ETV Bharat / state

ରାଉରକେଲାରେ ଝାଡ଼ଖଣ୍ଡର ପୂର୍ବତନ ଶିକ୍ଷାମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ - Bandhu Tirkey target BJP BJD

author img

By ETV Bharat Odisha Team

Published : May 18, 2024, 3:10 PM IST

Bandhu Tirkey target BJP-BJD: ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଝାଡ଼ଖଣ୍ଡର ପୂର୍ବତନ ଶିକ୍ଷା ମନ୍ତ୍ରୀ ବନ୍ଧୁ ତିର୍କୀ । ରାଉରକେଲାରେ ସାମ୍ବାଦିକ ସମ୍ମିଳନୀ କରି କଲେ ଟାର୍ଗେଟ । ଅଧିକ ପଢନ୍ତୁ

Bandhu Tirkey target BJP-BJD
Bandhu Tirkey target BJP-BJD (ETV Bharat Odisha)

Bandhu Tirkey target BJP-BJD (Etv Bharat Odisha)

ରାଉରକେଲା: ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର ମୁହୂର୍ତ୍ତରେ କଳ ବଳ କୌଶଳ ଲଗାଇଛନ୍ତି ସମସ୍ତ ଦଳ । ଏହାରି ମଧ୍ୟରେ ରାଉରକେଲାରେ କଂଗ୍ରେସ ଦଳ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଝାଡ଼ଖଣ୍ଡର ପୂର୍ବତନ ଶିକ୍ଷା ମନ୍ତ୍ରୀ ବନ୍ଧୁ ତିର୍କୀ ରାଉରକେଲା ଆସି ସିଧାସଳଖ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ ଅଭିଯୋଗ ଆଣି କହିଛନ୍ତି, "ଆଦିବାସୀଙ୍କ ଜମି ହଡ଼ପ କରୁଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଫଳରେ ଆଦିବାସୀମାନେ ଆଜି ନିଜ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ।"

ରାଉରକେଲା କଂଗ୍ରେସ ଭବନ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ଝାଡ଼ଖଣ୍ଡ ଶିକ୍ଷା ମନ୍ତ୍ରୀ ବନ୍ଧୁ ତିର୍କୀ କହିଥିଲେ,"ଦେଶରେ କଂଗ୍ରେସ ସରକାର ଥିବା ସମୟରେ ଆଦିବାସୀଙ୍କ ଜମି ସୁରକ୍ଷିତ ଥିଲା । ମାତ୍ର ଯେବେ ଠାରୁ ବିଜେପି ସରକାର କ୍ଷମତାକୁ ଆସିଲା ସେବେ ଠାରୁ ଆଦିବାସୀମାନେ ନିଜ ଜମି ହରାଉଛନ୍ତି ଏବଂ ଏହାକୁ ରାଜ୍ୟରେ ବିଜେଡି ସରକାର ମଧ୍ୟ ସମର୍ଥନ କରୁଛନ୍ତି । ଆଦିବାସୀଙ୍କ ଜମିକୁ ପୁଞ୍ଜିପତିମାନଙ୍କ ହାତକୁ ଶାଗମାଛ ମୂଲ୍ୟରେ ଟେକି ଦିଆଯାଉଛି । ଯାହାଫଳରେ ବିସ୍ଥାପନ ଓ ଦାଦନ ସମସ୍ୟା ଦେଖା ଦେଇଛି । ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ । ବିଜେପି ଓ ବିଜେଡି ସରକାର ବିରୋଧରେ ଯିଏ ସ୍ବର ଉତ୍ତୋଳନ କରୁଛି ତାକୁ ଗିରଫ କରାଯାଇ ଜେଲ ହାଜତକୁ ପଠାଇ ଦିଆଯାଉଛି ।"

ଏହା ମଧ୍ୟ ପଢନ୍ତୁ: ରାଉରକେଲା ଏବଂ ରଘୁନାଥପାଲ୍ଲୀ ଆସନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ - Rabindra and Gopal File Nomination

ସେ ଆହୁରି ମଧ୍ୟ କହିଛନ୍ତି, "ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ବେଆଇନ ଭାବେ ଗିରଫ କରାଯାଇଛି । ତେଣୁ ଏଥର ମୋଦି ସରକାର ଆଉ କ୍ଷମତାକୁ ଆସିବେ ନାହିଁ । ରାଜ୍ୟରେ ମଧ୍ୟ ଏଥର ବିଜେଡି ସରକାର କରିବା ମୁସ୍କିଲ ବରଂ କଂଗ୍ରେସ ଏଥର ରାଜ୍ୟରେ ଭଲ ପ୍ରଦର୍ଶନ କରିବ ।" ଏହି ସାମ୍ବାଦିକ ସମ୍ମିଳନୀରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ରବିନ୍ଦ୍ର ଦଲବି, ରାଉରକେଲା ପ୍ରାର୍ଥୀ ବି.ଏନ୍. ପଟ୍ଟନାୟକ, ରଘୁନାଥପାଲୀ ପ୍ରାର୍ଥୀ ଗୋପାଳ ଦାସ, ଜିଲ୍ଲା କଂଗ୍ରେସ ସଭାପତି ରବି ରାୟ ଉପସ୍ଥିତ ଥିଲେ । ତେବେ ବର୍ତ୍ତମାନ ନିର୍ବାଚନକୁ ମାତ୍ର ଆଉ ଦୁଇ ଦିନ ଦେଖିବା ବାକି ରହିଲା ଏବଂ ବର୍ତ୍ତମାନ ଏହି ସାମ୍ବାଦିକ ସମ୍ମିଳନୀ କରି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.