ETV Bharat / sports

ଏସିଆ କପ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଝଟ୍‌କା, ମୁଖ୍ୟ କୋଚ୍‌ ଦ୍ରାବିଡଙ୍କୁ କୋରୋନା

author img

By

Published : Aug 23, 2022, 10:53 AM IST

Updated : Aug 23, 2022, 1:39 PM IST

ଏସିଆ କପ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଝଟ୍‌କା, ମୁଖ୍ୟ କୋଚ୍‌ ଦ୍ରାବିଡଙ୍କୁ କୋରୋନା
ଏସିଆ କପ୍‌ ପୂର୍ବରୁ ଟିମ ଇଣ୍ଡିଆକୁ ଝଟ୍‌କା, ମୁଖ୍ୟ କୋଚ୍‌ ଦ୍ରାବିଡଙ୍କୁ କୋରୋନା

ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟ ଟିମକୁ ଝଟକା । ଟିମ ଇଣ୍ଡିଆ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କୁ କୋରୋନା । ଅଧିକ ପଢନ୍ତୁ

ମୁମ୍ବାଇ: ଏସିଆ କପ ପୂର୍ବରୁ ଟିମ ଇଣ୍ଡିଆକୁ ବଡ ଝଟକା । ଟିମର ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ କୋରୋନାରେ(Rahul Dravid Tests positive for covid-19) ଆକ୍ରାନ୍ତ ହୋଇଛନ୍ତି । 27 ଅଗଷ୍ଟରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ଭାରତୀୟ ଟିମ ସହ ରାହୁଲ ଦ୍ରାବିଡ ରହିବେ ନା ନାହିଁ ସେ ନେଇ ସନ୍ଦେହ ଉପୁଜିଛି ।

ଏସିଆ କପରେ ଦେଖିବାକୁ ମିଳିବେନି ଦ୍ରାବିଡ...

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପରେ ଟିମ ଇଣ୍ଡିଆ ମୁଖ୍ୟ କୋଚ୍‌ ରାହୁଲ ଦ୍ରାବିଡ ବ୍ରେକ ନେଇଥିଲେ । ଜିମ୍ବାୱେ ବିପକ୍ଷ ସିରିଜ ସହ ଟିମ ସହ ରାହୁଲ ଯାଇନଥିଲେ । ତାଙ୍କ ସ୍ଥାନରେ ଜାତୀୟ କ୍ରିକେଟ ଏକାଡେମୀ(NCA) ନିର୍ଦ୍ଦେଶକ ଭିଭିଏସ ଲକ୍ଷ୍ମଣ କୋଚ ହିସାବରେ ଯାଇଥିଲେ । ଭିଭିଏସ ଲକ୍ଷ୍ମଣ ଓ କେଏଲ ରାହୁଲଙ୍କ ଯୋଡି ଜିମ୍ବାୱେ ବିପକ୍ଷରେ ଦମଦାର ବିଜୟ ହାସଲ କରିଛି । ରାହୁଲ ଦ୍ରାବିଡ ବର୍ତ୍ତମାନ କୋରୋନାରେ ଆକ୍ରାନ୍ତ ହୋଇଥିବାକୁ 27ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ ଟିମ ସହ ନ ଯିବେ ନାହିଁ । ତାଙ୍କ ସ୍ଥାନରେ ଏସିଆ କପ୍‌(Asia Cup) ଟୁର୍ଣ୍ଣାମେଣ୍ଟରେ ଭିଭିଏସ ଲକ୍ଷ୍ମଣଙ୍କୁ କୋଚ୍‌ ଦାୟିତ୍ବ ମିଳିବା ସମ୍ଭାବନା ରହିଛି । ତେବେ ଆନୁଷ୍ଠାନିକ ଭାବେ BCCI ପକ୍ଷରୁ ଘୋଷଣାକୁ ଅପେକ୍ଷା ରହିଛି ।

ଭାରତୀୟ କ୍ରିକେଟରେ ଅନ୍ୟତମ ସର୍ବକାଳୀନ ମହାନ ଖେଳାଳି ଭାବେ ରାହୁଲ ଦ୍ରାବିଡ ପରିଚିତ । ଭାରତୀୟ ଦଳର ପୂର୍ବ ଅଧିନାୟକ ଦ୍ରାବିଡ, 164ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି ଓ ତାଙ୍କ ନାମରେ 13288 ରନ ରହିଛି । ଟେଷ୍ଟ କ୍ରିକେଟରେ ତାଙ୍କର ରନରେଟ୍‌ 52.31 ରହିଛି । 344ଟି ଦିନିକିଆ ମ୍ୟାଚ ଖେଳି 10899 ରନ କରିଛନ୍ତି ।

ଏହା ବି ପଢନ୍ତୁ...କ୍ବାରେଣ୍ଟିନରେ ଭାରତୀୟ ଫୁଟବଲ

ଏସିଆ କପ୍‌ ପାଇଁ ଆଜି (ମଙ୍ଗଳବାର) UAE ଅଭିମୁଖେ ବାହାରିଛି ଭାରତୀୟ ଦଳ । 28 ତାରିଖରେ ଏସିଆ କପରେ ହେବିୱେଟ ମ୍ୟାଚ ରହିଛି । ପାକିସ୍ତାନ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଜିମ୍ବାୱେ ବିପକ୍ଷ ସିରିଜରେ ଟିମ ସହ ରାହୁଲ ଦ୍ରାବିଡ ଯାଇନଥିଲେ । ନିକଟରେ ଘରୋଇ ଜିମ୍ବାୱେ ବିପକ୍ଷରେ 3ଟିକିଆ ମ୍ୟାଚ ବିଶିଷ୍ଟ ଦିନିକିଆ ଖେଳିଛି । ଲୋକେଶ ରାହୁଲଙ୍କ ନେତୃତ୍ବରେ 3-0ରେ ସିରିଜ କବଜା କରିଛି ଟିମ ଇଣ୍ଡିଆ ।

Last Updated :Aug 23, 2022, 1:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.