ETV Bharat / sports

ଗମ୍ଭୀରଙ୍କ ପୂର୍ବାନୁମାନ, ରାହାଣେଙ୍କୁ ନମିଳିବାରେ ଚୂଡାନ୍ତ ଏକାଦଶରେ ସ୍ଥାନ

author img

By

Published : Dec 12, 2021, 10:40 PM IST

Rahane will find it difficult to get a place in playing XI, says Gambhir
ଗମ୍ଭୀରଙ୍କ ପୂର୍ବାନୁମାନ, ରାହାଣେଙ୍କୁ ନମିଳିବାରେ ଚୁଡାନ୍ତ ଏକାଦଶରେ ସ୍ଥାନ

ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ ଚୂଡାନ୍ତ ଏକାଦଶରେ(playing XI) ଅଜିଙ୍କ୍ୟ ରାହାଣେ ସ୍ଥାନ ମିଳିନପାରେ ବୋଲି ଆଶଙ୍କା କଲେ ପୂର୍ବତନ ଓପନର ଗୌତମ ଗମ୍ଭୀର । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ବଡ ବୟାନ । ଦକ୍ଷିଣ ଆଫ୍ରିକା ଗସ୍ତ(india tour of South africa)ରେ ଭାରତୀୟ ଚୂଡାନ୍ତ ଏକାଦଶରେ ଅଜିଙ୍କ୍ୟ ରାହାଣେ ସ୍ଥାନ ମିଳିନପାରେ ବୋଲି ଆଶଙ୍କା କରିଛନ୍ତି ଗମ୍ଭୀର । ଡିସେମ୍ବର ୨୬ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ସିରିଜର ପ୍ରଥମ ଟେଷ୍ଟ ସେଞ୍ଚୁରିଆନରେ ଖେଳାଯିବା ନେଇ ସୂଚୀ ରହିଛି ।

ଫର୍ମ ପାଇଁ ସଂଘର୍ଷ କରୁଥିବା ରାହାଣେଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି । ଏହି ପ୍ରଦର୍ଶନ ଯୋଗୁଁ ତାଙ୍କୁ ଟେଷ୍ଟ ଭାଉସକ୍ୟାପଟେନ ପଦ ମଧ୍ୟ ହରାଇବାକୁ ପଡିଛି । ଗତବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ ଗ୍ରାଉଣ୍ଡରେ ଶତକୀୟ ଇଂନିସ ପରେ ମାତ୍ର ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଛନ୍ତି ରାହାଣେ । ବର୍ଷ ୨୦୨୧ରେ ସେ ଖେଳିଥିବା ୧୨ଟି ଟେଷ୍ଟରେ ଚିନ୍ତାଜନକ ୧୯.୫୭ ଆଭରେଜ ରହିଛି ।

ଏହା ବି ପଢନ୍ତୁ: ODI ଅଧିନାୟକ ହେବାପରେ ରୋହିତଙ୍କ ବଡ ବୟାନ, କହିଲେ ବାହାର ଚର୍ଚ୍ଚା ଭିତ୍ତିହୀନ

ନିକଟରେ ଶ୍ରେୟସ ଆୟରଙ୍କ ଦମଦାର ପ୍ରଦର୍ଶନ ଓ ଦକ୍ଷିଣ ଆଫ୍ରିକା ପରିବେଶରେ ହନୁମା ବିହାରୀ ଉପଯୋଗୀ ସାବ୍ୟସ୍ତ ହେବାର ସମ୍ଭାବନା ଥିବାରୁ ରାହାଣେଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନ ମିଳିପାରେ ବୋଲି କହିଛନ୍ତି ଗମ୍ବୀର । ତେବେ ଟେଷ୍ଟ ସ୍କ୍ବାଡ୍‌ରେ ରାହେଣେଙ୍କ ଚୟନକୁ ପୂର୍ବତନ ଭାରତୀୟ ବ୍ୟାଟିଂ କୋଚ୍‌ ସଞ୍ଜୟ ବାଙ୍ଗର ସମର୍ଥନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.