଇଁ ଆସନ୍ତା ୨୨ରେ ନୟାଗଡ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ପ୍ରସ୍ତୁତି କାର୍ଯ୍ୟ ଜୋରଦାର ରହିଛି । ଅଧିକ ପଢନ୍ତୁ

CM Naveen Patnaik to Nayagarh Visit
CM Naveen Patnaik to Nayagarh Visit (ETV Bharat Odisha)

ନୟାଗଡ଼: ଜମୁଛି ନିର୍ବାଚନୀ ପ୍ରଚାର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାରରେ ଲାଗିପଡିଛନ୍ତି ହେଭିଓ୍ୱେଟ ନେତା । ତେବେ ଆସନ୍ତା ୨୨ ତାରିଖରେ ନୟାଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ lସେଠାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ମୁଖ୍ୟମନ୍ତ୍ରୀ । ତେବେ ଏନେଇ ନୟାଗଡରେ ବିଜେଡି ପକ୍ଷରୁ ପ୍ରସ୍ତୁତି ଜୋରଦାର ରହିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି ଭାବେ ଯାଞ୍ଚ କରାଯାଉଛି ।


ନୟାଗଡ଼ ନିର୍ବାଚନ ମଣ୍ଡଳୀ ରାଜନୀତି ପାଣିପାଗ ସରଗରମ ଥିବା ଭିତରେ ପ୍ରଚାର ପାଇଁ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିନିମନ୍ତେ ବିଜେଡି ମହଲରେ ଉତ୍ସାହ ଦେଖାଯାଇଛି । ଆସନ୍ତା ୨୨ ତାରିଖ ଦିନ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୟାଗଡ଼ରେ ପହଞ୍ଚିବେ । ସେଠାରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ । ଏହି ସଭାରେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଉଦବୋଧନ ଦେବେ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଶୁକ୍ରବାର ଦିନ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଛାତ୍ର, ଯୁବ, ମହିଳା, ବିଜୁ ଶ୍ରମିକ ସାମୁଖ୍ୟ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସମାଜସେବୀ ଓ ସମସ୍ତ ବର୍ଗର ନେତୃମଣ୍ଡଳୀଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପ୍ରଥମେ ସମସ୍ତ ସଙ୍ଗଠନର କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ସୂଚନା ପ୍ରଦାନ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ବଲାଙ୍ଗୀରରେ ଆସାମ ମୁଖ୍ୟମନ୍ତ୍ରୀ, ଡବଲ ଇଞ୍ଜିନ ପାଇଁ ମାଗିଲେ ଭୋଟ୍ - Himanta Biswa Sarma In Balangir

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକ୍ରମରେ କିପରି ଲୋକମାନେ ସ୍ୱତଃପ୍ରବୃତ୍ତ ଭାବେ ଆସିବେ ସେଥିନିମନ୍ତେ ଆଲୋଚନା କରିଥିଲେ । ମହିଳାମାନଙ୍କୁ ଅଧିକ ଫୋକସ କରାଯାଇଥିଲା । ଏହି ବୈଠକରେ ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ, ନୟାଗଡ଼ ପୌରାଧ୍ୟକ୍ଷ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ଜିଲ୍ଲା ପରିଷଦ କ୍ଷୀରୋଦ ମହାପାତ୍ର, ସରୋଜ ରଣସିଂ, ଆଶିଷ ଅଗ୍ରୱାଲ, ସୁବାଷ କଅଁର ଓ ବିଭିନ୍ନ ପଞ୍ଚାୟତର ନେତ୍ରୀ ମଣ୍ଡଳୀ ମାନେ ଯୋଗ ଦେଇଥିଲେ । ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସଭାପତି ନୀଳମାଧବ ପଣ୍ଡା, ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ଦୁର୍ଯ୍ୟୋଧନ ବେହେରାଙ୍କ ସମେତ ସମସ୍ତ ସାଙ୍ଗଠନିକ କର୍ମକର୍ତ୍ତା ମାନେ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତେ ନିଜର ମତାମତ ଦେଇଥିଲେ ।

ଇଟିଭି ଭାରତ, ନୟାଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.